ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିମ୍ନମାନର ଫାଇବର୍ ବ୍ଲକ କାମ,ପାଣିରେ ପଡିଲା ୫ ଲକ୍ଷ ଟଙ୍କା

ବନ୍ଧୁଗାଁ ତା,୨୪।୦୭,// କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକରେ ନିମ୍ନମାନର ଫାଇବର୍ ବ୍ଲକ କାମ ଫେଲ୍ ମାରିଛି । ଏହି କାମ କରି ଯନ୍ତ୍ରୀ ଓ ଠିକାଦାର ମାଲାମାଲ୍ ହେଉଥିବା ବେଳେ ସାଧାରଣ ଜନତା ସମସ୍ୟାରେ ପଡି ଘାଣ୍ଟି ହେଉଥିଲେ ମଧ୍ୟ ବ୍ଲକ ପ୍ରସାସନ ପୁରା ଆଖି ବୁଝି ଦେଇଥିବା ସାଧାରଣରେ ଚର୍ଚା ହେଉଛି । ସ୍ଥାନିୟ ବ୍ଲକର ନିଲାବାଡି ସ୍ଥିତ ସରକାରି ଉଚ୍ଚ ବାଳିକା ବିଦ୍ୟାଳୟ ପାଖରୁ କାନାଗାଁ ପର୍ଯ୍ୟନ୍ତ ଗୋଟେ ଏକ ସହ ମିଟର ରାସ୍ତାରେ ୫ ଲକ୍ଷ ଟଙ୍କା ବେୟରେ ଗତ ମାର୍ଚ ମାସରେ ଫାଇବର୍ ବ୍ଲକ୍ ବିଛା ଜାଇଥିଲା । ହେଲେ କାମଟି ପୁରା ନିମ୍ନମାନର ହେଇଥିବାରୁ ଉକ୍ତ କାମ ପାଞ୍ଚ ମାସ ମଧ୍ୟ ଗଲାନି।ରାସ୍ତାର ଅଧିକାଂସ ସ୍ଥାନରେ ଫାଇବର୍ ବ୍ଳକ୍ ଦବି ଜାଇଥିବା ଏବେ ଦେଖିବାକୁ ମିଳିଛି । ସେହି ରାସ୍ତା ଏବେ ସମସ୍ତଙ୍କ ପାଇଁ କାଳ ହୋଇ ଛିଡା ହୋଇଥିବାରୁ ଜାତାୟତ କରିବାରେ ଲୋକେ ଭୟଭିତ ହୋଇ ପଡିଛନ୍ତି ।ଏନେଇ ବିଡିଓ ଆକାଶ ପଟନାୟକଙ୍କୁ ଯୋଗାଯୋଗ କରିବାରୁ ମୁ ଯାଇକି ଦେଖିବି ତାପରେ ତୁରନ୍ତ ରାସ୍ତା ମରାମତି କରାଇବାକୁ ଚେଷ୍ଟା କରିବି ବୋଲି କହିଛନ୍ତି । କେବେ ଶ୍ରୀଯୁକ୍ତ ପଟନାୟକ ଉକ୍ତ ନିମ୍ନ ମାନର କାମ ପାଖକୁ ଜାଇ କଣ ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଏବେ ଦେଖିବାକୁ ବାକି ରହିଲା ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ନବରଙ୍ଗପୁରରେ ବିଶ୍ୱ ସିକଲ ସେଲ ଦିବସ–୨୦୨୬ ପାଳିତ 

Sunil Chandra Nayak

ହେଁସଡା(ସାମିଲ ଗିଦିଘାଟୀ) ଅଙ୍ଗନବାଡ଼ି କେନ୍ଦ୍ରରେ ଅନିୟମିତତା ନେଇ ଗ୍ରାମବାସୀଙ୍କ ତାଲା ଓ ଜିଲ୍ଲାପାଳଙ୍କୁ ଲିଖିତ ଦାବିପତ୍ର

Sunil Chandra Nayak

ଦିନିକିଆ ଗସ୍ତ ରେ ୫ ଟି ସଚିବ

Leave a Comment

error: Content is protected !!