ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏମଜିପିଏଲର ରାଇରଙ୍ଗପୁର ବ୍ଳକ ସ୍ତରୀୟ ସମ୍ବର୍ଦ୍ଧନା ସମାରୋହ 

ମୟୂରଭଞ୍ଜ – ୨୫/୭ ( ମସିହା) ଓଡ଼ିଶାର ଅଗ୍ରଣୀ ଉଦ୍ୟୋଗ ସଂଗଠନ ମୟୂରଭଞ୍ଜ ଗ୍ରାଣ୍ଡ ପ୍ରାଇଭେଟ୍ ଲିମିଟେଡ ( ଏମ ଜି ପି ଏଲ) ଆନୁକୁଲ୍ୟରେ ରାଇରଙ୍ଗପୁର ଇଣ୍ଡୋର ଷ୍ଟାଡିୟମରେ ମହିଳା ଉତ୍ଥାନ ସଚେତନତା ଓ ପ୍ରେରଣା କାର୍ଯ୍ଯକ୍ରମ’ ଅନନ୍ଯା’ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ସୁନାମଧନ୍ୟ ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।ଏମଜିପିଏଲର ରାଇରଙ୍ଗପୁର ସଂଯୋଜିକା ମଧୁସ୍ମିତା ବେହେରା ଏମଜିପିଏଲର ଉଦେଶ୍ୟ ଉପରେ ଆଲୋକପାତ କରିଥିବା ଵେଳେ ।ଓସକାର ପ୍ରତିଷ୍ଠାତା ସଦସ୍ୟ ଧରିତ୍ରୀ ରାଉତ ମହିଳାଙ୍କ ସଚେତନତା ଓ ବିକାଶ ପାଇଁ ବହୁ ମୂଲ୍ୟବାନ କଥା କହିଥିଲେ । ମୁଖ୍ୟ ଆକର୍ଷଣ ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ କହିଥିଲେ ମହିଳାମାନେ ପ୍ରଥମେ ଶିକ୍ଷିତ ହେବା ଦରକାର ପ୍ରଥମେ ନିଜକୁ ଜାଣିଲେ ସମାଜକୁ ଜାଣି ପାରିବ ।କଠିନ ପରିଶ୍ରମ ସହ ନିଜ ଗୋଡ଼ରେ ନିଜେ ଠିଆ ହୁଅ,ସ୍ବାଲମ୍ବନଶୀଳ ହେବ,ଆଗକୁ ପାଦ ବଢାଅ ,ଦକ୍ଷତା ବଢାଅ ,ସମାଜର ପ୍ରଗତି ରଥରେ ସାମିଲ ହେବ ନିଜର ଆର୍ଥିକ ବିକାଶ ହେବା ସହ ସମାଜର ଆର୍ଥିକ ବିକାଶ ହେବ । ମହିଳା ମାନେ ଆର୍ଥିକ ସଶକ୍ତ ହେଲେ ସମାଜ ର ମଧ୍ୟ ବିକାଶ ହେବ । ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ଏମଜିପିଏଲ ସଂଗଠନ ମହିଳା ମାନଙ୍କ ପଛରେ ଖୁଣ୍ଟ ଭଳି ଛିଡା ହୋଇଛି ।ଏହି ସଂଗଠନ ମହିଳାଙ୍କୁ ସଶକ୍ତକରିବା, ଆର୍ଥିକ ଉନ୍ନତିକରଣ,ଗରିବ ଶିକୁଳିରୁ ଉଦ୍ଧାର କରିବା,ଶିକ୍ଷିତ କରାଇବା,କୁସ୍କାରର ବିରୋଧରେ ଲଢେ଼ଇ କରାଇବା,ଦକ୍ଷତା ବିକାଶ ଞକରିବା, ମହିଳାମାନଙ୍କୁ ଜାତୀୟ ବିକାଶ ସ୍ରୋତରେ ସାମିଲ ପାଇଁ ‘ ଅନନ୍ଯା’ ମାଧ୍ୟମରେ ବହୁବିଧ କାର୍ଯ୍ୟକ୍ରମ ହାତକୁ ନେଇଛି ।ଯଥା ଶାଳପତ୍ର ସଂଗ୍ରହ, ଅତ୍ୟାଧୁନିକ ଯନ୍ତ୍ରପାତି ଯୋଗାଇ ଖଲି,ଦୁନା ତିଆରି , ହଳଦୀ,ମସଲା,ଧୂପକାଠି,ଛତୁ, ଉତ୍ପାଦନ,ଗୋପାଳ,ଛେଳି,ମାଛ ଚାଷ,ଏବଂ ସେହି ଉତ୍ପାଦନ ସଂସ୍ଥାକୁ ବଜାରରେ ବିକ୍ରୟ କରି ମହିଳାମାନଙ୍କୁ ଲାଭାନ୍ବିତ କରାଇବା, କିମ୍ବା ସ୍ଥାନୀୟ ଉତ୍ପାଦନ ସାମଗ୍ରୀକୁ ବାହାର ବଜାରରେ ବିକ୍ରୟ କରାଇ ମହିଳା ମାନଙ୍କୁ ଲାଭାନ୍ବିତ କରାଇଵା ନେଇ ‘ଅନନ୍ଯା’କାର୍ଯ୍ଯକ୍ରମରେ ସଚେତନତା ବାର୍ତା ଦିଆ ଯାଇଥିଲା ।ବିଶେଷତଃ ଗ୍ରାମାଞ୍ଚଳର ଅନ୍ଧାରୀ ମୂଲକରେ ଚୁଲି ମୂଳରେ ରହିଥିବା ମହିଳାଙ୍କୁ ଏମିଜିପିଏଲ ଶିକ୍ଷିତ, ସଚେତନତା, ଦକ୍ଷତା,ଆବଶ୍ୟକୀୟ ତାଲିମ, ଜ୍ଞାନ , ପ୍ରୋତ୍ସାହନ ଯୋଗାଇ ଦେବ । ଯାହାକୁ ନେଇ ମହିଳାମାନେ ନିଜେ,ନିଜ ପରିବାରର ଏବଂ ସମାଜର ବିକାଶ ରଥରେ ସାମିଲ ହୋଇପାରିବେ ବୋଲି ଏହାର ଅଧ୍ୟକ୍ଷ ଚିନ୍ମୟୀ ଦାସ ଗଣ ମାଧ୍ୟମକୁ ସୁଚାଇଥିଲେ ।ଏହି କାର୍ଯ୍ୟକ୍ରମରେ ୫୦୦ ରୁ ଉର୍ଦ୍ଧ୍ବ ମହିଳା ଯୋଗ ଦେଇଥିଲେ। ଏହି ଜିପିଏଲ ତରଫରୁ ରାଇରଙ୍ଗପୁର ମ୍ୟୁନିସିପାଲଟି ଏବଂ ବ୍ଳକର ସ୍ଵୟଂ ସହାୟିକା ଗୋଷ୍ଠୀଙ୍କୁ ସ୍ବ ବଲମ୍ବନଶୀଳ କରାଇଥିବା ପରିଚୟ ସୃଷ୍ଟି କରିଥିବା ବିଶିଷ୍ଟ ନାରୀ ସଂଗଠକ ସୁଧାଂଶୁବାଳା ପଟନାୟକ ,ଲୀଳାବତୀ ମହାନ୍ତ,ଶାନ୍ତିଲତା ପାତ୍ରଙ୍କ ସମେତ ବିଭିନ୍ନ ସ୍ବୟଂ ସହାୟିକା ଗୋଷ୍ଠୀର ମୁଖ୍ୟ ପରିଚାଳିକା ମାନଙ୍କୁ ଉତ୍ତରୀୟ ଦେବା ସହ ସମ୍ବର୍ଦ୍ଧିତ କରିଥିଲେ ।ପରେ ସ୍ଥାନୀୟ ଛଉ କଳାକାରମାନଙ୍କ ଦ୍ବାରା ଛଉ ନୃତ୍ୟ ପରିବେଷଣ କରାଯାଇଥିଲା। ଏଭଳି ସାମାଜିକ କାର୍ଯ୍ୟକ୍ରମ ଏବଂ ମହିଳାମାନଙ୍କ ଉତ୍ଥାନ ପାଇଁ ପ୍ରଚେଷ୍ଟା ଚଳାଇଥିବା ଆୟୋଜକ ମୁଖ୍ୟ ପରିଚାଳକ ଚିନ୍ମୟୀ ଦାସଙ୍କୁ ଅତିଥିଗଣ ଭୂୟସୀ ପ୍ରଶଂସା କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

୫-ଟି ସଚିବଙ୍କ ଗସ୍ତ ପୂର୍ବରୁ ବରେହୀ ନଦୀ କୂଳରେ ନେତାଙ୍କ ଭିଡ଼ 

Sunil Chandra Nayak

ଜଗନ୍ନାଥ ସେବା ସମିତି ପକ୍ଷରୁ ଶିକ୍ଷାନୁଷ୍ଠାନ ମାନଙ୍କରେ ବୃକ୍ଷ ରୋପଣ 

Sunil Chandra Nayak

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲାର ୩ନମ୍ବର ଛାତ୍ରୀ ନିବାସର ତୃତୀୟ ବାର୍ଷିକ ଉତ୍ସବ

masiha

Leave a Comment

error: Content is protected !!