ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତ୍ରୁଟି ପୂର୍ଣ୍ଣ ଚେକ ଡେମ୍ ନିର୍ମାଣ ସାଙ୍ଗକୁ ମରାମତି ଅଭାବ ଯୋଗୁଁ ଜଳସେଚନର ଲକ୍ଷ୍ୟ ହାସଲ କରିପାରୁନାହିଁ, ଚାଷୀ ମୁଣ୍ଡରେ ଚଡ଼କ

ରାୟଗଡ଼ା :- ଅଣ ଜଳ ସେଚିତ ଚାଷ ଜମି କୁ ଜଳ ସେଚିତ କରିବା ପାଇଁ ସରକାର କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଜରିଆରେ କୋଟି କୋଟି ଟଙ୍କା ବ୍ୟୟ ରେ ବହୁ ସଂଖ୍ୟକ ଚେକ୍ ଶ୍ୟାମ୍ ନିର୍ମାଣ କରିଛନ୍ତି । ନିର୍ମାଣ ପାଇଁ ସ୍ଥାନୀୟ ଚାଷୀ ର ମତାମତ ନ ନେଇ କେବଳ ଠିକାଦାର ଙ୍କ ଇଚ୍ଛାରେ ତିଆରି ହୋଇ ଥ‌ିବା ଜିଲ୍ଲାର ବହୁ ପ୍ରକଳ୍ପ ଆଉ ଚାଷୀଙ୍କ କାମରେ ଆସୁ ନାହିଁ। ଫଳ ରେ ବର୍ଷା ବିହୀନ ବିକଳ୍ପ ବ୍ୟବସ୍ଥା ରେ ଚାଷ କରିବାକୁ ଇଚ୍ଛା କରି ଥ‌ିବା ଚାଷୀ ଙ୍କ ମୁହଁରେ ହସ ନାହିଁ । ରାୟଗଡ଼ା ଜିଲ୍ଲାର ସଦର ମହକୁମା ସ୍ଥିତ ତାଡମା ପଞ୍ଚାୟତ ର କୁସ୍ ହରୁ ଜଳ ସେଚନ ପ୍ରକଳ୍ପ ଚାଷୀଙ୍କ କାମରେ ଆସିବା ପରିବର୍ତ୍ତେ ଗଛ ଲତା ରେ ପୋତି ହୋଇ ଗଲାଣି। ଲକ୍ଷ ଥୁଲା ଏହି ପ୍ରକଳ୍ପ ଦ୍ବାରା ନଥମା ଗ୍ରାମର ୮ଶହ ଏକର, ଚିନ୍ଧାଲି ଗୁଡ଼ାର ୧୧ ଶହ ଏକର, ପେରି ଗାଁ ର ୧୩ ଶହ ଏକର ଓ ତାଦମ୍। ଗ୍ରାମର ୧୫ ଶହ ଏକର ରୁ ଉର୍ଦ୍ଧ ଜମିରେ ଜଳ ସେଚିତ କରି ଚାଷୀଙ୍କୁ ଲାଭ ପହଞ୍ଚାଇବ । କିନ୍ତୁ ଦୀର୍ଘ ବର୍ଷ ବିତି ଯାଇଥିଲେ ମଧ୍ୟ ଚାଷୀଙ୍କ ଜମିକୁ ଟୋପାଏ ପାଣି ମାଡି ପାରିଲା ନାହିଁ। ନିର୍ମାଣ ଶୈଳୀ ରେ ତ୍ରୁଟି ଯୋଗୁ ପାଣି ଉପର ମୁଣ୍ଡ ଦେଇ ନାଗାବଳୀ ରେ ମିଶି ଯାଉ ଥୁଲା ବେଳେ ଏହି ଜମି ଗୁଡ଼ିକ ବର୍ଷ ସାରା ପଡ଼ିଆ ପଡ଼ୁଛି। ଏନେଇ ଏହି ଗ୍ରାମର ଅନେକ ଚାଷୀ ବିଭାଗୀୟ ଅଧିକାରୀ ଙ୍କ ନିକଟ ରେ ମରାମତି ପାଇଁ ଗୁହାରି କରି ଥିଲେ ମଧ୍ୟ କେବଳ ମରାମତି ପାଇଁ ପ୍ରତିଶ୍ରୁତି ମିଳିଛି ବୋଲି ଗାଁ ର ଚାଷୀ ବିନୋଦ କାଡ଼ରକା, ଯୁଷ୍ଟି କାଡ ରକା,ପିତେଇ କଣ୍ଡା ଗରି, ଆଶୁ ମଣ୍ଡାଙ୍ଗି ଆଦି ଚାଷୀ ଅଭିଯୋଗ କରିଛନ୍ତି। ନିର୍ମାଣ ହୋଇ ଥ‌ିବା ଏହି ଜଳ ପ୍ରକଳ୍ପ ନିର୍ଦ୍ଧାରିତ ସମୟ ପୂର୍ବରୁ ଭୁଶୁଡ଼ି ପଡ଼ୁଛି କିମ୍ବା ଜଂଗଲୀ ଲଟରେ ପୋତି ଯାଉଛି କିନ୍ତୁ ପୂନ୍ ମରାମତି ନେଇ ସଂପୃକ୍ତ ବିଭାଗ ଇଚ୍ଛା ପ୍ରକାଶ କରୁ ନାହାନ୍ତି। ବିଡ଼ମ୍ବନାର ବିଷୟ ଯେ କୋଟି କୋଟି ଟଙ୍କା ବ୍ୟୟ ଅଟକଳ ରେ ତିଆରି ହୋଇ ଥ‌ିବା ଏହି ଜଳ ସେଚନ ପ୍ରକଳ୍ପ ଗୁଡ଼ିକ ପାଇଁ କୌଣସି ଆର୍ଥିକ ଅନୁଦାନ ର ବ୍ୟବସ୍ଥା ନାହିଁ । ଫଳରେ ଜିଲ୍ଲାରେ ପ୍ରାୟ ଶହ ଶହ ଜଳ ସେଚନ ପ୍ରକଳ୍ପ ଅଚଳ ଯୋଗୁ ହଜାର ହଜାର ହେକ୍ଟର ଜମି ପଡ଼ିଆ ପଡ଼ୁଛି।ଏ ନେଇ ଜଳ ବିଭାଜିକା ପ୍ରକଳ୍ପ ର ଅଧିକାରୀ ଶ୍ରୀ ଦୟାନିଧ୍ ବାଗ କହିଲେ ଏହି ଜଳ ସେଚନ ପ୍ରକଳ୍ପ ର ପୂନ ମରାମତି ପାଇଁ ନିର୍ଦ୍ଦିଷ୍ଟ ଲକ୍ଷ ଥୁଲା ଏହି ପ୍ରକଳ୍ପ ଦ୍ବାରା ନଥମା ଗ୍ରାମର ୮ଶହ ଏକର, ଚିନ୍ନାଲି ଗୁଡ଼ାର ୧୧ ଶହ ଏକର, ପେରି ଗାଁ ର ୧୩ ଶହ ଏକର ଓ ତାଦମ୍। ଗ୍ରାମର ୧୫ ଶହ ଏକର ରୁ ଉର୍ଦ୍ଧ ଜମିରେ ଜଳ ସେଚିତ କରି ଚାଷୀଙ୍କୁ ଲାଭ ପହଞ୍ଚାଇବ। କିନ୍ତୁ ଦୀର୍ଘ ବର୍ଷ ବିତି ଯାଇଥିଲେ ମଧ୍ୟ ଚାଷୀଙ୍କ ଜମିକୁ ଟୋପାଏ ପାଣି ମାଡି ପାରିଲା ନାହିଁ । ନିର୍ମାଣ ଶୈଳୀ ରେ ତ୍ରୁଟି ଯୋଗୁ ପାଣି ଉପର ମୁଣ୍ଡ ଦେଇ ନାଗାବଳୀ ରେ ମିଶି ଯାଉ ଥିଲା ବେଳେ ଏହି ଜମି ଗୁଡ଼ିକ ବର୍ଷ ସାରା ପଡ଼ିଆ ପଡୁଛି। ଏନେଇ ଏହି ଗ୍ରାମର ଅନେକ ଚାଷୀ ବିଭାଗୀୟ ଅଧିକାରୀ ଙ୍କ ନିକଟ ରେ ମରାମତି ପାଇଁ ଗୁହାରି କରି ଥିଲେ ମଧ୍ୟ କେବଳ ମରାମତି ପାଇଁ ପ୍ରତିଶ୍ରୁତି ମିଳିଛି ବୋଲି ଗାଁ ର ଚାଷୀ ବିନୋଦ କାଡ଼ରକା, ଯୁଷ୍ଟି କାଡରକା ପିତେଇ କଣ୍ଡା ଗରି, ଆଣ୍ଠୁ ମଣ୍ଡାଙ୍ଗି ଆଦି ଚାଷୀ ଅଭିଯୋଗ କରିଛନ୍ତି। ନିର୍ମାଣ ହୋଇ ଥ‌ିବା ଏହି ଜଳ ପ୍ରକଳ୍ପ ନିର୍ଦ୍ଧାରିତ ସମୟ ପୂର୍ବରୁ ଭୁଶୁଡ଼ି ପଡ଼ୁଛି କିମ୍ବା ଜଂଗଲୀ ଲଟରେ ପୋତି ଯାଉଛି କିନ୍ତୁ ପୂନ୍ ମରାମତି ନେଇ ସଂପୃକ୍ତ ବିଭାଗ ଇଚ୍ଛା ପ୍ରକାଶ କରୁ ନାହାନ୍ତି। ବିଡ଼ମ୍ବନାର ବିଷୟ ଯେ କୋଟି କୋଟି ଟଙ୍କା ବ୍ୟୟ ଅଟକଳ ରେ ତିଆରି ହୋଇ ଥ‌ିବା ଏହି ଜଳ ସେଚନ ପ୍ରକଳ୍ପ ଗୁଡ଼ିକ ପାଇଁ କୌଣସି ଆର୍ଥିକ ଅନୁଦାନ ର ବ୍ୟବସ୍ଥା ନାହିଁ । ଫଳରେ ଜିଲ୍ଲାରେ ପ୍ରାୟ ଶହ ଶହ ଜଳ ସେଚନ ପ୍ରକଳ୍ପ ଅଚଳ ଯୋଗୁ ହଜାର ହଜାର ହେକ୍ଟର ଜମି ପଡ଼ିଆ ପଡ଼ୁଛି।ଏ ନେଇ ଜଳ ବିଭାଜିକା ପ୍ରକଳ୍ପ ର ଅଧିକାରୀ ଶ୍ରୀ ଦୟାନିଧୂ ବାଗ କହିଲେଏହି ଜଳ ସେଚନ ପ୍ରକଳ୍ପ ର ପୂନ ମରାମତି ପାଇଁ ନିର୍ଦ୍ଦିଷ୍ଟ ଫଣ୍ଡ ଅଛି। ପଞ୍ଚାୟତ ରେ ଚାଷୀଙ୍କ ଲିଖୁତ ପତ୍ର ଆଧାରରେ ଏହି ପ୍ରକଳ୍ପ କୁ ମରାମତି ପାଇଁ ଅର୍ଥ ଯୋଗାଇ ଦିଆଯିବ ବୋଲି ସେ କହିଥିଲେ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବସନ୍ତ ମଲ୍ଲିକଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ସଭା

Sunil Chandra Nayak

ବିଦ୍ୟାଳୟର କନିଷ୍ଠ ସହାୟକଙ୍କ ଅବସରକାଳୀନ ସମ୍ୱର୍ଦ୍ଧନା ସଭା 

masiha

ଧବଳେଶ୍ଵର କ୍ରୀଡା ଓ ସାଂସ୍କୃତିକ ଅନୁଷ୍ଠାନ : ରାଜ୍ୟ ସ୍ତରୀୟ କ୍ରିକେଟ ଟୁର୍ଣାମେଣ୍ଟ 

masiha

Leave a Comment

error: Content is protected !!