ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଧର୍ମଗଡ ନିକଟସ୍ଥ ଗୋଡଭଞ୍ଜା ରାସ୍ତା କଡ଼ରୁ ମୃତ ଦେହ ଉଦ୍ଧାର

ଆଜି ଧର୍ମଗଡ ସହର ନିକଟସ୍ଥ ଗୋଡ଼ଭଞ୍ଜା ଗୋଲେଇ ଛକ ପଛ ପଟ ପୁରୁଣା ରାସ୍ତା କଡ ବୁଦା ମୂଳରୁ ଧର୍ମଗଡ଼ ପୋଲିସ ଜଣେ ବ୍ୟକ୍ତି ଙ୍କ ମୃତ ଉଦ୍ଧାର କରିଛି। ମୃତ ବ୍ୟକ୍ତି ଜଣକ ଧର୍ମଗଡ଼ ଥାନା ଅନ୍ତର୍ଗତ ଛିଲିପା ଗ୍ରାମର ମଧୁସୂଦନ ନାଏକ (୩୫) ବୋଲି ଜଣାପଡିଛି । ସୂଚନା ମତେ ମୃତ ବ୍ୟକ୍ତି ଜଣକ ଜଣେ କବାଡି ବ୍ୟବସାୟୀ ହୋଇଥିବା ବେଳେ ଗତକାଲି ସୋମବାର ସକାଳୁ କାମରେ ବାହାରି ଆଉ ଘରକୁ ଫେରି ନ ଥିଲେ । ପରିବାର ଲୋକେ ବହୁତ୍ ଖୋଜା ଖୋଜି କରି ପାଇ ନଥିଲେ । ଆଜି ମଙ୍ଗଳବାର ସକାଳେ ସ୍ଥାନୀୟ ଲୋକେ ବିଜୁ ଏକ୍ସପ୍ରେସ ୱେ ଗୋଡଭଞ୍ଜା ଗୋଲେଇ ଛକ ପଛ ପଟ ବୁଦା ଭିତରେ ଜଣେ ବ୍ୟକ୍ତିଙ୍କ ମୃତ ଦେହ ପଡିରହିଥିବା ଦେଖିବାକୁ ପାଇଥିଲେ। ମୃତ ବ୍ୟକ୍ତି ଙ୍କ ନିକଟରେ ଏକ ସାଇକଲ ରହିଥିବା ମଧ୍ୟ ଦେଖିବାକୁ ମିଳିଥିଲା।ପରିବାର ଲୋକେ ଶବ ଚିହ୍ନଟ କରିଛନ୍ତି। ସୂଚନା ପାଇ ଧର୍ମଗଡ଼ ପୋଲିସ ଘଟଣାସ୍ଥଳ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।‌ ପୋଲିସ ଏନେଇ ଅଧିକ ତଦନ୍ତ ଜାରି ରଖିଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ଏହାର ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ସୂଚନା ଦେଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଗାଡିମୋଟର ଯାଞ୍ଚ, ଜଣେ ଗିରଫ

Sunil Chandra Nayak

ମହାଲୁଣ୍ଡା ଗ୍ରାମରେ ବାଲିମି ପୋଲିସ୍ ର ଚଢାଉ: ଦେଶୀ ବନ୍ଧୁକ ତିଆରି କାରଖାନା ଠାବ, ଜଣେ ଗିରଫ

Sunil Chandra Nayak

ବେଆଇନ ମଦ ଓ ନଲି ପଞ୍ଜାବରେ ବାମନଘାଟୀ ଉପଖଣ୍ଡ; ୭ ଜଣଙ୍କୁ ବାନ୍ଧିଲା ଅବକାରୀ ବିଭାଗ

masiha

Leave a Comment

error: Content is protected !!