ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେନ୍ତୁଳିଖୁଣ୍ଟି ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ କର୍ମଚାରୀ ସମସ୍ୟା :କିନ୍ତୁ ବଦଳି ଆଦେଶ ବାହାରିବା ପରେ ବିନା ରିଲିଭର ରେ ରିଲିଭ କରୁଛନ୍ତି ଥିବା କର୍ମଚାରୀଙ୍କୁ

ତେନ୍ତୁଳିଖୁଣ୍ଟି ୨୫/୦୭/୨୩ // ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଚାଲିଛି ଅଜବ ଶାସନ। କାର୍ଯ୍ୟାଳୟରେ ଆବଶ୍ୟକ ଅମଲା ନାହାନ୍ତି କି ଅଵଶ୍ୟକତା ଅନୁସାରେ କନିଷ୍ଠ ଯନ୍ତ୍ରୀ ନାହାନ୍ତି କି ପଂଚାୟତ ନିର୍ବାହୀ ଅଧିକାରୀ। ଏପରିକି ବ୍ଲକ ର ତଥା ସାମାଜିକ ସୁରକ୍ଷା ପାଇଁ ଆବଶ୍ୟକ ପଦବୀ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପଦବୀ ଆଜକୁ ତିନି ବର୍ଷ ହେଲା ଖାଲି ପଡ଼ିଛି ଯେ ଦାୟିତ୍ୱ ରେ ଜଣେ କିରାଣୀ ରହିଛନ୍ତି। ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଦୁଇ ଦୁଇ ବ୍ଲକ ଦାୟିତ୍ୱରେ ଥିବାରୁ ଏଠାରେ ତିନି ଦିନ କାର୍ଯ୍ୟ କରୁଛନ୍ତି। ଏଭଳି ସ୍ଥିତି ରେ ବ୍ଲକ ପ୍ରଶାସନ ବଦଳି ଆଦେଶ ଆସିବାକ୍ଷଣି କର୍ମଚାରୀ ଙ୍କୁ ତତକ୍ଷଣାତ ରିଲିଭ କରିବା ଶାସନ ପ୍ରଣାଳୀକୁ ନେଇ ପ୍ରଶ୍ନ ଉଠୁଛି।  

 13 ଜୁନ 2023 ରେ ନବରଙ୍ଗପୁର ଜିଲ୍ଲାପରିଷଦ କାର୍ଯ୍ୟାଳୟ ରୁ ବାହାରିଥିବା ବଦଳି ଆଦେଶ ଜୁଲାଇ ମାସ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନଥିଲା। କିନ୍ତୁ 12 ଜୁଲାଇ 2023 ରେ ବାହାରି ଥିବା ବଦଳି ଆଦେଶ 13 ଜୁଲାଇ ରେ କାର୍ଯ୍ୟକାରୀ କରିଲେ କିନ୍ତୁ ଆଂଶିକ। ଯେଉଁ ପତ୍ର ସଂଖ୍ୟା3095 /2023 ରେ ସହକାରୀ ନିର୍ବାହୀଯନ୍ତ୍ରୀ ଆଶିଷ ବୁଡେକ ଙ୍କ ବଦଳି ଆଇ ଟି ଡି ଏ କୁ ହୋଇଛି ସେହି ଚିଠିରେ ଟେକନିକାଲ କନସଲ ଟଣ୍ଟ ହେମନ୍ତ କୁମାର ବସନ୍ତିଆ ଙ୍କ ବଦଳି ପାପଡାହାଣ୍ଡି କୁ ହୋଇଥିଲା। ବସନ୍ତିଆ ଙ୍କୁ 13 ତାରିଖରେ ରିଲିଭ କରି ଦିଆ ଯାଇଛି। “୧୩ ତାରିଖରୁ ଆଜି ୨୫ ହେଲାଣି ବସନ୍ତିଆ ଙ୍କ ବଦଳରେ ସବ୍ୟସାଚୀ ସାହୁ ଙ୍କୁ ତେନ୍ତୁଳିଖୁଣ୍ଟି ବଦଳି ହୋଇଥିଲା ସେ ତେନ୍ତୁଳିଖୁଣ୍ଟି ରେ ଯୋଗ ଦେଇନାହାନ୍ତି । ସେପଟେ ଆନ୍ତଃ ଜିଲ୍ଲା ବଦଳି ରେ ଜଣେ କନିଷ୍ଠ ଯନ୍ତ୍ରୀ ରିଲିଭ ହୋଇସାରିଛନ୍ତି । ବର୍ତ୍ତମାନ ବ୍ଲକ ରେ କନିଷ୍ଠ ଯନ୍ତ୍ରୀ ସଂଖ୍ୟା ମାତ୍ର ତିନି । ପନ୍ଦର ପଞ୍ଚାୟତ କୁ ତିନି ଜଣ କିଭଳି ସମ୍ଭାଳିବେ ? ଉନ୍ନୟନମୂଳକ କାର୍ଯ୍ୟ ନିଶ୍ଚିତ ପ୍ରଭାବିତ ହେବ ନଚେତ ଅନିୟମିତତା ବୃଦ୍ଧି ପାଇବା ଏଡାଇ ହେବନି। ଏ ଇଇ ଙ୍କୁ ଏ ଯାବତ ରିଲିଭ କରା ଯାଇନି। ସେହିଭଳି 13 ଜୁନ ରେ ମହେନ୍ଦ୍ର କିର ଙ୍କୁ ପାପଡାହାଣ୍ଡି ବଦଳି ହୋଇଥିଲା ଏକ ମାସ ପର୍ଯ୍ୟନ୍ତ ତାଙ୍କୁ ରିଲିଭ କରାଯାଇନଥିଲା ବର୍ତ୍ତମାନ ତାଙ୍କ ବଦଳି ଆଦେଶ ପରିବର୍ତ୍ତିତ କରାଯାଇ ତେନ୍ତୁଳିଖୁଣ୍ଟି ରେ ପୂର୍ବବତ ରଖା ଯାଇଛି। ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ର ସିପୁନ ପ୍ରଧାନ ଙ୍କ ବଦଳି ଏକ ମାସ ରୁ ଉର୍ଧ୍ଵ ହେଲାଣି କିନ୍ତୁ ରିଲିଭ ହୋଇନାହାନ୍ତି କି କରାଯାଇନି। ସେପଟେ ଆଜି ଜିଲ୍ଲାପାଳ କାର୍ଯ୍ୟାଳୟ ର ପତ୍ର ସଂଖ୍ୟା 6332/xx_10/2023 ରେ ଜାରୀ ଆଦେଶ କର୍ମଚାରୀ ନିକଟରେ ନପହଂଚିବା ଆଗରୁ ସେମାନଙ୍କୁ ଆଜି ହିଁ ରିଲିଭ କରିଦିଆଯାଇଛି। ଯଦିଓ ଏହା ପ୍ରମୋସନ ଆଦେଶ ତଥାପି ରିଲିଭର ନ ଆସିବା ପୂର୍ବରୁ ରିଲିଭ କରିବା କେତେଦୂର ଯୁକ୍ତିସଂଗତ। ବ୍ଲକ ରେ କର୍ମଚାରୀ ସମସ୍ୟା ଗୁରୁତର ଥିବା ବେଳେ ଏଭଳି ରିଲିଭ କୁ ନେଇ ପ୍ରଶ୍ନ ଉଠାଉ ଛନ୍ତି ବୁଦ୍ଧି ଜୀବୀ। କନିଷ୍ଠ ରାଜସ୍ୱ ସହାୟକ ରୁ ବରିଷ୍ଠ ରାଜସ୍ୱ ସହାୟକ ପ୍ରମୋସନ ର ଡି ପି ସି 13 ଡିସେମ୍ବର 2022 ରେ ହୋଇଥିଲା । ତାକୁ କାର୍ଯ୍ୟକାରୀ କରିବାରେ ଜିଲ୍ଲାପାଳ କାର୍ଯ୍ୟାଳୟ ବିଳମ୍ବ କରିଥିବା ବେଳେ ବ୍ଲକ ସ୍ତରରେ ରିଲିଭ କରିବାରେ ତର ତର କାହିଁକି ?ବୋଲି ଅବସର ପ୍ରାପ୍ତ କର୍ମଚାରୀ ପ୍ରଶ୍ନ କରିଛନ୍ତି। ପ୍ରମୋସନ ପାଇଁ ଡିସେମ୍ବର ଓ ମେ ମାସ ଧାର୍ଯ୍ୟ ହୋଇଥିବା ବେଳେ ସେଥିରେ ତାଳମେଳ ରହୁ ନଥିବା ବେଳେ ବ୍ଲକ ପ୍ରଶାସନ ର ଆଜିର ରିଲିଭ କୁ ନେଇ ପ୍ରଶ୍ନ ଉଠୁଛି କାରଣ ମହେନ୍ଦ୍ର କିର ଙ୍କ ଭଳି ତେନ୍ତୁଳିଖୁଣ୍ଟି କୁ ପୋଷ୍ଟିଂ ହୋଇଥିବା ଏସ ଆର ଏ ବଦଳି ବାତିଲ କରିଲେ ତେନ୍ତୁଳିଖୁଣ୍ଟି ରେ ଷ୍ଟାଫ ସମସ୍ୟା ବୃଦ୍ଧି ପାଇବନି କି ? ସେପଟେ ପ୍ରଗତି ସହାୟକ ପଦ ଦୀର୍ଘ ବର୍ଷ ହେଲା ଖାଲି ରହିଛି।

 ବିଡ଼ିଓ ମନୋଜ କୁମାର ପାଣିଗ୍ରାହୀ ଙ୍କୁ ଆଜିର ତିନି ଜଣ ଙ୍କ ରିଲିଭ ଓ କନିଷ୍ଠ ଯନ୍ତ୍ରୀ ବସନ୍ତିଆ ଙ୍କ ରିଲିଭ ନେଇ ପ୍ରଶ୍ନ କରିବାରୁ କହିଲେ ପ୍ରମୋଶନ କେଶ ପାଇଁ ରିଲିଭ କରାଯାଇଛି। ସବୁ ଉପରିସ୍ଥ ଅଧିକାରୀ ଙ୍କ ନିର୍ଦ୍ଦେଶ ଅ଼ନୁଯାଇ କରାଯାଉଛି ବୋଲି କହିଛନ୍ତି।

ଗୋବର୍ଦ୍ଧନ ସାହୁ ତେନ୍ତୁଳିଖୁଣ୍ଟି

Related posts

ଡାବୁଗାଁ ବାଳିକା ଉଚ୍ଚ ବିଦ୍ୟାଳୟରେ ନୂତନ ଛାତ୍ରୀଙ୍କୁ ସ୍ଵାଗତ 

masiha

ଲଡୁଗାଁ କଲେଜରେ ବାଳିକା ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ

Sunil Chandra Nayak

ଅପରେସନ ସିନ୍ଦୂରର ସଫଳତା ଓ ଆତଙ୍କବାଦ ବିରୁଦ୍ଧରେ ଦେଶର ପ୍ରତିବଦ୍ଧତାକୁ ତ୍ରିରଙ୍ଗା ପଦଯାତ୍ରା

masiha

Leave a Comment

error: Content is protected !!