ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚଳିତ ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କଲେ ରାୟଗଡ ଜିଲ୍ଲାପାଳ 

ଚଳିତ ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କଲେ ରାୟଗଡ ଜିଲ୍ଲାପାଳ 

ରାୟଗଡ:- ତା ୦୩.୦୬.୨୦୨୪ ରିଖ ସୋମବାର ଦିବା ୧୨.୦୦ ଘଟିକା ସମୟରେ ଜିଲ୍ଲାପାଳ ରାୟଗଡ଼ଙ୍କ ପ୍ରକୋଷ୍ଠରେ ଜିଲ୍ଳାର ଦଶମଶ୍ରେଣୀ ବୋର୍ଡ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କ ନିମନ୍ତେ ଏକ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବ ଅବସରରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ସର୍ବୋଚ୍ଚ ନମ୍ବର ରଖିଥିବା ୧୦ ଜଣ କୃତୀ ଛାତ୍ରଛାତ୍ରୀଙ୍କ ସହିତ ସେମାନଙ୍କ ଅବିଭାବକ ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଜିଲ୍ଲାପାଳ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଜିଲ୍ଲାପାଇଁ ଗୌରବପ୍ରଦାନ ନିମନ୍ତେ ଉତ୍କର୍ଷତା ପ୍ରମାଣପତ୍ର ସହ କୃତିତ୍ଵ ପାଇଁ ମେମେଣ୍ଟୋ ପ୍ରଦାନ କରିଥିଲେ । ଭବିଷ୍ୟତରେ ନିଷ୍ଠା ଓ ସାଧୁତାର ସହ କାର୍ଯ୍ୟକରି ଜୀବନର ପ୍ରତ୍ୟେକ ସ୍ତରରେ ସଫଳତା ବଜାୟ ରଖିବାପାଇଁ ଜିଲ୍ଲାପାଳ ସମସ୍ତ ଛାତ୍ରଛାତ୍ରୀଙ୍କୁ ଉପଦେଶ ଦେଇଥିଲେ । ଛାତ୍ର ଜୀବନର ପ୍ରାରମ୍ଭରୁ ଉଚ୍ଚଆଶା ପୋଷଣ କରି ଓ ନକାରାତ୍ମକ ଭାବନାଠୁ ନିଜକୁ ଦୂରେଇ ରଖିଲେ ଜୀବନରେ ସଫଳତା ଆସିଥାଏ ବୋଲି ଜିଲ୍ଲାପାଳ ଛାତ୍ରଛାତ୍ରୀମାନଙ୍କୁ ଦିଗ୍ ଦର୍ଶନ ପ୍ରଦାନ କରିଥିଲେ। ଉକ୍ତ ସମ୍ବର୍ଦ୍ଧନା ଉତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ, ବସନ୍ତ କୁମାର ନାୟକ ,, ବ୍ଲକ ଶିକ୍ଷା ଅଧିକାରୀ, ରାୟଗଡ଼ ଓ ଜିଲ୍ଲା ବିଜ୍ଞାନ ନିରୀକ୍ଷକ, ରାୟଗଡ଼ ଉପସ୍ଥିତ ରହିଥିଲେ ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଆଞ୍ଜୁଳାଏ ଫୁଲ’ କବିତା ସଂକଳନ ଲୋକାର୍ପିତ 

masiha

ପଞ୍ଚାୟତ ରେ ପ୍ରଶାନ୍ତ ଙ୍କ ଜନନୀ ସମ୍ପର୍କ ଅଭିଯାନ ଗୋଟିଏ ଲକ୍ଷ୍ୟ ସରକାରୀ ଯୋଜନା ବାବଦରେ ଗ୍ରାମବାସୀ ଙ୍କୁ ସଚେତନତା

masiha

ଉତ୍ତର ଓଡିଶା ରେଳ ସମନ୍ବୟ ସମିତିର ଦାବି..

Sunil Chandra Nayak

Leave a Comment

error: Content is protected !!