ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୃଜନୀ ପରିବାର ଚେନ୍ନାଇର ସୃଜନ- ମନ୍ଥନ ଆସର

ନବରଙ୍ଗପୁର-(ମସିହା) ଦେଶର ଅଗ୍ରଣୀ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ସୃଜନୀ ପରିବାର ଚେନ୍ନାଇ ଦ୍ଵାରା ସୃଜନ- ମନ୍ଥନ କାର୍ଯ୍ୟକ୍ରମରେ ଲୋକ ସଂସ୍କୃତି ଗବେଷକ ଡଃ ରାଜେନ୍ଦ୍ର ପାଢୀଙ୍କ ଗବେଷଣାତ୍ମକ ‘ କୋରାପୁଟର ମୋଖିକ ପରମ୍ପରା ‘ ଗ୍ରନ୍ଥ ଲୋକାର୍ପିତ ହୋଇଯାଇଛି l ଅନୁଷ୍ଠାନର ସମ୍ପାଦକ ଶ୍ରୀଯୁକ୍ତ ଅଶୋକ କୁମାର ସାମନ୍ତ ଉପସ୍ଥିତ ବରେଣ୍ୟ ଅତିଥି ମାନଙ୍କୁ ସ୍ଵାଗତ ଜଣାଇବା ସହ ସୃଜନୀ ର ଧାରାବାହିକ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ l ଏହାର ଅନ୍ୟତମ ଉପଦେଷ୍ଟା ଓ ଲେଖିକା ଡ. ବାସନ୍ତୀ ମହାନ୍ତି ଆସରକୁ ଉଦ୍ଘାଟନ କରି କୋରାପୁଟର ମୌଖିକ ପରମ୍ପରା ସମ୍ପର୍କରେ ନିଜ ବକ୍ତବ୍ୟ ପ୍ରଦାନ କରି ଡ. ପାଢୀଙ୍କ ନିଷ୍ଠାପର ଗବେଷଣା ସମ୍ପର୍କରେ ଆଲୋକ ପାତ କରିଥିଲେ l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନ୍ତର୍ଜାତିକ ଲୋକ ସଂସ୍କୃତି ବିତ ,ୟୁନୋଷ୍କ ଭାଷା ସମ୍ମାନ ପ୍ରାପ୍ତ ସାହିତ୍ୟିକ ଡ. ମହେନ୍ଦ୍ର କୁମାର ମିଶ୍ର ମୌଖିକ ପରମ୍ପରା ଲୋକ ସମାଜରେ ନିଜ ଜୀବନଚର୍ଯ୍ୟାରେ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ କିପରି ଜଡ଼ିତ ଓ ପ୍ରକୃତି,ମଣିଷ ଓ ଦେବତା ତଥା ଆଦିବାସୀଙ୍କ ଜ୍ଞାନ କୌଶଳ,ରୀତିନୀତି, ସାହିତ୍ୟ ,ସଙ୍ଗୀତ ପ୍ରଭୁତି ମୌଖିକ ଭାବେ ଗୋଟିଏ ପିଢ଼ି ରୁ ଅନୀ ଏକ ପିଢ଼ି କୁ ଗଡିଆସିଥାଏ , ଏ ସମ୍ପର୍କରେ ତଥ୍ୟ ପୂର୍ଣ୍ଣ ଓ ସାର ଗର୍ଭକ ଆଲୋଚନା କରିଥିଲେ l ବିଶିଷ୍ଟ ଲୋକ ସଂସ୍କୃତି ଗବେଷିକା ପଦ୍ମଶ୍ରୀ ପ୍ର.ଡ. ଦମୟନ୍ତୀ ବେସ୍ରା ତାଙ୍କ ଅଭିଭାଷଣରେ ଆଦିବାସୀଙ୍କ ଦୈନନ୍ଦିନ କାର୍ଯ୍ୟ ସହ ମୌଖିକ ପରମ୍ପରା କିପରି ଯୋଡ଼ି ହୋଇଥାଏ ,ବିଭିନ୍ନ ଉଦାହରଣ ଦେଇ ଆଲୋଚନା କରିଥିଲେ l ସମ୍ପ୍ରତି ଆଧୁନିକତାର ପ୍ରଭାବରେ ସମୃଦ୍ଧ ମୌଖିକ ପରମ୍ପରା ଲୋପ ହୋଇଯାଉଥିବା ବେଳେ ଡ. ପାଢ଼ୀ ଦୀର୍ଘ ବର୍ଷ ହେଲା ଗବେଷଣା କରି ଏଭଳି ଏକ ଉପାଦେୟ ଗ୍ରନ୍ଥ ରଚନା କରିଥିବା ସାଧୁବାଦ ଜଣାଇ ଥିଲେ l ମାଡ୍ରାସ ବିଶ୍ୱବିଦ୍ୟାଳୟ ର ପ୍ରଫେସର ଓ ଲେଖକ ଡ. ଅନନ୍ତ ଗିରି ସାହିତ୍ୟ ଓ ମଣିଷ ଜୀବନରେ ସୃଜନ କଳାରେ ମୌଖିକ ପରମ୍ପରାର ଭୂମିକା ସମ୍ପର୍କରେ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ l ଅନ୍ୟତମ ଆଲୋଚକ ବିଶିଷ୍ଟ କବି ଓ ଗବେଷକ ଡଃ କମଳା କୃଷ୍ଣ ତ୍ରିପାଠୀ କୋରାପୁଟ ର ଲୋକ ସଂସ୍କୃତିରେ ଗୀତ କୁଡିଆ ଓ ମୌଖିକ ପରମ୍ପରା ସମ୍ପର୍କରେ ଆଲୋଚନା କରି ଆଦିବାସୀ ସଂସ୍କୃତି କ୍ଷେତ୍ରରେ ଡ. ରାଜେନ୍ଦ୍ର ପାଢୀଙ୍କ ନିଷ୍ଠାପର ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ l କୋରାପୁଟ ର ଲୋକ କବି ଓ ଦେଶିଆ ପତ୍ରିକାର ସଂପାଦକ ଶ୍ରୀ ରଞ୍ଜନ ମହୁରିଆ , ମାଲକାଗିରିର ନାଟ ଗୁରୁ ଓ ଆଦିବାସୀ ଲେଖକ ଶ୍ରୀ ଅନାଡ଼ି କଡା ଅବିଭକ୍ତ କୋରାପୁଟର ଜନ ଜୀବନରେ ଲୋକ ସଂସ୍କୃତିର ଭୂମିକା ସମ୍ପର୍କରେ ଦୃଷ୍ଟିପାତ କରି ଲୋକାର୍ପିତ ଗ୍ରନ୍ଥର ଗୁରୁତ୍ଵ ରହିଛି ବୋଲି ମତ ରଖିଥିଲେ l 

ସୃଜନୀ ପରିବାରର ମୂଖ୍ୟ ଉପଦେଷ୍ଟା ଶ୍ରୀଯୁକ୍ତ ଆଶୁତୋଷ ସାମନ୍ତ ସିଂହାର ତାଙ୍କ ଅନୁଭୂତିରୁ ଆଦିବାସୀମାନଙ୍କ ପାରମ୍ପରିକ ଜୀବନ ଶୈଳୀ ଓ ମୌଖିକ ପରମ୍ପରା ସଂପର୍କରେ ବକ୍ତବ୍ୟ ପ୍ରଦାନ କରି ଗବେଷକ ଡ.ରାଜେନ୍ଦ୍ର ଙ୍କ ଏହି ଉପାଦେୟ ଗ୍ରନ୍ଥ ପାଇଁ ଶୁଭେଚ୍ଛା ଜଣାଇ ଥିଲେ l ଅନ୍ୟତମ ଉପଦେଷ୍ଟା ପ୍ର. ଗୋଦାବରୀଶ ମିଶ୍ର ଲୋକ ସଂସ୍କୃତି ସମ୍ପର୍କରେ ଏଭଳି ଗ୍ରନ୍ଥ ଲୋକାର୍ପିତ ହୋଇଥିବାରୁ ଖୁସି ବ୍ୟକ୍ତ କରି ଡ. ପାଢ଼ୀଙ୍କୁ ଅଭିନନ୍ଦନ ଜଣାଇଥିଲେ l ଲୋକାର୍ପିତ ଗ୍ରନ୍ଥର ପ୍ରକାଶକ ଓଡ଼ିଶାର ଅଗ୍ରଣୀ ପ୍ରକାଶନ ସଂସ୍ଥା ସୁବର୍ଣ୍ଣ ଶ୍ରୀ ପ୍ରକାଶନୀ ର ପ୍ରତିଷ୍ଠାତା ସାହିତ୍ୟିକ ଶ୍ରୀଯୁକ୍ତ କାଳି ପଦ ପଣ୍ଡା ସୃଜନୀ ର ଏହି ମହାନ୍ ଉଦ୍ୟମକୁ ସାଧୁବାଦ ଜଣାଇବା ସହ ଡ. ପାଢୀଙ୍କ ଗବେଷଣାତ୍ମକ ଗ୍ରନ୍ଥର ଚାହିଦା ପୂର୍ବ ଗ୍ରନ୍ଥ ପରି ରହିବ ବୋଲି କହିଥିଲେ l

      ପ୍ରାରମ୍ଭରେ ଆକାଶ ବାଣୀ ଓ ଦୂରଦର୍ଶନର ଉପସ୍ଥାପିକା ସୁମତି ମୁଣ୍ଡ ଅତିଥି ପରିଚୟ ପ୍ରଦାନ କରିଥିଲେ l କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଯୁବ କବି ସବ୍ୟସାଚୀ ବିଷୋୟୀ l ଏହି କାର୍ଯ୍ୟକ୍ରମରେ ଡକ୍ଟର ସନ୍ତୋଷ ଷଡ଼ଙ୍ଗୀ, ତାଉ ଭୋଇ, ସାଇମନ ବିଡ଼ିକା,ଅଧ୍ୟାପକ ତ୍ରିନାଥ ଖରା,ଡ. ନିବେଦିତା , ବରିଷ୍ଠ ସାମ୍ବାଦିକ ନକ୍ଷତ୍ର ଟି.ଭିର୍ ବିଜ୍ଞାନ ସମ୍ପାଦକ ଶ୍ରୀ ଯୁକ୍ତ ଲକ୍ଷ୍ମୀ ନାରାୟଣ ବକ୍ସୀ , ସତ୍ୟ ମୁଦୁଲି, କଣ୍ଠଶିଳ୍ପୀ ବିଦ୍ୟୁତ୍ପ୍ରଭା ପଟ୍ଟନାୟକ ପ୍ରମୁଖ ଶତାଧିକ ଲେଖକ ,ଗବେଷକ ଅଧ୍ୟାପକ ଓ କଳାକାର ଯୋଗ ଦେଇଥିଲେ l ପରିଶେଷରେ ଶ୍ରୀ ସଚ୍ଚିକାନ୍ତ ରାଜ ଗୁରୁଙ୍କ ମନ ଛୁଆଁ ଜଗନ୍ନାଥ ଭଜନ ସହ ସମ୍ପାଦକ ଅଶୋକ କୁମାର ସାମନ୍ତଙ୍କ ଧନ୍ୟବାଦ୍ ଅର୍ପଣ ପରେ ସାଢ଼େ ତିନି ଘଣ୍ଟା ଧରି ଏହି ଭବ୍ୟ କାର୍ଯ୍ୟକ୍ରମର ସଫଳ ପରି ସମାପ୍ତି ଘୋଷଣା କରାଯାଇ ଥିଲା l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବିଶ୍ରାମ ଘର ଭଙ୍ଗା କୁ ଯାତ୍ରୀ ବାହାରେ !!!

Sunil Chandra Nayak

RAYAGADA: MAFIA SMUGGLES VALUABLE TIMBER AMIDST FOREST FIRE UNDER RAYAGADA FOREST RANGE

masiha

ରୁଙ୍ଗଟା କାରଖାନାରେ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଶ୍ରମିକ

Sunil Chandra Nayak

Leave a Comment

error: Content is protected !!