ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ରାଜନୈତିକ ଶତ୍ରୁତାକୁ ନେଇ ଦୁଇ ଗୋଷ୍ଠି ମଧ୍ୟରେ ମରଣାତ୍ମକ ଆକ୍ରମଣ: ଛଅ ଆହତ

କାମାକ୍ଷାନଗର (ମନିସ )25/7/23 // ଥାନାରେ ଏତଲା ଦେବାପରେ 307 ଦଫା ନଲଗାଇ ପରୋକ୍ଷରେ ପୋଲିସ୍ ଦେଉଛି ସହାୟତା । 5 ଦିନ ପରେ ମଧ୍ୟ ପୋଲିସକାହାକୁ ଗିରଫ କରିନାହିଁ ।ପୋଲିସ୍ ଓ ସରପଞ୍ଚଙ୍କ ନାମରେ ଅଭିଯୋଗ ଆଣିଲେ ଗ୍ରାମବାସୀ । ନ୍ୟାୟ ନ ପାଇଲେ ପରିବାର ଆତ୍ମହତ୍ୟା କରିବାପାଇଁ ଦେଲେ ଚେତାବନୀ ।ନ୍ୟାୟ ପାଇଁ ଢେଙ୍କାନାଳ ଏସ୍‌ପି ଅଫିସ୍ ଘେରାଉ ।  

 ଢେଙ୍କାନାଳ ଜିଲ୍ଲା ନିହଲ ପ୍ରସାଦଥାନା ଅନ୍ତର୍ଗତ ଲେଥେକା ପଞ୍ଚାୟତ ଗୋଲଙ୍କ ଲୁଣ୍ଡି ଗ୍ରାମରେ ପୂର୍ବତନ ସରପଞ୍ଚ ବାବାଜୀ ସ୍ୱାଇଁଙ୍କ ସମର୍ଥକ ଓ ବର୍ତ୍ତମାନର ସରପଞ୍ଚ ଓ ପ୍ରକାଶ ଦାସଙ୍କ ଗୋଷ୍ଠୀ ମଧ୍ୟରେ ରାଜନୈତିକ ଶତ୍ରୁତାକୁ ନେଇ ଗୋଟିଏ ପରିବାରକୁ ବାଡେଇ ଲହୁ ଲୁହାଣ କରିବାସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଘରେ ପସି ସ୍ପ୍ଲେଣ୍ଡର ଗାଡ଼ିକୁ ବାଡେଇ ଭାଙ୍ଗିଥିବାବେଳେ ,15 ହଜାର ଟଙ୍କା ଓ ସୁନାଚେନ୍‌ ଲୁଟ୍ କରିଥିବା ସୁଲୋଚନା ଦାସ ନିହଲପ୍ରସାଦ ଥାନାରେ ଗତ 20 ତାରିଖ ଦିନ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କେବଳ କେସ୍ ଟି ପଞ୍ଜିକୃତ କରିଦେଇ ଥାନାବାବୁ ବସିପଡିଛନ୍ତି, ଜଣେ ହେଲେବି ଅଭିଯୁକ୍ତଙ୍କୁ ଗିରଫ କରିନଥିବା ବେଳେ ଏହି ସଂଘବଦ୍ଧ ଆକ୍ରମଣରେ ପ୍ରମୋଦ ମହାନ୍ତି, ପବିତ୍ର ମହାନ୍ତ, ସୁପ୍ରିତି ମହାନ୍ତି, ପ୍ରକାଶମହାନ୍ତ, ଅଭୟ ରାଉତ, ଅକ୍ଷୟ ରାଉତ ନିରୋଦ ମହାନ୍ତି, ଦୀପ୍ତି ପଟ୍ଟନାୟକ, କୁଳମଣି ସ୍ୱାଇଁ, ମୁଭିଶ୍ ମହାନ୍ତି ପ୍ରମୁଖ ନାମ ରହିଥିବା ଏତଲାରୁ ଜଣାଯାଇଛି । ମାଡଖାଇଥିବା ପରିବାର ଥାନାରେ ଅଭିଯୋଗ କରିବାପରେ ଅପରପକ୍ଷ ଗୋଷ୍ଠୀ ଗୋଟିଏ କାଉଣ୍ଟର ମିଥ୍ୟା ଏତେଲା ଦେଇଛନ୍ତି ।ସରପଞ୍ଚଙ୍କ ଚାପରେ ପୋଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ଗ୍ରାମବାସୀ ମାନେ ଢେଙ୍କାନାଳ ଏସପି ଅଫିସ୍ ଘେରାଉ କରିଥିବା ଓ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବାପାଇଁ ଦାବୀ କରିଛନ୍ତି । ତେଣୁ ପରିବାରକୁ ନ୍ୟାୟ ଦେବାପାଇଁ ଗ୍ରାମବାସୀମାନେ ଦାବୀ କରିଛନ୍ତି ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

କେକରେ ଗାମୁଛା ବାନ୍ଧି ଯୁବକର ଆତ୍ମହତ୍ୟା

Sunil Chandra Nayak

ସ୍ତ୍ରୀ କୁ ପେଟ୍ରୋଲ ଢାଳି ପୋଡି ମାରିବା ଅଭିଯୋଗରେ ଅଭିଯୁକ୍ତ ସ୍ଵାମୀ କୋର୍ଟ ଚାଲାଣ

Sunil Chandra Nayak

ବିଜେପୁର ଥାନାଞ୍ଚଳରେ ୨ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ

Leave a Comment

error: Content is protected !!