ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାନ୍ଥ ଛାତରୁ ପାଣି ଝରୁ ଥିବାରୁ ଛାତ୍ରଛାତ୍ରୀମାନେ ବାହାରେ ପଢୁଥିବା ପ୍ରସଙ୍ଗ: ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଯୋଗାଯୋଗ କଲେ ସମସ୍ୟାର ସମାଧାନ ହେବ ଜିଲ୍ଲା ଶିକ୍ଷା ଅଧିକାରୀ

ନର୍ଲା (ମନିସ) ନର୍ଲା ବ୍ଳକ ଅନ୍ତର୍ଗତ କୁରମେଲ ପଞ୍ଚାୟତ ନିକଟରେ ଥିବା ପାଙ୍ଗା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାନ୍ଥ ଛାତରୁ ପାଣି ଝରୁଥିବା ଖବର ପ୍ରକାଶିତ ହୋଇଛି। ବର୍ଷା ହେବାରୁ ବିଦ୍ୟାଳୟ କୋଠରୀ ଛାତରୁ ପାଣି ଝରୁଥିବାରୁ କାନ୍ଥ ବିପଦ ସଙ୍କୁଳ ଅବସ୍ଥାରେ ଥିବାରୁ ଛାତ୍ରଛାତ୍ରୀମାନେ ବାରଣ୍ଡାରେ ପଢୁଥିବା ବିଷୟ କିଛି ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏହା ପରେ ଜିଲ୍ଲା ଶିକ୍ଷା ଅଧିକାରୀ ଏହି ବିଷୟ ଉପରେ ଟିପ୍ପଣୀ ଦେଇଥିଲେ। ନର୍ଲା ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଯୋଗାଯୋଗ କଲେ ସମସ୍ୟାର ସମାଧାନ ହେବ ବୋଲି ଏକ ମେସେଜ ଜରିଆରେ ଜିଲ୍ଲା ଶିକ୍ଷା ଅଧିକାରୀ ଶୁଶାନ୍ତ କୁମାର ଚୈ।ପଦାର ଗଣମାଧ୍ୟମ ପ୍ରତିନିଧିଙ୍କୁ ଜଣାଇଥିଲେ। ତେଣେ ସ୍କୁଲ କମିଟିର ସଭାପତି ତ୍ରିନାଥ ପାତ୍ର, ପ୍ରଧାନ ଶିକ୍ଷକ ଅକୃର ନାଏକ ସମେତ ଅନେକ ସଭ୍ୟସଭ୍ୟା ବ୍ଲକ ଶିକ୍ଷା ଅଧିକାରୀ, ନର୍ଲା ବିଡ଼ିଓ, ପଞ୍ଚାୟତ ସରପଞ୍ଚଙ୍କୁ ବାରମ୍ବାର ଲିଖିତ ଆକାରରେ ଦେଇ ସମସ୍ୟାର ସମାଧାନ ପାଇଁ ଜଣାଇଥିଲେ ସୁଦ୍ଧା ସ୍କୁଲର ସମାଧାନ ଦିଗରେ କୋୖଣସି ଆନ୍ତରିକତା ଦେଖାଇ ନଥିବାରୁ ଅଭିଭାବକ ମହଲରେ ଅସନ୍ତୋଷ ବଢୁଛି। ପୁଣି କୁରମେଲ ଗ୍ରାମ ପଞ୍ଚାୟତ ଦାୟିତ୍ୱରେ ଥିବା ଯନ୍ତ୍ରୀ ଉକ୍ତ ସ୍କୁଲକୁ ୨/୩ ଥର ଯାଇ କୋଠରୀ ନିର୍ମାଣ କାର୍ଯ୍ୟ ଆରମ୍ଭ ପାଇଁ ମାପ କରି ଫେରି ଆସିଥିବା ଶିକ୍ଷା କମିଟିର ସଦସ୍ୟ ମାନେ ପ୍ରକାଶ କରିଛନ୍ତି। ସ୍କୁଲରେ ଛାତ୍ରଛାତ୍ରୀମାନେ ବାରଣ୍ଡାରେ ବସି ପାଠ ପଢ଼ିବା ବିଷୟକୁ ନେଇ ଅଭିଭାବକ ଓ ଶିକ୍ଷା ପ୍ରେମୀ ମହଳରେ ତିବ୍ର ଅସନ୍ତୋଷ ସୃଷ୍ଟି କରିଛି।

ଦୀପକ ଠାକୁର ମସୀହା ନର୍ଲା ପ୍ରତିନିଧି

Related posts

ଇନ୍ଦ୍ରାବତୀ ର ଅସ୍ତିତ୍ୱ ବଞ୍ଚାଇବା ପ୍ରୟାସ ରେ ଆଉ ଏକ ପାଦ : ଇନ୍ଦ୍ରାବତୀ ନାଗରିକ ମଞ୍ଚ ବିଧାୟକ ଙ୍କୁ ଦେଲେ ସ୍ମାରକପତ୍ର

Sunil Chandra Nayak

ଡିଗ୍ରୀ ଅଫ ଡ଼କ୍ଟର ଅଫ ଗ୍ଲୋବାଲ ଲିଡରସିପ ଉପାଧିରେ ସମ୍ବର୍ଦ୍ଧିତ ହେଲେ ଡ଼. ଭବାନୀ ଶଙ୍କର ନିଆଲ

masiha

ଓଡିଶା ସାହିତ୍ୟ ଏକାଡେମୀ ଓ ଜିଲ୍ଲା ପ୍ରଶାସନ ତରଫରୁ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ 

masiha

Leave a Comment

error: Content is protected !!