ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବେଆଇନ ଭାବେ ଚାଲିଥିବା ବିଦେଶୀ ମଦ କୋଠି ଉପରେ ଦଶପୁର ଫାଣ୍ଡିର ଚଢ଼ାଉ , ୩୫୫ ଖଣ୍ଡ ବୋତଲର ସମୁଦାୟ ୧୭୫ ଲିଟର ମଦ ଜବତ , ମଦ ବେପାରୀଙ୍କୁ କୋର୍ଟ ଚାଲାଣ 

ଗୋଳାମୁଣ୍ଡା/25/7/ନିରପେକ୍ଷ /ନିର୍ଭୟ ମସିହା /କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ଥାନା ଅନ୍ତର୍ଗତ ଦଶପୁର ଫାଣ୍ଡିକୁ ଏକ ବଡ଼ ସଫଳତା ମିଳିଛି । ଟେମରି ଗ୍ରାମର ଡାକେଶ୍ୱର ପୁଟେଲ ଦୀର୍ଘ ଦିନ ଧରି ଦେଶୀ ଓ ବିଦେଶୀ ମଦ ନିଜ କୋଠିରେ ବିକ୍ରି କରିଆସୁଥିଲେ । କୌଣସି ମତେ ଦଶପୁର ଫାଣ୍ଡି ଅଧିକାରୀ ବୀରବନ୍ଧୁ ସେଠି ଖବର ପାଇ ଗତ ୨୨/୭ ରେ ଡାକେଶ୍ୱର ପୁଟେଲଙ୍କ ମଦକୋଠି ଉପରେ ଚଢ଼ାଉ କରିଥିଲା । ଚଢ଼ାଉରେ ୩୫୫ ଖଣ୍ଡ ମଦ ବୋତଲ ସମୁଦାୟ ୧୭୫ ଲିଟର ଜବତ କରିଥିବା ବେଳେ ମଦ ବେପାରୀ ଡାକେଶ୍ଵର ପୁଟେଲଙ୍କୁ ଗୋଳାମୁଣ୍ଡା ଥାନାରେ ଅଟକ ରଖାଯାଇଥିବା ଏଏସଆଇ ବୀରବନ୍ଧୁ ସେଠି ପ୍ରକାଶ କରିଛନ୍ତି । ଏଏସଆଇଙ୍କ କହିବା ଅନୁଯାୟୀ ପୂର୍ବରୁ ଅବକାରୀ ବିଭାଗ ଏହି କୋଠି ଉପରେ ଚଢ଼ାଉ କରି ଏକ କେଶ ରୁଜୁ କରିଥିବା କହିଛନ୍ତି । ଦଶପୁର ଫାଣ୍ଡି ଜବତ କରିଥିବା ୩୫୫ ଖଣ୍ଡ ବୋତଲ ମଧ୍ୟରୁ ଆଇବି ୧୪ ଖଣ୍ଡ, ଭୁଟାନ ହୁସ୍କି ୯ଖଣ୍ଡ,ବ୍ଲାକ ବେରୀ ଵୋକାଡୀ ୯ଖଣ୍ଡ, ଫ୍ରଣ୍ଟ ଲାଇନ ହୁସ୍କି ୯ ଖଣ୍ଡ , ବି ସେଭେନ ୩୮ ଖଣ୍ଡ ,ହଣ୍ଟର କେନ ୧୨୫ ଖଣ୍ଡ, କିଙ୍ଗ ଫିସର ୬୯ ଖଣ୍ଡ ଓ ବୁମ ବିଅର ୮୨ ଖଣ୍ଡ ମୋଟ ସମୁଦାୟ ୧୭୫ ଲିଟର ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଅବକାରୀ ବିଭାଗ ଦର ତାଲିକା ରିପୋର୍ଟ ଉପରେ ତର୍ଜମା କଲେ ୬୦ ହଜାରରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ଗତ ତା ୨୩/୭ ଗୋଳାମୁଣ୍ଡା ପୋଲିସ ୧୨୨/ ୨୩ ରେ କେଶ ରୁଜୁ କରି ଡାକେଶ୍ଵର ପୁଟେଲଙ୍କୁ କୋର୍ଟ ଚାଲାଣ କରିଥିବା ପୋଲିସ ପକ୍ଷରୁ କୁହାଯାଇଛି । ଗାଁ ଗାଁରେ ଛତୁ ଫୁଟିଲା ଭଳି ମଦକୋଠି ଖୋଲି ଦେଶୀ ଓ ବିଦେଶୀ ମଦ ବିକ୍ରିକରି ମଲେମାଲ ହେଉଛନ୍ତି ତେବେ ଏହା ଅସଲି ନା ନକଲି ଏ ଉପରେ ମଧ୍ୟ ସନ୍ଧେହ ଉପୁଜିଛି । ଗୋଳାମୁଣ୍ଡା ବ୍ଲକ ସୀମାନ୍ତରେ ଛତିଶଗଡ଼ ରାଜ୍ୟ ଅବସ୍ତିତ ଏଠାରୁ ଅଧିକାଂଶ ନକଲି ବିଦେଶୀ ମଦ ଆଣି ବିକ୍ରି କରୁଥିବା ମଧ୍ୟ ଲୋକଲୋଚନରେ ଚର୍ଚ୍ଚା ହେଉଛି । ଅବକାରୀ ବିଭାଗ ସମସ୍ତ କୋଠି ଉପରେ ଚଢ଼ାଉ କରିବା ସଙ୍ଗେ ଅସଲି ନା ନକଲି ତଦନ୍ତ ଜରୁରୀ ହୋଇପଡିଛି ।

ଗୋଲାମୁଣ୍ଡା ବ୍ଲକରୁ ରାମ କୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତିଶୀଳ ମସିହା

Related posts

ଲକ୍ଷାଧିକ ଟଙ୍କା ର ବିଦେଶୀ ମଦ ଜବତ: ଗିରଫ ହେଲେ ବିଜେଡ଼ି ନେତା ସୁବାସ ମାଝୀ

Sunil Chandra Nayak

ଝୁଲନ୍ତା ଶବ କାହାର ଚିହ୍ନଟ ହେଲା : ପରିବାରକୁ ହସ୍ତାନ୍ତର କଲା ଖାତିଗୁଡା ପୋଲିସ 

masiha

ତିର୍ତ୍ତୋଲରୁ ବେଆଇନ ଭାବେ ବାଲି ଚାଲାଣ କରୁଥିବା ଦୁଇଟି ହାଇୱା ଜବତ !

Leave a Comment

error: Content is protected !!