ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାର୍ଗିଲ୍ ଯୁଦ୍ଧର ଯାମଦା ଅଂଚଳର ଅନନ୍ୟ ଵୀର ସହିଦ୍ ସୁଦାମ ଚରଣ ଟୁଡୁ 

 ମୟୂରଭଞ୍ଜ – ୨୬/ ୭ ( ମସିହା)୧୯୯୯ ମସିହା ଜୁଲାଇ ୨୬ ତାରିଖ ଆଜିର ଦିନରେ ଭାରତର ଉତ୍ତର ସୀମାରେ ଲାଦାଖ ଅନ୍ତର୍ଗତ କାର୍ଗିଲ କ୍ଷେତ୍ରରେ ପାକିସ୍ତାନୀ ସେନାର ଅନୁପ୍ରଵେଶକୁ ଭାରତର ଯବାନମାନେ ବହୁ କଷ୍ଟ ସାଧ୍ୟ କରି,ଜୀବନ ବଳିଦାନ,ମୃତାହତ ସୋଇ ପଣ୍ଡା କରି ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସୀମାରେ ସଂଗଠିତ ଏହି ଯୁଦ୍ଧରେ ଭିତର ସୈନିକ ମାନେ ବହୁ ସାହସ,ଅଦମ୍ୟ ଉତ୍ସାହ ଓ ଦେଶମାତୃକାର ସୁରକ୍ଷା ପାଇଁ ଲଢି ଭାରତର ସୀମାକୁ ସୁରକ୍ଷିତ କରିଥିଲେ ବରଫାଛନ୍ନ କାର୍ଗିଲରେ ଦିର୍ଘ ୩ ମାସ ଧରି ଲଢେଇ କରି ଶେଷରେ କାର୍ଗିଲ ବିଜୟ‌କରି ତ୍ରୀରଙ୍ଗା ଧ୍ଵଜା ଉଠାଇଥିଲେ । ଆଜିର ଦିନରେ କାର୍ଗିଲ ଯୁଦ୍ଧରେ ଵଳିଦାନଦେଇଥିବା ସେହି ଭାରତୀୟ ସେନାନୀକୁ ଆଜି ସମଗ୍ର ଭାରତବାସୀ ମନେ ପକାଇବା ସହ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି ।ସେହି କାର୍ଗିଲ୍ ଯୁଦ୍ଧରେ ଦେଶମାତୃକା ସୁରକ୍ଷା ପାଇଁ ଜୀବନ ଦେଇଥିଲେ ମୟୂରଭଞ୍ଜ ଜିଲ୍ଲାର ଵହଳଦା ଥାନା ଅନ୍ତର୍ଗତ ଯାମଦା ବ୍ଳକର ନହରଦା ଗ୍ରାମର ସହିଦ ସୁଦାମ ଚରଣ ଟୁଡୁ l କାର୍ଗିଲ୍ ଯୁଦ୍ଧ ସମୟରେ ସୁଦାମ ଙ୍କୁ ଡାକରା ସମୟରେ ପରିବାର ଙ୍କ ମତାମତ ଲୋଡା ଯାଇଥିଲା l ଏ ସମୟରେ ସହିଦ୍ ସୁଦାମ ଙ୍କ ସ୍ତ୍ରୀ ସୀତାମଣି ଟୁଡୁ ନିର୍ଭୀକ ଭାବେ ନିଜର ସହମତି ପ୍ରକାଶ କରିଥିଲେ l ପରବର୍ତ୍ତୀ ସମୟରେ ସୁଦାମ ଦେଶ ପାଇଁ ଜୀବନ ଦେଇଥିଲେ l ସୁଦାମ ଙ୍କ ଶରୀର ଶତୃ ଙ୍କ ଆକ୍ରମଣ ରେ ଖଣ୍ଡବିଖଣ୍ଡିତ ହୋଇଯାଇଥିଲା l ପରିବାର ବର୍ଗଙ୍କୁ ଶେଷ ଦର୍ଶନ ର ସୌଭାଗ୍ୟ ମଧ୍ୟ ମିଳିନଥିଲା l ଅସ୍ତି ଖଣ୍ଡକ ରେ ଶେଷ କୃତ ସମ୍ପର୍ଣ୍ଣ କରାଯାଇଥିଲା l ସହିଦ୍ ସୁଦାମ ଙ୍କ ପାରିବାରରେ ବୀର ନାରୀ ସୀତା ମଣି ଟୁଡୁ ଙ୍କ ସହ ଦୁଇ ଝିଅ ଗୋଟିଏ ପୁଅ ରହୁଛନ୍ତି l 24 ବର୍ଷ ବୟସରେ ତିନି ପୁଅ ଝିଅ ଙ୍କୁ ଏକା ଲାଳନ ପାଳନ କରି ମଣିଷ କରିବା ରେ ହାର ମାନି ନାହାଁନ୍ତି ସୀତା l ସ୍ଵାମୀ ଙ୍କ ଦେହାନ୍ତ ମନରେ ବିଶ୍ବାସ ଆସୁନାହିଁ ବୋଲି ମତବ୍ୟକ୍ତ କରିଛନ୍ତି l 

ବଡ଼ ଝିଅ ସ୍ଵପ୍ନା ଟୁଡୁ ଙ୍କ ବିବାହ ହୋଇଯାଇଥିବା ବେଳେ, ସାନ ଝିଅ କଳ୍ପନା ଟୁଡୁ ଓ ପୁଅ ବିରୁ ଟୁଡୁ ଙ୍କ ପାଠ ପଢା ଚାଲିଛି l ସ୍ଵାମୀ ଯେଉଁ ଭଳି ଦେଶ ସେବା କରୁଥିଲେ ତାଙ୍କ ପୁଅ ଝିଅ ମଧ୍ୟ ଦେଶ ସେବା ରେ ନିୟୋଜିତ ହେବା ତାଙ୍କର ଇଚ୍ଛା ରହିଥିବା ବେଳେ, ସହିଦ୍ ସୁଦାମ ଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ କରିବା ନିମନ୍ତେ ଇଚ୍ଛୁକ ଥିଲେ ମଧ୍ୟ ଆର୍ଥିକ ସକ୍ଷମ ହୋଇପାରୁନାହିଁ ବୋଲି ମତ ପ୍ରକାଶ କରିଛନ୍ତି lଗ୍ରାମବାସୀ ସାଙ୍ଗସାଥି ମାନେ ଆଜିବି ମନେ ପକାଉଛନ୍ତି lପ୍ରଶାସନ ତରଫରୁ ସୁଦାମଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଗ୍ରାମବାସୀ ନିବେଦନ କରିଛନ୍ତି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଗନ୍ଧମାର୍ଦ୍ଦନକୁ ଜାତୀୟ ସଂପତ୍ତି ଘୋଷଣା ପାଇଁ ଲୋକସଭାରେ ବରଗଡ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କଲେ 

masiha

ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ ଆଜି ସକାଳ ୮ ଘଣ୍ଟା ରେ ଇହ ଧାମ ତ୍ୟାଗ, ବିଭିନ୍ନ ମହଲ ରୁ ଗଭୀର ଶ୍ରଦ୍ଧାଞ୍ଜଳୀ

Sunil Chandra Nayak

ନର୍ଲାରେ ମିଶନ ଶକ୍ତି ମହିଳାଙ୍କ ପ୍ରଶଂସା କଲେ ୫ଟି ସଚିବ

Leave a Comment

error: Content is protected !!