ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଅନିଲ ହେଲେ ଜିଲ୍ଲା ଯୁବ କଂଗ୍ରେସର ଉପସଭାପତି

ଗୋଲାମୁଣ୍ଡା /26/7/ନିରପେକ୍ଷ /ନିର୍ଭୟ ମସିହା /ଓଡ଼ିଶାରେ ଆଗକୁ ୨୦୨୪ ନିର୍ବାଚନ ଆସୁଥିବାରୁ ତିନି ପ୍ରମୁଖ ରାଜନୈତିକ ଦଳ ନିଜ ନିଜ ସଂଗଠନ ସଜାଡ଼ିବା ବେଳେ କଳାହାଣ୍ଡି ଜିଲ୍ଲାରେମଧ୍ୟ କଂଗ୍ରେସ ଦଳ କର୍ମ କର୍ତ୍ତା ଚୟନ କରିଥିବା ବେଳେ ଯୁବ କଂଗ୍ରେସ କମିଟିରେ ସର୍ବ ସମତି କ୍ରମେ ଅନିଲ କୁମାର ମଲ୍ଲିକ କୁ ଜିଲ୍ଲା ଉପ ସଭାପତି ଭାବରେ ସ୍ଥାନ ଘୋଷଣା କରିଛନ୍ତି । ଦିର୍ଘ ଦିନରୁ ଯୁବ କଂଗ୍ରେସରେ ଜଣେ ଦକ୍ଷ ନେତା ହିସାବରେ କାର୍ଯ୍ୟ କରି ଆସୁଥିବା ବେଳେ ଏହା ପୂର୍ବରୁ ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ଯୁବ କଂଗ୍ରେସ ସଭାପତି ଭାବରେ ୨ ବର୍ଷ ଧରି କାର୍ଯ୍ୟ କରି ଆସୁଥିଲେ । ସମାଜର ମଙ୍ଗଲ ଚିନ୍ତା କରିବା ସହିତ ସରକାରୀ ଯୋଜନାରେ ଦୁର୍ନୀତି ଅତ୍ୟାଚାର ବିରୁଦ୍ଧରେ ଚାଷୀଙ୍କ ପାଇଁ ହଉ କିମ୍ଵା ଯୁବ ଗୋଷ୍ଠୀଙ୍କୁ ନେଇ ସମସ୍ତ ଜନସାଧାରଣଙ୍କ ପାଇଁ ସରକାରଙ୍କ ବିରୁଦ୍ଧରେ ଲଢେଇ କରି ଆସୁଥିଲେ । ବର୍ତ୍ତମାନ କଳାହାଣ୍ଡି ଜିଲ୍ଲାରୁ ଯୁବ କଂଗ୍ରେସ ଉପ ସଭାପତି ଭାବରେ ମନୋନୀତ ହେବା ପରେ ଜିଲ୍ଲାରେ ଲୋକଙ୍କ ମନରେ ଖୁସିର ଲହରୀ ଖେଳି ଯାଇଛି ଏବଂ ଶୁଭେଚ୍ଛାର ସୁଅ ଛୁଟୁଛି । ଆଗକୁ ନିଜର ଦକ୍ଷତାକୁ ନେଇ ଗ୍ରାମାଞ୍ଚଳ ଠୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ କିଭଳି ଭାବରେ ଜିଲ୍ଲା କଂଗ୍ରେସ ସୁଦୃଢ଼ ହେବ ତାହା ରଣନୀତି ପ୍ରସ୍ତୁତ କରିବି ବୋଲି ଶ୍ରୀ ମଲ୍ଲିକ ନିଜର ପ୍ରତିକ୍ରିୟା ରଖିଛନ୍ତି ।

ଗୋଲାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତିଶିଳ ମସିହା

Related posts

ଜୁନାଗଡ ଠାରେ ବିଜେପି ପକ୍ଷରୁ ବଳିଦାନ ଦିବସ ପାଳିତ

masiha

ବିଜେଡିରେ ସାମିଲ ହେଲେ ବିଜେପି ମଣ୍ଡଳ ସଭାପତି

masiha

ଦୁଇ ଶହ ୟୁନିଟ ଦେୟମୁକ୍ତ ବିଜୁଳି ଯୋଗାଇବା ଏବଂ ଅଘୋଷିତ ବିଜୁଳି କାଟ୍ ବିରୁଦ୍ଧରେ ଆନ୍ଦୋଳନ ପାଇଁ ଆପ୍ ର ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!