ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିକ୍ଷା ବିଭାଗର ବିଚିତ୍ର ନୀତି ୫ ଟି ସ୍କୁଲ ରୂପାନ୍ତରିତ ପରେ ବି ଶ୍ରେଣୀ ଗୃହ ଅଭାବ ,ବାରଣ୍ଡାରେ ପଢୁଛନ୍ତି ୧ ରୁ ୫ ଶ୍ରେଣୀର ଛାତ୍ରଛାତ୍ରୀ ,ବର୍ଷା ହେଲେ ସ୍କୁଲ ଛୁଟି

ଚିଲିଗୁଡା ( ମନି ସ)  କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ରାଜପୁର ଗ୍ରାମରେ ଥିବା ସରକାରୀ ଉର୍ଣ୍ଣିତ ଉଚ୍ଚ ବିଦ୍ୟାଳୟ ରେ ପ୍ରଥମରୁ ଦଶମ ଶ୍ରେଣୀ ଯାଏଁ ପ୍ରାୟ ୪୧୪ ଜଣ ଛାତ୍ରଛାତ୍ରୀ ପାଠ ପଢ଼ିଥାନ୍ତି।ଦୁଃଖର ବିଷୟ ମାତ୍ର ୪ ଗୋଟି ଶ୍ରେଣୀ ଶ୍ରେଣୀ ଗୃହ ରହିଛି ।ସେହି ୪ ଗୋଟି ଶ୍ରେଣୀ ଗୃହରେ ୬ ରୁ ୧୦ ଶ୍ରେଣୀର ଛାତ୍ରଛାତ୍ରୀ ପଢ଼ୁଥିବା ବେଳେ ୧ ରୁ ୫ ଶ୍ରେଣୀର ଛାତ୍ରଛାତ୍ରୀ ବାରଣ୍ଡାରେ ବସି ପାଠ ପଢ଼ିଥାନ୍ତି ।ଯାହା ଫଳରେ ଶିକ୍ଷା ଦାନରେ ବାଧା ସୃଷ୍ଟି ହୋଇଥାଏ ।ଏପରିକି ସ୍କୁକର ଲାଇବ୍ରେରୀ କୋଠରୀରେ ମଧ୍ୟ ଶିକ୍ଷକ ମାନେ ବାଧ୍ୟ ହୋଇ ଶିକ୍ଷା ଦାନ କରୁଥିବା ଦେଖିବାକୁ ମିଳିଛି ।ବିଦ୍ୟାଳୟ ଟି ୫ ଟି ମାଧ୍ୟମରେ ରୂପାନ୍ତରିତ ହୋଇଥିଲେ ମଧ୍ୟ ନୂତନ ଶ୍ରେଣୀଗୃହର ନିର୍ମାଣ କରାଯାଇନାହିଁ ।ପୂର୍ବରୁ ସ୍କୁଲ ଜାଗାର ସମସ୍ୟା ରହିଥିଲା ।ଯାହା ଫଳରେ ସ୍କୁଲ ନିର୍ମାଣରେ ସମସ୍ୟା ଦେଖାଦେଇଥିଲା ।ବର୍ତ୍ତମାନ ଜାଗା ସମସ୍ୟା ଦୂର ହେଲାଣି । ଏହି ବିଦ୍ୟାଳୟରେ ପ୍ରାଥମିକ ଶିକ୍ଷକ ସଂଖ୍ୟା ମଧ୍ୟ କମ ରହିଛି ।ବିଦ୍ୟାଳୟରେ ରୋଷେଇଗୃହ ଓ ପାନୀୟଜଳର ସମସ୍ୟା ରହିଛି ।ଏକ ନଳକୂପ ନିତାନ୍ତ ଆବଶ୍ୟକ ବୋଲି ଶିକ୍ଷକ ମାନେ କହିଛନ୍ତି ।୫ ଟି ମାଧ୍ୟମରେ ସ୍କୁଲ ଚକା ଚକ ହେଉଛି ମାତ୍ର ନୂତନ ଶ୍ରେଣୀ ଗୃହ ନିର୍ମାଣ କି ଶିକ୍ଷକ ନିଯୁକ୍ତି ଦିଆଯାଉନାହିଁ ।ଫଳରେ ଗ୍ରାମାଞ୍ଚଳର ଛାତ୍ର ଛାତ୍ରୀ ମାନେ ଶିକ୍ଷା ଦାନରୁ ବଞ୍ଚିତ ହେଉଛନ୍ତି । ରାଜ୍ୟ ସରକାର ସ୍କୁଲ ଚକା ଚକ କୁ ଗୁରୁତ୍ୱ ଦେଉଥିବା ବେଳେ ପାଠ ପଢା ପ୍ରତି ଗୁରୁତ୍ୱ ଦେଉନାହାନ୍ତି ।ଫଳରେ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଦେଇଛି ।ବାରଣ୍ଡାରେ ପାଠ ପଢା ବେଳେ ବର୍ଷା ହେଲେ ଛାତ୍ରଛାତ୍ରୀ ମାନେ ହଟ ହଟା ହେଉଛନ୍ତି ।ଶ୍ରେଣୀଗୃହ ଅଭାବ ଏବଂ ସ୍କୁଲର ବିଭିନ୍ନ ସମସ୍ୟାକୁ ନେଇ ପଞ୍ଚାୟତ ଯୁଗ୍ମ ଜନ ଶୁଣାଣି ଶିବିରରେ ଶିକ୍ଷକ ମାନେ ଜୁନାଗଡ଼ ବି ଡ଼ି ଓ ଙ୍କ ଠାରେ ଅଭିଯୋଗ କରିଛନ୍ତି ।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଜିତ ମେହେର ଙ୍କୁ ପଚାରିବାରୁ ସେ ମଧ୍ୟ ଏହି ସମସ୍ୟା ରହିଥିବା ପ୍ରକାଶ କରିଛନ୍ତି । ଶିକ୍ଷା ବିଭାଗ ଏହାର ତଦନ୍ତ କରି ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ରାଉରକେଲାରେ ୭୯ତମ ସ୍ବାଧୀନତା ଦିବସ ପାଳନ

Sunil Chandra Nayak

ବିଦ୍ୟୁତ ବିଭାଗ ର ଅବହେଳା ଯୋଗୁଁ ଚିଲିଚିଲା ଠାରେ ମୁକୁଳା ବିଦ୍ୟୁତ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ମେଣ୍ଢା ର ମୃତ୍ୟୁ

masiha

ରାଉରକେଲା ମହାବିଦ୍ୟାଳୟ ଓ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିଶା ସେବନ ବିରୋଧରେ ଜନ ସଚେତନତା ଶିବିର ଅନୁଷ୍ଠିତ 

masiha

Leave a Comment

error: Content is protected !!