ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ହେଲେ ବେଣୁପାଣି ଦୁର୍ଗା

କଲମପୁର ତା୨୭/୭(ମ ନି ସ) ରାଜ୍ୟ ଯୁବ କଂଗ୍ରେସର ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି କଳାହାଣ୍ଡି ଜିଲ୍ଲା ଭୂର୍ଷୀଗୁଡ଼ା ର ବେଣୁପାଣି ଦୁର୍ଗା।ନିର୍ବାଚନ ପ୍ରକ୍ରିୟା ପୂର୍ବରୁ ଶେଷ ହୋଇଥିବା ବେଳେ ମଙ୍ଗଳବାର ଉକ୍ତ ନିର୍ବାଚନର ଫଳାଫଳ ଘୋଷଣା କରିଛନ୍ତି ଜାତୀୟ ଯୁବ କଂଗ୍ରେସର ନିର୍ବାଚନ ଅଧିକାରୀ । ଏହା ପୂର୍ବରୁ ଶ୍ରୀ ଦୁର୍ଗା ଜିଲ୍ଲା ଯୁବକଂଗ୍ରେସର ସାଧାରଣ ସମ୍ପାଦକ ସମ୍ପାଦକ ଓ ପ୍ରବକ୍ତା, ଭାବେ ଦାୟିତ୍ଵ ତୁଲାଇ ଆସିଛନ୍ତି । ଯୁବନେତା ଶ୍ରୀ ଦୁର୍ଗା ରାଜ୍ୟ ଯୁବକଂଗ୍ରେସର ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହେବା ପରେ ସେ ଆଗାମୀ ଦିନରେ ଓଡିଶାର ଯୁବକଙ୍କ ନାର୍ଯ୍ୟ ଦାବି ପାଇଁ ଲଢେଇ ଜାରି ରଖିବା ସହ ଯୁବକମାନଙ୍କୁ କଂଗ୍ରେସ ପ୍ରତି ଆକୃଷ୍ଟ କରାଇ ତୃଣମୂଳସ୍ତରରେ ଦଳକୁ ମଜବୁତ କରିବେ ବୋଲି ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ଏହି ଖବର ଶୁଣିବା ପରେ ତାଙ୍କ ସମର୍ଥକ ଓ ଅଞ୍ଚଲ ବାସି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।। ଏହି ନିର୍ବାଚନରେ ତାଙ୍କୁ ସହଯୋଗ କରିଥିବା ସମସ୍ତ ଯୁବବନ୍ଧୁଙ୍କୁ ସେ ଧନ୍ୟବାଦ ଦେବା ସହ କଂଗ୍ରେସର ନେତୃବୃନ୍ଦମାନଙ୍କୁ ତାଙ୍କର କୃତଜ୍ଞତା ଜ୍ଞାପନ କରିଛନ୍ତି ।ଏହି ପଦବି ପାଇଁ ଗତ ଏପ୍ରିଲ ମାସରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଚଳିତ ମାସ ୨୫ ତାରିଖରେ ଏହାର ଫଳାଫଳ ଘୋଷଣା କରାଯାଇଛି । ୩୨୩୦ ଖଣ୍ଡ ଭୋଟ ପାଇ ସେ ବିଜୟ ହେଇଛନ୍ତି।

ରବୀନ୍ଦ୍ର କୁମାର ମିଶ୍ର ଙ୍କ ରିପୋର୍ଟ 

Related posts

ନବ ଚରଣ ମାଝୀଙ୍କ ମୁଣ୍ଡରେ ବିଜେପିର ମୟୂରଭଞ୍ଜ ସାଂସଦ ମୁକୁଟ

masiha

ଚାରି ବିଜେଡି କର୍ମୀ ଙ୍କୁ ନିର୍ବାଚନ ମଣ୍ଡଳୀ ପ୍ରମୂଖ ଦାୟିତ୍ଵ

ପକ୍କା ରାସ୍ତା କରାଯାଉନଥିବାରୁ ଖୁଣ୍ଟିଆଗୁଡ଼ାବାସୀଙ୍କ ଭୋଟ ବର୍ଜନ ନିଷ୍ପତ୍ତି

masiha

Leave a Comment

error: Content is protected !!