ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରି ବିଦ୍ୟାଲୟ ରେ ଶିକ୍ଷକ ର ଅଭାବ , ପାଞ୍ଚଟି ଶ୍ରେଣୀ କୁ ଜଣେ ଶିକ୍ଷୟିତ୍ରୀ 

ଉତ୍କେଲା,୨୭/୦୭ : କେସିଙ୍ଗା ବ୍ଲକ ପ୍ରାଥମିକ ସରକାରି ଲାଲ ବାହାଦୁର ବିଦ୍ୟାପିଠ ରେ ମୋଟ ୫୫ ଜଣ ଛାତ୍ରଛାତ୍ରୀ ପଢୁଥିବା ବେଲେ ଗୋଟିଏ କୋଠରିରେ ପ୍ରଥମରୁ ପଞ୍ଚମ ଶ୍ରେଣି ପ୍ରଯ୍ୟନ୍ତ ପିଲା ବସି ପାଠ ପଢୁଛନ୍ତି। ସେମାନଙ୍କୁ ପଢାଉଛନ୍ତି ଜଣେ ମାତ୍ର ଶିକ୍ଷୟିତ୍ରୀ। ସେଥିରେ ପିଲା ପାଠ ପଢିବେ କଣ ଓ କୀପରି ପାଠ ପଢାଇବେ ଶିକ୍ଷୟିତ୍ରୀ ବୋଲି ଅଭିଭାବକ ମହଲରେ ପ୍ରଶ୍ନ ଉଠୁଛି। ଉକ୍ତ ବିଦ୍ୟାଲୟ ରୁ ମଧୁସ୍ମିତା ନାଏକ ଙ୍କୁ ଭବାନୀପାଟଣା କୁ ଏବଂ ପୁଷ୍ପା ମହାରଣା ଙ୍କୁ କେସିଙ୍ଗା ରେ ଡେପୁଟେସନ କରାଗଲା। ଆଉ ଜଣେ ଶିକ୍ଷୟିତ୍ରୀ ଦୁଃଖିମଣି ଦେଇ ପାଞ୍ଚ ଦିନ ହେଲା ପ୍ରମୋସନ ପାଇ ଚିଚର୍ଲା ବିଦ୍ୟାଲୟ କୁ ଗଲା ପରେ କେବଳ ପ୍ରଧାନଶିକ୍ଷୟିତ୍ରି ଶୁଭଶ୍ରି ମିଶ୍ର ଜଣେ ରହି ପାଠ ପଢାଉଛନ୍ତି। ସେଥିରେ ପୁଣି କାଗଜ ପତ୍ର କାମ ରନ୍ଧାବଢା ପାଚିକା ମାନଙ୍କ ଦାୟିତ୍ବ ସଉଦା ପତ୍ର ଦେଖାଶୁଣା ନେଇ ବୁଝୁଥିବା ବେଲେ ପିଲାମାନଙ୍କୁ ପାଠ ପଢାଇବେ କଣ ? ପିଲା ପଢିବେ କେମିତି । ଏନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ବିଦ୍ୟାଲୟ ରେ ତୁରନ୍ତ ଶିକ୍ଷକ ନିଯୁକ୍ତି କରାନଗଲେ ବିଦ୍ୟାଲୟ ରେ ତାଲା ପକାଇବେ ବୋଲି ଅଭିଭାବକ ମାନେ କହିଛନ୍ତି। ଏ ବିଷୟରେ ବିଦ୍ୟାଲୟ ସଭାପତି ନରେଶ ଶବର ଙ୍କୁ ପଚାରିବାରୁ ,ବିଦ୍ୟାଲୟ ପ୍ରତି ଅଭିଭାବକ ମାନଙ୍କ ଆଗ୍ରହ ଦିନକୁ ଦିନ କମିବା ସହ କୌଣସି ବୈଠକରେ ଯୋଗଦାନ କରୁ ନ ଥିବା ଯୋଗୁଁ ମୁଁ ବି କିଛି କରିପାରୁ ନାହିଁ। ଆଜିର ସମସ୍ୟା କମିଟି ଚାହିଁଲେ ବହୁ କିଛି ସମାଧାନ ହୋଇ ପାରିବ ବୋଲି କହିଛନ୍ତି। ସରକାରି ବିଦ୍ୟାଲୟ ରେ ପାଠ ପଢା ବ୍ୟତିତ ଖେଳକୁଦ ପାଇଁ ବିଭିନ୍ନ ସାମଗ୍ରି ଆସୁଥିବା ବେଲେ ତାହା ପିଲା ମାନଙ୍କ ପାଇଁ ଅଣାଯାଇଛି କି ନାହିଁ,ଯଦି ଆସିଛି ତାହା ସବୁ ବ୍ୟବହାର ହେଉ ନ ଥିବା ଅଭିଭାବକ ମାନଙ୍କ ପକ୍ଷରୁ ଅଭିଯୋଗ ଆସୁଛି। ଏହା ପ୍ରତି ଶିକ୍ଷା ବିଭାଗୀୟ ଅଧିକାରୀ ତୁରନ୍ତ ଦୃଷ୍ଟି ଦେଇ ଡେପୁଟେସନ ଦେଇଥିବା ଶିକ୍ଷୟିତ୍ରୀ ଦ୍ବୟଙ୍କୁ ପୁଣି ଫେରାଇ ଆଣି ନିଯୁକ୍ତି କରିବା ସହ ବିଦ୍ୟାଲୟ ଉପରେ ନଜର ଦୃଷ୍ଟି ଦିଅନ୍ତୁ । ଶିକ୍ଷା ବିଭାଗର ପିଲାମାନଙ୍କ ପ୍ରତି ଏପରି ଅବହେଳା ଯୋଗୁଁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ଉତ୍କେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ 

Related posts

ସ୍ବେଚ୍ଛାସେବୀ ଅନୁଷ୍ଠାନ “ଟିମ୍ ୪୯୯ ଓଡ଼ିଆ” ର ଖୋର୍ଦ୍ଧା ଜିଲ୍ଲା ସଭାପତି ରାକେଶ ସାହୁ ଥିବା ବେଳେ ଉପସଭାପତି ସମ୍ପାଦକ ମନୋନୀତ !!!

Sunil Chandra Nayak

ଆଜାଦିକା ଅମୃତ ମହୋତ୍ସବ ର ଅମୃତ ବଟିକା କାର୍ଯ୍ୟକ୍ରମ

masiha

ନେକ୍ସଟ୍ ଜେନ୍ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ର ବାଦଲଦେଇରେ ସ୍ୱାଧୀନତା ଦିବସ ପାଳିତ 

Sunil Chandra Nayak

Leave a Comment

error: Content is protected !!