ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୀନାକ୍ଷୀ ଧର ଫାଉଣ୍ଡେସନ ର ଚତୁର୍ଥ ଶ୍ରଦ୍ଧାଞ୍ଜଳି ସଭା ଆସନ୍ତା ୨୧ ରେ….

ମୀନାକ୍ଷୀ ଧର ଫାଉଣ୍ଡେସନ ର ଚତୁର୍ଥ ଶ୍ରଦ୍ଧାଞ୍ଜଳି ସଭା ଆସନ୍ତା ୨୧ ରେ….

ରାଉରକେଲା: ସାମାଜିକ ଅନୁଷ୍ଠାନ ମୀନାକ୍ଷୀ ଧର ଫାଉଣ୍ଡେସନ ର ଚତୁର୍ଥ ଶ୍ରଦ୍ଧାଞ୍ଜଳି ସଭା ଓ ଆଲୋଚନାଚକ୍ର ଆସନ୍ତା ୨୧ ତାରିଖ ଦିନ ଆଦର୍ଶ ସାହିତ୍ୟ ଘର ଠାରେ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି। ଡ଼ଃ ସୁମନ ଦତ୍ତ ଙ୍କ ସଭାପତିତ୍ବ ଓ ଆବାହକ ନଳିନୀକାନ୍ତ ଧର ଙ୍କ ଆବାହକତ୍ଵରେ ଆୟୋଜିତ ପ୍ରସ୍ତୁତି ବୈଠକ ପରେ ଏହି ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ ସମାଜସେବୀ ତଥା ସହରର ଜଣାଶୁଣା ଉଦ୍ଘୋଷିକା ମୀନାକ୍ଷୀ ଧର ଙ୍କ ଅବର୍ତ୍ତମାନ ରେ ତାଙ୍କ ସ୍ମୃତି ଚାରଣ ପାଇଁ ପ୍ରତ୍ୟେକ ବର୍ଷ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈ।ଦ୍ଧିକ ପ୍ରତିଯୋଗିତା, ଆଲୋଚନାଚକ୍ର, ସମ୍ବର୍ଦ୍ଧନା ସଭା ଆଦି କାର୍ଯ୍ୟକ୍ରମ କରାଯାଇଥାଏ। ଏହି ପରିପ୍ରେକ୍ଷିରେ ସହରର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଦୁଇଟି ବିଭାଗରେ ବିଭକ୍ତ କରାଯାଇଛି। ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀ ର ଛାତ୍ର ଛାତ୍ରୀଙ୍କୁ କନିଷ୍ଠ ବିଭାଗ ଓ ନବମ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ଙ୍କୁ ବରିଷ୍ଠ ବିଭାଗର କରି ସେମାନଙ୍କ ମଧ୍ୟରେ ଇଂରାଜୀ ଭାଷାରେ ସାଧାରଣ ଜ୍ଞାନ ପ୍ରତିଯୋଗିତା କରାଯିବ। ଏଥିପାଇଁ ଆସନ୍ତା ୧୭ ତାରିଖ ଦିନ ସେକ୍ଟର ୧୪ ସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲରେ ଅପରାହ୍ନ ୪ ଟା ବେଳେ ଏହି ପ୍ରତିଯୋଗିତା କରାଯିବ। ଏଥିରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ୨୧ ତାରିଖରେ ହେବାକୁ ଥିବା ସ୍ମୃତି ଚାରଣ ସଭା ର ପୁରସ୍କୃତ କରାଯିବ। ସେହିପରି ଏହି ସଭାରେ “ମାନବିକ ମୂଲ୍ୟବୋଧ ଭିତ୍ତିକ ଶାନ୍ତିପୂର୍ଣ୍ଣ ସହାବସ୍ଥାନ, ଏକମାତ୍ର ବିକଳ୍ପ” ସମ୍ପର୍କରେ ଆଲୋଚନା କରାଯିବ। ସେହିପରି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧିତ କରାଯିବ। ଏହି କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେବା ର କାର୍ଯ୍ୟକ୍ରମ ରହିଛି। ଏହି ପ୍ରସ୍ତୁତି ବୈଠକରେ ଡ ଦତ୍ତ, ଶ୍ରୀ ଧର ଙ୍କ ବ୍ୟତୀତ କୁଞ୍ଜବିହାରୀ ରାଉତ, ବିବେକାନନ୍ଦ ଦାସ, ଇଂ ଅଶୋକ କୁମାର ପଟ୍ଟନାୟକ, ସ୍ମିତା ମିଶ୍ର ଓ ସୁନିଲ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ସାଧାରଣ ଜ୍ଞାନ ପ୍ରତିଯୋଗିତା ପାଇଁ ଛାତ୍ର ଛାତ୍ରୀ ମାନେ ଅଶୋକ ପଟ୍ଟନାୟକ ମୋ ୭୦୦୮୨୫୫୫୦୯ କିମ୍ବା ନିରୁପମା ପତି ମୋ ୯୪୩୭୪୯୪୫୧୧ ବା ବିବେକ ଦାସ ଙ୍କ ୮୨୪୯୫୮୭୦୯୩ ନମ୍ବରରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି। ବୈଠକରେ ଶେଷରେ ବିବେକାନନ୍ଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କନିଷ୍ଠ ବର୍ଗ ବକ୍ତୃତା ପ୍ରତିଯୋଗିତାରେ ସମଗ୍ର ରାଜ୍ୟରେ ପିନୁପ୍ରଭା ଙ୍କ ଦ୍ୱିତୀୟ ସ୍ଥାନ ଅଧିକାର

Sunil Chandra Nayak

ଝାଡଖଣ୍ଡି ହାତୀ ଆତଙ୍କ 

masiha

ଆମପାଣି ବୁଢ଼ାରଜା ଦଶରା ପ୍ରସ୍ତୁତି ନେଇ କର୍ମକର୍ତ୍ତା ଙ୍କ ସହ ଆଲୋଚନା କଲେ ଧର୍ମଗଡ ବିଧାୟକ

Sunil Chandra Nayak

Leave a Comment

error: Content is protected !!