ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ମନୋରଞ୍ଜନ

ପ୍ରୟାସ ପ୍ରାୟୋଜିତ ଚିନ୍ତା ପ୍ରତିମା ବହୁଭାଷୀ ନାଟ୍ୟ ମହୋତ୍ସବର ତୃତୀୟ ଦିବସ ରେ ଶ୍ରୀମତୀ କମ୍ ନୁହଁନ୍ତି ମଞ୍ଚସ୍ଥ 

ପ୍ରୟାସ ପ୍ରାୟୋଜିତ ଚିନ୍ତା ପ୍ରତିମା ବହୁଭାଷୀ ନାଟ୍ୟ ମହୋତ୍ସବର ତୃତୀୟ ଦିବସ ରେ ଶ୍ରୀମତୀ କମ୍ ନୁହଁନ୍ତି ମଞ୍ଚସ୍ଥ 

ରାଉରକେଲା,: ନାଟ୍ୟାନୁଷ୍ଠାନ ପ୍ରୟାସ ର ଚିନ୍ତା ପ୍ରତିମା ବହୁଭାଷୀ ନାଟକ ମହୋତ୍ସବ ରେ ତୃତୀୟ ଦିବସରେ ନାଟକ ଶ୍ରୀମତୀ କମ୍ ନୁହଁନ୍ତି ମଞ୍ଚସ୍ଥ ହୋଇଯାଇଛି। ନାଟ୍ୟାଚାର୍ଯ୍ୟ ଚିନ୍ତାମଣି ଜେନାଙ୍କ ରଚିତ ପଞ୍ଚାନନ ପାତ୍ର ନିର୍ଦ୍ଦେଶିତ ତଥା ରାଉରକେଲାର ପରିଚୟ କଳାକାର ଙ୍କ ଦ୍ବାରା ମଞ୍ଚସ୍ଥ କରାଯାଇଥିଲା। ନାଟକର ବିଷୟ ବସ୍ତୁହେଲା ଗଙ୍ଗାବତରଣରେ ଧରା ପୃଷ୍ଠରୁ ପାପ-ତାପ ଦୂରୀଭୂତ ହୋଇଥିଲା । ସେହିପରି ଗୋପୀନାଥ ବାବୁଙ୍କ ଅସଜଡା ଘରକୁ ସଜାଡିବାକୁ ଆବିର୍ଭାବ ହେଲା ଗଙ୍ଗା ନାମ୍ନୀ ଚାକରାଣୀର | କିନ୍ତୁ ଗୋପୀନାଥଙ୍କ ଶ୍ରୀମତୀ କଲ୍ୟାଣୀ ଦେବୀ କିଛି କମ ନୁହଁନ୍ତି | ସେ ଜଣେ ନାରୀ ନେତ୍ରୀ | ଯେ ବାହାରେ – ଭିତରେ, କଥାରେ କଥାରେ କେତେ ଯେ ଝଡଝଞ୍ଜା ସୃଷ୍ଟି କରିପାରନ୍ତି, ବୋମା ବର୍ଷେଇ ପାରନ୍ତି, ତାହା ନଦେଖିଲେ ଜଣେ ବିଶ୍ଵାସ କରିପାରିବନି | ସେ ଗଙ୍ଗାକୁ ସବୁବେଳେ ସନ୍ଦେହ ଦୃଷ୍ଟିରେ ଦେଖନ୍ତି | ସ୍ଵାର୍ଥପର ଦୁନିଆରେ ଏତେ ନିଃସ୍ଵାର୍ଥପର ମଣିଷକୁ ସେ ସହଜରେ ଗ୍ରହଣ କରିପାରନ୍ତି ନାହିଁ | ଶେଷରେ କିନ୍ତୁ ଗଙ୍ଗାର ପବିତ୍ରତା ବିଜୟିନୀ ହୋଇଛି | ଶ୍ରୀମତୀ ନିଜର ଭୁଲ ବୁଝି ପାରିଛନ୍ତି | ଏହିଭଳି କାହାଣୀକୁ ନେଇ ନାଟକ ଟି ଗତିଶୀଳ ହୋଇଛି। ଏଥିରେ ବିଶ୍ଵଜିତ, ବିଜୟ, ଦୀପକ, ଅଭିଜିତ, ବାସୁଦେବ, ଦେବସ୍ମିତା ଓ ମାମା ପ୍ରମୁଖ ଅଭିନୟ କରିଥିଲେ । ତୃତୀୟ ଦିବସରେ ରଏସପିର ପ୍ରାକ୍ତନ ମୁଖ୍ୟ ମହାପ୍ରବନ୍ଧକ ପ୍ରତାପ ସ୍ୱାଇଁ ମୁଖ୍ୟ ଅତିଥି  ରୂପେ ଯୋଗ ଦେଇଥିଲେ | ସମ୍ମାନିତ ଅତିଥି ଭାବେ ଏସବିଆଇ ର ସହାୟକ ମହାପ୍ରବନ୍ଧକ ରଶ୍ମିରଞ୍ଜନ ନାୟକ, ସମାଜସେବୀ ରାଜଲକ୍ଷ୍ମୀ ପାତ୍ର ଓ ବରିଷ୍ଠ ସଂଗଠକ ତଥା ଅଭିନେତା ବିଜୟ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ।। ‘ଶ୍ରୀ ଜଗନ୍ନାଥ ସାଂସ୍କୃତିକ ପରିଷଦ’, ନାଟ୍ୟାଚାର୍ଯ୍ୟଙ୍କ ପ୍ରତି ଗୁରୁଦକ୍ଷିଣା ସ୍ୱରୂପ ସଭାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଥିଲେ | ଭାସ୍କର ପୁହାଣ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ।  କାର୍ଯ୍ୟକ୍ରମକୁ ଅନିଲ ମଲ୍ଲିକ ସଂଯୋଜନା କରିଥିଲେ।  

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କଳାହାଣ୍ଡି ମାଟିର ଯୁବ କଳାକାର ଅଭିନୀତ  ଓଡ଼ିଆ ସିନେମା “ମନ୍ତ୍ରମୁଗ୍ଧ “ର ପ୍ରମୋ ଅନୁଷ୍ଠିତ

Sunil Chandra Nayak

‘ଲଭ୍ ଇନ୍ ଲଣ୍ଡନ’ ଫିଲ୍ମର ଲାଭାଶଂ ଅର୍ଥର ୧୦ ଭାଗ ଓଡିଶା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଯିବ: ପ୍ରଯୋଜକ 

ଅମାବାସ୍ୟାର ଜନ୍ମ ର ଶୂଟିଂ ଶେଷ

Sunil Chandra Nayak

Leave a Comment

error: Content is protected !!