ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୃଷକ ଆନ୍ଦୋଳନ ର କ୍ରାନ୍ତିକାରୀ ନେତା ଚାରୁମଜୁମ ଦାର କଂ 51 ତମ ଶ୍ରଦ୍ଧାଞ୍ଜଳି ଦିବସ 

ରାୟଗଡା /ଗୁଣପୁର  :- ବ୍ଳକ ର କୁକୁରୁଗୁଡା – ଶ୍ରୀରାମ ପୁର – ତଟା ଗୁଡା – ଲୁଗୁଂରୁତାଲ – ଚାଲକମ୍ଭା ଆଜିଗଂତାଗଂ ଓ ଅନାନ୍ୟ  ଗାଁ ମାନକଂ ରେ ସିପିଆଇ (ଏମ୍ଏଲ) ର ପ୍ରତିଷ୍ଠାତା ସମ୍ପାଦକ କମ୍ରେଡ୍ ଚାରୁ ମଜୁମଦାରଙ୍କ ୫୧ ତମ ସହୀଦ ଦିବସ ରେ ପୁଷ୍ପ ମାଲ୍ୟାର୍ପଣ କରାଯିବା ସହ ପତାକା ଉତ୍ତୋଳନ କରାଯାଇଥିଲା । ୧୯୭୦ ଦଶକର ପ୍ରାରମ୍ଭିକ ବର୍ଷ ଗୁଡ଼ିକରେ ଭୀଷଣ ଦମନ ଓ ଧକ୍କା ଦେଇ ସିପିଆଇ (ଏମ୍ ଏଲ) ଲିବରେସନ ପୁନଃଗଠନର ଏହା ୪୯ ତମ ବାର୍ଷିକୀ । ଏହି ଅବସରରେ ଆମେ ଆମର ସମସ୍ତ ସହିଦ୍ ନେତା ମାନଙ୍କୁ ଓ କାର୍ଯ୍ୟକର୍ତ୍ତା ସାଥୀମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା ।

ପାଟନାଠାରେ ୧୧ଶ ସିପିଆଇ (ଏମ୍ ଏଲ) ଲିବରେସନ ପାର୍ଟି କଂଗ୍ରେସ ଦେଇଥ‌ିବା – ‘ଗଣତନ୍ତ୍ର ବଞ୍ଚାଅ-ଦେଶ ବଞ୍ଚାଅ’ – ସ୍ଲୋଗାନ ଏବେ ସଭାର ଦେଶରେ ପ୍ରତିଧ୍ବନିତ ହେଉଛି । ଭାରତର ବିଭିନ୍ନ ଭାଗରେ ଭାରତର ଜ୍ବଳନ୍ତ ପ୍ରସଙ୍ଗ ଗୁଡ଼ିକ ଉପରେ ଜନ ପ୍ରତିରୋଧ ଓ ଜନସଂଘର୍ଷ ବିକଶିତ ହେଉଛି । ଆମ ପାର୍ଟି ପାଟନା ରେ ମହା ସମ୍ମିଳନୀ ଆରମ୍ଭରେ ବିରୋଧୀଦଳ ଗୁଡ଼ିକ ମଧ୍ୟରେ ବ୍ୟାପକ ଏକତା ପାଇଁ ଉଦ୍ୟମ ଏବେ ଜୋର ଧରିଛି ।

ବିଭିନ୍ନ ଦଳ ଗୁଡ଼ିକ ମଧ୍ୟରେ ଦୁଇ ପର୍ଯ୍ୟାୟ ବୈଠକ ଓ ବିଚାର ବିମର୍ଶ ପରେ I.N.D.I.A. ନାମରେ ଏକ ବ୍ୟାପକ ମେଣ୍ଟ ସରକାର ହୋଇଛି । ଅଣ ବିଜେପି ଦଳ ଗୁଡ଼ିକ ମଧ୍ୟରେ କୋଠର ଶୃଙ୍ଖଳାର ଅଙ୍ଗୀକାର ସହ ଆମେ ଏହି ମେଣ୍ଟର ଏକ ପ୍ରତିବଦ୍ଧ ଘଟକ । ଏହି ପ୍ରକ୍ରିୟାକୁ ଅଧ‌ିକ ଗତିଶୀଳ କରିବା ପାଇଁ ଆମକୁ ଆହୁରି ଅଧିକ ଉଦ୍ୟମ କରିବାକୁ ହେବ ଏବଂ ଆମ ଭୂମିକାକୁ ଆହୁରି ବିସ୍ତାରିତ କରିବାକୁ ହେବ ।

        ସାଙ୍ଗଠନିକ ଶକ୍ତିବୃଦ୍ଧି, ଉତ୍ପିଡିତ ଜନଗଣ ଓ ପ୍ରଗତିଶୀଳ ବୁଦ୍ଧିଜୀବି ଶ୍ରେଣୀସହ ଏକ ଲଢ଼ୁଆ ରାଜନୈତିକ ଶକ୍ତିଭାବେ ଆମର ପରିଚୟ ସୃଷ୍ଟି କରିବା ଉପରେ ଆମ ରାଜନୈତିକ ଆନ୍ଦୋଳନର ସଫଳ କରିବା ପାଇଁ ଏବଂ ଆଗକୁ ଆସୁଥ‌ିବା ନିର୍ଣାୟକ ନିର୍ବାଚନୀ ଲଢ଼େଇରେ ଜନଗଣଙ୍କୁ ସମବେତ କରିବାର ଚାବିକାଠି ଭାବେ ଏହାକୁ ଦେଖାଯିବା ଉଚିତ୍ ।

       ଗତ ୯ ବର୍ଷର ମୋଦୀ ଶାସନରେ ଭାରତର ଜନସାଧାରଣ ଅକଥନୀୟ  ଉତ୍ପୀଡନର ଶିକାର ହୋଇଛନ୍ତି । ସରକାରଙ୍କ ଜନବିରୋଧୀ ନୀତି ଓ ଦମନକାରୀ ପଦକ୍ଷେପ ତଥା ନରହତ୍ୟାକାରୀ ଅନ୍ଧ ଭକ୍ତ ବାହିନୀ ଦ୍ବାରା ପ୍ରସାରିତ ଘୃଣା, ହିଂସା ଓ ଭୟ ଏବଂ ସଂଘ-ବିଜେପି ପରିଚାଳିତ ଘୃଣା ଅଭିଯାନ ଦ୍ବାରା ସୃଷ୍ଟ ଉନ୍ମାଦୀ ଭିଡ଼ ଦେଶକୁ ଗମ୍ଭୀର ସଂକଟ ଭିତରକୁ ଠେଲି ଦେଇଛି । ଅଗଷ୍ଟ ୨୦୧୯ ଠାରୁ ଜାମ୍ମୁ-କାଶ୍ମୀରରେ ଯାହା ହେଉଛି ଏବଂ ମେ ୨୦୨୩ ଠାରୁ ମଣିପୁରରେ ଯାହା ହେଉଛି, ଏହା କୌଣସି ପ୍ରକାର ଅଲଗା ଅଲଗା ଉଦାହରଣ ନୁହେଁ, ବିଜେପି ଶାସନ ଓ ପ୍ରଭୁତ୍ବ ଜାରି ରହିଲେ ଆଗାମୀ ଦିନରେ ଦେଶର କେଉଁ ଅବସ୍ଥା ହେବ ତା’ର ଏକ ଝଲକ ମାତ୍ର ।

       ଏଥ‌ିପାଇଁ ଆମକୁ ଆମର ସଂପୂର୍ଣ ସାମର୍ଥ୍ୟ, ସାହସ, ଶକ୍ତି ଓ ନିଷ୍ଠାକୁ ଏକାଠି ବିଜେପି କୁ ପରାସ୍ତ କରିବା ପାଇଁ ଶପଥ କରାଗଲା। ଏହି କାର୍ଯ୍ୟକ୍ରମ ରେ ତ୍ରିପତି ଗମାଙ୍ଗ – ଅନାସିମ ଶବର – ସଞ୍ଜୀବ ଶବର – ମିନ ଶବର – ନିରଞ୍ଜନ ଶବର – ଚୈତନ୍ୟ ଶବର – ସମ୍ବରl ଶବର – ପିତର ଶବର ପ୍ରମୁଖ ଉପସ୍ଥିତ ଥିଲେ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଧର୍ମଗଡ:ଠୁଟିବର ନିକଟରେ ବାଇକ ରୁ ଖସି ଜଣକର ମୃତ୍ୟୁ

masiha

12ରେ ଦେଶବ୍ୟାପୀ ଧର୍ମଘଟକୁ ସଫଳ କରିବାକୁ ହିନ୍ଦ୍‌‍ ମଜଦୁର ସଭା ରାଜ୍ୟ ଉପସଭାପତିଙ୍କ ନିବେଦନ

Sunil Chandra Nayak

ମୟୂରଭଞ୍ଜ କୁମ୍ଭାର ଉନ୍ନୟନ ପରିଷଦର ନୂତନ ଜିଲ୍ଲା ସଂପାଦକ ଭୂଵନେଶ୍ବର ବେହେରା 

Leave a Comment

error: Content is protected !!