ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନାଇକ ସଦନ ମୁର୍ଜାଙ୍କ ମା ଆଦିବାରୀଙ୍କ ଅକାଳ ବିୟୋଗରେ ଯୋଗଦେଲେ ସରପଞ୍ଚ

ବନ୍ଧୁଗାଁ ତା,୨୮/୭/୨୩, // କୋରାପୁଟ ଜିଲ୍ଲା ସେମିଲିଗୁଡା ବ୍ଲକ ରାଜୁପୁଟ ପଞ୍ଚାୟତ ଚଲାଣପୁଟ ଗ୍ରାମର ନାଇକ ପୂର୍ବତନ ୱାର୍ଡମେମ୍ବରଙ୍କ ମା ସ୍ବର୍ଗତ ଆଦିବାରୀ ମୁର୍ଜାଙ୍କ ଦେହାନ୍ତ ହୋଇଛି l ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି l ପରିବାରଙ୍କ ସମେତ ସମ୍ପର୍କୀୟ ମାନେ କାନ୍ଦ ଭୋବାଲିରେ ଫାଟିଯାଉଛି l ଖବର ପାଇ ପଟ୍ଟାଙ୍ଗି ନିର୍ବାଚନ ମଣ୍ଡଳିର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ରାମଚନ୍ଦ୍ର କାଡ଼ାମ ବ୍ଲକ ଅଧ୍ୟକ୍ଷା ଓ ଚଲାଣ ପୁଟ ପଞ୍ଚାୟତର ସରପଞ୍ଚ ପିତାମ୍ବର କିରସାନି ଉକ୍ତ ମୃତ୍ୟୁ ଆଦିବାରୀଙ୍କ ଘରେ ପହଞ୍ଚି ପରିବାରଙ୍କୁ ସୋମବେଦନା ଜଣାଇବା ସହ ସ୍ମଶାନରେ ମଧ୍ୟ ପହଂଚିଥିଲେ I ଏହା ସହ ନିଜ ସମ୍ପର୍କୀୟ ମାନେ ଦୂରଦୂରାନ୍ତରୁ ଯଥା ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା, ଏମ୍ଭି ୬୯ ଓ କରାପୁଟ, ଓ ଅନ୍ୟାନ୍ୟ ଅଂଚଳରୁ ଯୋଗଦେଇଥିଲେ l ଅଲେଖ ମହିମା ଦୀକ୍ଷା ନେଇ ଥିବାରୁ ତାଙ୍କର ରୀତିନୀତି ପରମ୍ପରା ହିସାବରେ କୋକେଇରେ ସ୍ୱତନ୍ତ୍ର ସ୍ମଶାନରେ ନେଇ ମା ମାଟିରେ ଅନ୍ତିମ ସଂସ୍କାର କରାଯାଇଥିଲା l ତାଙ୍କର ଅମର ଆତ୍ମା ସଦଗତି ନିମନ୍ତେ ଅଞ୍ଚଳବାସି ଭଗବାନଙ୍କ ଠାରେ ପ୍ରାର୍ଥନା କରିଥିଲେ I ଏବଂ ପରିବାର ବର୍ଗଙ୍କୁ ଆସୁଆରୋଗ୍ୟ କାମନା ଜଣାଇଥିବାର ଦେଖିବାକୁ ମିଳିଥିଲା I

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ତଳମଲା ସ୍କୁଲରେ ବାର୍ଷିକ କ୍ରୀଡା ପୁରସ୍କାର ବିତରଣ ଉତ୍ସବ

Sunil Chandra Nayak

ଦୁବାଇରେ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ ଓଡିଆଙ୍କ ଯୋଗଦାନ 

masiha

ଡାବୁଗାଁ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ଠାରେ ସୁଭଦ୍ରା ଯୋଜନାର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ କେକ କାଟି ଉତ୍ସବ ପାଳନ କଲେ ସୁଭଦ୍ରା ହିତାଧିକାରୀ 

Sunil Chandra Nayak

Leave a Comment

error: Content is protected !!