ବନ୍ଧୁଗାଁ ତା,୨୮/୭/୨୩, // କୋରାପୁଟ ଜିଲ୍ଲା ସେମିଲିଗୁଡା ବ୍ଲକ ରାଜୁପୁଟ ପଞ୍ଚାୟତ ଚଲାଣପୁଟ ଗ୍ରାମର ନାଇକ ପୂର୍ବତନ ୱାର୍ଡମେମ୍ବରଙ୍କ ମା ସ୍ବର୍ଗତ ଆଦିବାରୀ ମୁର୍ଜାଙ୍କ ଦେହାନ୍ତ ହୋଇଛି l ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି l ପରିବାରଙ୍କ ସମେତ ସମ୍ପର୍କୀୟ ମାନେ କାନ୍ଦ ଭୋବାଲିରେ ଫାଟିଯାଉଛି l ଖବର ପାଇ ପଟ୍ଟାଙ୍ଗି ନିର୍ବାଚନ ମଣ୍ଡଳିର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ରାମଚନ୍ଦ୍ର କାଡ଼ାମ ବ୍ଲକ ଅଧ୍ୟକ୍ଷା ଓ ଚଲାଣ ପୁଟ ପଞ୍ଚାୟତର ସରପଞ୍ଚ ପିତାମ୍ବର କିରସାନି ଉକ୍ତ ମୃତ୍ୟୁ ଆଦିବାରୀଙ୍କ ଘରେ ପହଞ୍ଚି ପରିବାରଙ୍କୁ ସୋମବେଦନା ଜଣାଇବା ସହ ସ୍ମଶାନରେ ମଧ୍ୟ ପହଂଚିଥିଲେ I ଏହା ସହ ନିଜ ସମ୍ପର୍କୀୟ ମାନେ ଦୂରଦୂରାନ୍ତରୁ ଯଥା ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା, ଏମ୍ଭି ୬୯ ଓ କରାପୁଟ, ଓ ଅନ୍ୟାନ୍ୟ ଅଂଚଳରୁ ଯୋଗଦେଇଥିଲେ l ଅଲେଖ ମହିମା ଦୀକ୍ଷା ନେଇ ଥିବାରୁ ତାଙ୍କର ରୀତିନୀତି ପରମ୍ପରା ହିସାବରେ କୋକେଇରେ ସ୍ୱତନ୍ତ୍ର ସ୍ମଶାନରେ ନେଇ ମା ମାଟିରେ ଅନ୍ତିମ ସଂସ୍କାର କରାଯାଇଥିଲା l ତାଙ୍କର ଅମର ଆତ୍ମା ସଦଗତି ନିମନ୍ତେ ଅଞ୍ଚଳବାସି ଭଗବାନଙ୍କ ଠାରେ ପ୍ରାର୍ଥନା କରିଥିଲେ I ଏବଂ ପରିବାର ବର୍ଗଙ୍କୁ ଆସୁଆରୋଗ୍ୟ କାମନା ଜଣାଇଥିବାର ଦେଖିବାକୁ ମିଳିଥିଲା I
previous post