ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେନ୍ତୁଳିଖୁଣ୍ଟି ଥାନା ର ନୂତନ କୋଠା ଦକ୍ଷିଣ ପଶ୍ଚିମଞ୍ଚଳ ଡି ଆଇ ଜି ଙ୍କ ଦ୍ଵାରା ଉଦ୍ ଘାଟିତ

 ତେନ୍ତୁଳିଖୁଣ୍ଟି ୨୯/୦୭/୨୩ //  ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ର ତେନ୍ତୁଳିଖୁଣ୍ଟି ଥାନା ର ନୂତନ କୋଠା ଦକ୍ଷିଣ ପଶ୍ଚିମାଞ୍ଚଳ ଡି ଆଇ ଜି ଚରଣ ସିଂହ ମିନା ଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ପରମ୍ପରା ଅନୁସାରେ ପୁରୋହିତ ଡୁଲୁ ଦାସ ଙ୍କ ଦ୍ଵାରା ବୈଦିକ ରୀତି ନୀତି ରେ ମନ୍ତ୍ର ଉଚ୍ଚାରଣ କରିଥିଲେ । ଏହି କୋଠା ଅଞ୍ଚଳ ରେ ଆଇନ ଶୃଙ୍ଖଳା ତଥା ଆଇନ ର ସଠିକ କାର୍ଯ୍ୟକରି କରିବାରେ ସହାୟକ ହେବ ବୋଲି ଡି ଆଇଜି ଚରଣ ସିଂ ମିନା କହିଥିଲେ। ଏହିପ୍ରଗତି କର୍ତ୍ତୃପକ୍ଷ ଙ୍କ ପ୍ରତିବଦ୍ଧତା ନିରାପଦ ତଥା ସୁରକ୍ଷିତ ବାତାବରଣ ତେନ୍ତୁଳିଖୁଣ୍ଟି ତଥା ଆଖ ପାଖ ଅଞ୍ଚଳରେ ବଜାୟ ରଖିବା କୁ ସୁଚାଉଛିବୋଲି ମୁଖ୍ୟ ଅତିଥି ନିଜ ବକ୍ତବ୍ୟ ରେ ଉଲ୍ଲେଖ କରିଥିଲେ। ଏସ ପି ଏସ ସୁଶ୍ରୀ ନିଜ ବକ୍ତବ୍ୟରେ ଗୋଷ୍ଠି ସହଭାଗିତା ଓ ମିଳିତ ସହଯୋଗ ରେ ଅପରାଧ କୁ ରୋକାଯାଇପାରିବ। ମଞ୍ଚାସୀନ ଏ ଡି ଏସ ପି ବଟ କୃଷ୍ଣ ମିଶ୍ର , ଏସ ଡି ପି ଓ ଆଦିତ୍ୟସେନ ଡ଼ିଏସପି ଚନ୍ଦ୍ର ଶେଖର ହୋତା ପ୍ରମୁଖ ସ୍ଥାନୀୟ ଜନସାଧାରଣ ଙ୍କ ସହଯୋଗ ,ସାହାଯ୍ୟ ଯୋଗୁଁ ଆଇନ ଶୃଙ୍ଖଳା ଠିକ ରୂପେ କାର୍ଯ୍ୟ କାରି ହୋଇପାରୁଥିବାରୁ ଧନ୍ୟବାଦ ଦେଇଥିଲେ। ଏହି କୋଠା ଟି ଓଡିଶା ପୋଲିସ ହାଉସିଂ ଓ କଲ୍ୟାଣ ନିଗମ ଦ୍ୱାରା ନିର୍ମିତ ହୋଇଛି । ନୂତନ ଥାନା ହେବା ଦ୍ୱାରା ନିରପେକ୍ଷ ନ୍ୟାୟ ,ସଂହତି ନାଗରିକ ସୁରକ୍ଷା ଦିଗରେ ଆହୁରି ସାହାଯ୍ୟ କରିବ। କାର୍ଯ୍ୟକ୍ରମ ରେ ଆଇ ଆଇ ସି ଟଙ୍କ ଗୀରି ଭୋଇ , ଖାତିଗୁଡା ଥାନା ଆଇ ଆଇ ସି ଦୀପକ ଲେଙ୍କା ଖାତିଗୁଡା ଥାନା ଏସ ଆଇ ମହେଶ୍ୱର ଭୁର୍ଭୁରେ ମଞ୍ଚାସିନ ଥିଲେ। ଏହି କାର୍ଯ୍ୟକ୍ରମ ଅବସରରେ ସ୍ଥାନୀୟ ଜନସଧାରଣ ଙ୍କ ତେନ୍ତୁଳିଖୁଣ୍ଟି ପୋଲିସ ପ୍ରତି ତଥା ନୂତନ କୋଠା ସମ୍ପର୍କରେ ପ୍ରତିକ୍ରିୟା ଡି ଆଇ ଜି ମିନା ମାଗିଥିଲେ। ଲ୍ୟାମ୍ପ ସଭାପତି ଅଖିଳ ଭତ୍ରା ଆଜିକାଲି ଆମ ପୋଲିସ ବୈଠକ କରା ଯାଉନି ,ପୂର୍ବଭଳି କରିବାକୁ ନିବେଦନ କରିଥିଲେ। ଓ ୟୁ ଯେ ଜିଲ୍ଲା ସମ୍ପାଦକ ବାରିଜ ପଟ୍ଟନାୟକ ଥାନା ନୂତନ ଗୃହ ସମ୍ମୁଖରେ ଥିବା ଟ୍ରାନ୍ସଫର୍ମର ବିପଦପୂର୍ଣ୍ଣ ତଥା ସୌନ୍ଦର୍ଯ୍ୟ ନଷ୍ଟ କରୁଛି। କଂଗ୍ରେସ ନେତା ଭୀମସେନ ପାଣିଗ୍ରାହୀ କହିଥିଲେ ଅଧିକାରୀ ମାନେ ଜନତା କୌଣସି ଅତ୍ୟାବଶ୍ୟକ କାର୍ଯ୍ୟ ପାଇଁ ଫୋନ କଲାବେଳେ ଉଠାଉ ନାହାନ୍ତି। ଡି ଆଇ ଜି ମିନା ସମସ୍ତ ବିଷୟ ଉପରେ ଧ୍ୟାନ ଦେବେ ବୋଲି କହି ଥିଲେ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଥୁଆମୂଳ ରାମପୁର ବ୍ଳକରେ ୨୫ ତମ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୩ ର ପ୍ରସ୍ତୁତି ବୈଠକ 

Sunil Chandra Nayak

ବର୍ଷା ଅସରାଏ ରେ ଧର୍ମଗଡ ଏସ ଟି ସ୍କୁଲ ଛକର ହାଲ ବେହାଲ

Sunil Chandra Nayak

ବିଶିଷ୍ଟ ସଂଗୀତଜ୍ଞ ଝୁମକଲାଲ ବର୍ମା ଙ୍କ ବିୟୋଗ ରେ ଶୋକ ସଭା

masiha

Leave a Comment

error: Content is protected !!