ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଞ୍ଚାୟତରାଜ ବିଭାଗର ପ୍ରମୁଖ ସଚିବ ଓ ସ୍ବତନ୍ତ୍ର ପ୍ରକଳ୍ପର ନି‌ର୍ଦ୍ଦେଶକ ଙ୍କ କୋରାପୁଟ ଗସ୍ତ

କୋରାପୁଟ :- ପଞ୍ଚାୟତରାଜ ବିଭାଗର ପ୍ରମୁଖ ସଚିବ ଶୁଶିଲ କୁମାର ଲୋହାନି ଓ ସ୍ବତନ୍ତ୍ର ପ୍ରକଳ୍ପର ନି‌ର୍ଦ୍ଦେଶକ ଅରିନ୍ଦମ ଡାକୁଆ ଦୁଇଦିନିଆ କୋରାପୁଟ ଗସ୍ତ ରେ ଆସିଛନ୍ତି। ପ୍ରଥମ ଦିନରେ ପଟାଙ୍ଗି ବ୍ଲକ ର କୋଟିଆ ଗ୍ରାମାପଞ୍ଚାୟତ ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ର ପରିଦର୍ଶନ କରି ବିଭିନ୍ନ ହିତାଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ସର୍ବ ପ୍ରଥମେ ପ୍ରମୂଖ ସଚିବ କୁରୁଡି ପଦର ସ୍ଥିତ ମହୁ ଉତ୍ପାଦନ କେନ୍ଦ୍ର ବୁଲି ଦେଖିବା ସହ ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟ ମାନଙ୍କ ସହିତ ପ୍ରକଳ୍ପ ର ଉନ୍ନତି ନିମନ୍ତେ ଆଲୋଚନା କରିଥିଲେ । ସେ କୁରୁଡି ପଦର ଗ୍ରାମ ରେ ବିଜୁ ପକ୍କା ଘର ଯୋଜନା ରେ ନିର୍ମାଣାଧୀନ ୧୫ ଟି କ୍ଲସ୍ଟର ଘର ପରିଦର୍ଶନ କରିବା ସହିତ ହିତାଧିକାରୀ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କ ରେ ଆଲୋଚନା କରିଥିଲେ । ଏହା ପରେ ORMAS ଦ୍ଵାରା ପରିଚାଳିତ ଝାଡୁ ବିକ୍ରୟ କେନ୍ଦ୍ର ପରିଦର୍ଶନ କରିବା ସହିତ ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟ ମାନଙ୍କ ସହିତ ଆଲୋଚନା କରିଥିଲେ । ପଟାଙ୍ଗି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ପକ୍ଷରୁ ଚାଲିଥିବା NREGA ଯୋଜନା ରେ ଝାଡୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସମ୍ପର୍କରେ ଅଧିକାରୀ ମାନେ ଅବଗତ କରାଇଥିଲେ । ଏହା ପରେ କୋଟିଆ ସ୍ଥିତ ସୌର ପରିଚାଳିତ ଶୀତଳ ଭଣ୍ଡାର ପରିଦର୍ଶନ କରିଥିଲ ଏବଂ ସ୍ଵୟଂ ସହାୟକ ଗୋଷ୍ଠୀ ର ସଦସ୍ୟ ମାନଙ୍କ ସହିତ ଟିକିନିଖି ଆଲୋଚନା କରିଥିଲେ । ସ୍ଵତନ୍ତ୍ର କେନ୍ଦ୍ରୀୟ ଅନୁଦାନ ମାଧ୍ୟମ ରେ କୋଟିଆ ସ୍ଥିତ Market Complex ପରିଦର୍ଶନ କରିଥିଲେ । ସେଠାରେ PDS ବିତରଣ ବ୍ୟବସ୍ଥାର ଅନୁଧ୍ୟାନ କରିବା ସଙ୍ଗେ ସଙ୍ଗେ ହିତାଧିକାରୀ ମାନଙ୍କ ସମସ୍ୟା ବିଷୟରେ ଆଲୋଚନା କରିଥିଲେ । 

ଶ୍ରୀ ଲୋହାନି ମାଡକାର ସ୍ଥିତ ଆଦର୍ଶ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରିଥିଲେ । ମାଡକାର ଠାରେ NREGA ଯୋଜନା ମାଧ୍ୟମ ରେ ନିର୍ମାଣଧୀନ cluster ଗୋଶାଳା ପରିଦର୍ଶନ କରିଥିଲେ । ଏହାପରେ ଗାଲିଗବଦର ଠାରେ ବିକଶିତ ପର୍ଯ୍ୟଟନ କେନ୍ଦ୍ର ବୁଲି ଦେଖିବା ସହ ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟ ମାନଙ୍କ ସହ ଆଲୋଚନା କରିଥିଲେ ।ଏବଂ ଏହି ପର୍ଯ୍ୟଟନ କେନ୍ଦ୍ର ର ବିକାଶ ନିମନ୍ତେ ପରାମର୍ଶ ଦେଇଥିଲେ । 

         ପଞ୍ଚାୟତରାଜ ପ୍ରମୂଖ ସଚିବ ଙ୍କ କୋଟିଆ ଗସ୍ତ ସମୟରେ କୋଟିଆ ସରପଞ୍ଚ , କୋରାପୁଟ ଜିଲ୍ଲାପାଳ ଅବ୍ଦାଲ୍ ମୁହମ୍ମଦ ଅଖତର , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ କୋରାପୁଟ ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ପଟାଙ୍ଗି, ସହକାରୀ ପ୍ରକଳ୍ପ ନିର୍ଦ୍ଧେଶକ (ଗ୍ରାମୀଣ ଆବାସ) ଏବଂ ଅନ୍ୟାନ୍ୟ ବ୍ଲକ ଅଧିକାରୀ ଉପସ୍ଥିତ ଥିଲେ ।  

ଶ୍ରୀ ଲୋହାନି ଓ ଶ୍ରୀ ଡାକୁଆ ମଧ୍ୟ ବୋରିଗୁମ୍ମା ଗସ୍ତରେ ଯାଇଥିଲେ। ପ୍ରଥମେ ଜିଡିପୁଟ ମଡେଲ ଅଙ୍ଗନବାଡି କେନ୍ଦ୍ର, ଦ୍ବିତୀୟରେ ମୁଣ୍ଡାଗୁଡା ୫ଟି ସରକାରୀ ଉଚ୍ଚବିଦ୍ୟାଳୟ, ତୃତୀୟରେ ଜୁଝାରୀ ରେ ରହିଥିବା ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗ ଓ ଚତୁର୍ଥରେ ଆଉଁଳୀ ଫୁଡ କୋର୍ଟ ପରିଦର୍ଶନକୁ ଯାଇଥିଲେ। ଏହି ସମୟରେ ଉପସ୍ଥିତ ଥିବା ବିଡିଓ ପ୍ରଣୟ ରଞ୍ଜନ ବେହେରାଙ୍କ ସହ ଆଲୋଚନା କରିଥିଲେ।

ଗୌରୀ ପଟନାୟକଙ୍କ ରିପୋର୍ଟ କୋରାପୁଟ

Related posts

ଫିରିଙ୍ଗିଆ ତହସିଲ କାର୍ଯ୍ୟାଳୟର ରାତ୍ର ଜଗୁଆଳି ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ 

masiha

ପିକଅପ୍ ଭାନ୍ ବୁଲେଟ୍ ମୁହାମୁହିଁ ଧକ୍କା । ଜଣେ ମୃତ ଦୁଇ ଗୁରୁତର 

Sunil Chandra Nayak

‘ସମ୍ୱାଦ’ ସାହିତ୍ୟ ଘର ରୁପ୍ରା ଶାଖା ଓ କେସିଙ୍ଗା ବନାଞ୍ଚଳର ମିଳିତ ସହଯୋଗରେ ବୃକ୍ଷ ରୋପଣ ଅନୁଷ୍ଠିତ 

Leave a Comment

error: Content is protected !!