ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭୀମକେଲା କ୍ଲଷ୍ଟର୍ ଅଧିନ ସନ୍ୟାସୀ ଉଚ୍ଚ ବିଦ୍ୟାପୀଠ ମୁରସିଂ ର ଆଦିବାସୀ ଛାତ୍ରୀ ନିବାସ ଉଦଘାଟିତ 

ରୁପ୍ରା, ୩୧/୭ (ମନିସ ) : କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ୍ କର୍ମେଗାଁ ପଞ୍ଚାୟତ ଅଧିନ ମୁରସିଂ ସ୍ଥିତ ସନ୍ୟାସୀ ଉଚ୍ଚ ବିଦ୍ୟାପୀଠର ୧୧୦ ସିଟ୍ ବିଶିଷ୍ଟ ନବ ନିର୍ମିତ ଆଦିବାସୀ ଛାତ୍ରୀ ନିବାସ ଆଜି ଉଦଘାଟିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅର୍ଜୁନ ତାରେଣିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନର୍ଲା ବିଧାୟକ ଭୂପିନ୍ଦର ସିଂହ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥିଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ନର୍ଲା ପଞ୍ଚାୟତ ସମିତି ଅଧ୍ୟକ୍ଷା ମନୋରମା ମହାନ୍ତି, କର୍ମେଗାଁ ସରପଞ୍ଚ ମନୋଜ ମହାନନ୍ଦ, ନର୍ଲା ଜୋନ୍ ନଂ ୨ ଜିଲ୍ଲା ପରିଷଦ ସଭ୍ୟ ହରିଶଙ୍କର ମାଝୀ, ବିଦ୍ୟାଳୟର ପ୍ରତିଷ୍ଠାତା ସମ୍ପାଦକ ଭୀଷ୍ମରଥି ଭୋଇ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅର୍ଜୁନ ପଧାନ, ବିଜେଡି ନର୍ଲାବ୍ଲକ୍ ସଭାପତି ପରେଶ ପଧାନ, ବ୍ଲକ୍ ଯୁବ ବିଜେଡି ସଭାପତି ବିଜୟ ଧଙ୍ଗଡାମାଝୀ, ଆଦିବାସୀ ସଂଘର ସଭାପତି ପ୍ରକାଶ ମାଝୀ ଓ ମହିଳା ନେତ୍ରୀ ପ୍ରମିଳା ପଧାନ ପ୍ରମୁଖ ଯୋଗଦାନ କରି ମଞ୍ଚାସୀନ ହୋଇଥିଲେ। କାର୍ଯ୍ୟକ୍ରମ ପରିଚାଳନା ଶିକ୍ଷକ ଶିଶିର ବେହେରା କହିଥିଲେ। ପ୍ରାରମ୍ଭରେ ନବ ନିର୍ମିତ ଛାତ୍ରୀ ନିବାସରେ ଏକ କୁଣ୍ଡିଅ ଗାୟତ୍ରୀ ଯଜ୍ଞ ଅନୁଷ୍ଠିତ ହୋଇଥିଲା, ଯଜ୍ଞକାର୍ଯ୍ୟ ଟୁନୁ ଗଡତିଆ ଓ ଶିକ୍ଷକ ପ୍ରହଲ୍ଲାଦ ବିଶ୍ୱାଲ ତୁଲାଇ ଥିଲେ। ଉକ୍ତ ଅଞ୍ଚଳରେ ଆଦିବାସୀ ଛାତ୍ରୀ ନିବାସ ନଥିବାରୁ ଅଞ୍ଚଳର ଗରିବ ଶ୍ରେଣୀର ଛାତ୍ରୀ ମାନେ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହେଉଥିଲେ, ଏଥିପାଇଁ ଏହି ଛାତ୍ରୀ ନିବାସ ସେହିପରି ଛାତ୍ରୀ ମାନଙ୍କୁ ସହାୟକ ହୋଇପାରିବ ବୋଲି ଅତିଥି ଗଣ ମତବ୍ୟକ୍ତ କରିଥିଲେ। ବର୍ତ୍ତମାନ ଉକ୍ତ ଛାତ୍ରୀ ନିବାସରେ ଅଞ୍ଚଳର ୮୧ ଜଣ ଛାତ୍ରୀ ନାମ ପଞ୍ଜିକରଣ କରିଛନ୍ତି। ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ବାଲୁଙ୍କୀ ସାହୁ, ପ୍ରହଲ୍ଲାଦ ବିଶ୍ୱାଲ, ମନୋରଞ୍ଜନ ଦାସ, ନରେନ୍ଦ୍ର ଖିଲାର, ନରସିଂହ ସାହୁ, ଶିଶିର ବେହେରା ଓ ସତ୍ୟପ୍ରିୟ ଜେନା, କର୍ମଚାରୀ ଲିଙ୍ଗରାଜ ପଧାନ, ଗୋପାଳ ବାରିକ, ମୋହନ କରୁଆଁ ଓ ଶରତ ଭୋଇଙ୍କ ସମେତ ଗ୍ରାମବାସୀ ସହଯୋଗ କରିଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ଅର୍ଜୁନ ତାରେଣିଆ ବିଦ୍ୟାଳୟର ବାର୍ଷିକ ବିବରଣୀ ପଠନ ଓ ଧନ୍ୟବାଦ ଅର୍ପଣ କରିଥିଲେ।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ଜଳ ସୁରକ୍ଷା ଉପରେ ଚିତ୍ରାଙ୍କନ ପ୍ରତିଯୋଗିତା

ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

masiha

ପ୍ରକାଶ ପାଇଲା ମେଧାଅନ୍ବେଷଣ ଫଳାଫଳ,ପ୍ରଥମ ସ୍ଥାନରେ ୯ ଜଣ

Sunil Chandra Nayak

Leave a Comment

error: Content is protected !!