ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋରୁମହିଷାଣୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଟାଟା ଫାଉଣ୍ଡେସନ ତରଫରୁ ନୂତନ ବିଜ୍ଞାନ ପ୍ରୟୋଗ ଶାଳା ଲୋକାର୍ପିତ 

 ମୟୂରଭଞ୍ଜ – ୩୧/୭ (ମସିହା) ଯାମସେଦପୁରର ଟାଟା ଷ୍ଟିଲ ଫାଉଣ୍ଡେସନ ତରଫରୁ ଗୋରୁମହିଷାଣୀ ଅଂଚଳର ଆଇରନ ମହାବିଦ୍ୟାଳୟରେ ୮୫ ଲକ୍ଷ ଟଙ୍କା ରେ ନିର୍ମାଣ କରାଯାଇଥିବା ନବ ନିର୍ମିତ ନୂତନ ବିଜ୍ଞାନପ୍ରୟୋଗ ଶାଳା ଆଜି ଟାଟାଷ୍ଟିଲ ଫାଉଣ୍ଡେସନ ନିର୍ଦ୍ଦେଶକ ଶ୍ରୀ ଚାଣକ୍ୟଙ୍କ ଚୌଧୁରୀ ,ସି.ଇ.ଓ ଶ୍ରୀ ସୌରଭ ରାୟ, ଏସ୍. ଏନ୍ ନନ୍ଦୀ ଚିଫ୍ ଇନଫ୍ରାଷ୍ଟ୍ରକଚର ଓ ସୁବୋଧ କୁମାର ଙ୍କ କର କମଳରେ ଉଦ୍ଘାଟିତ ହୋଇ ଯାଇଛି। 

      ଏହି ମହାର୍ଘ୍ଯ ଅବସରରେ ଆୟୋଜିତ ସଭାରେ ଟାଟା ଷ୍ଟିଲ ଫାଉଣ୍ଡେସନର ର ସମସ୍ତ ଅଧିକାରୀ ତଥା ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଦୀପ କୁମାର ସାହୁ,ପୂର୍ବତନ ଅଧକ୍ଷ ନିକୁଞ୍ଜ ମିଶ୍ର, ବରିଷ୍ଠ ଓଡ଼ିଆ ଅଧ୍ଯାପକ ଡକ୍ଟର ଦିଗମ୍ବର ଗିରି ପ୍ରମୁଖ ମଂଚାସୀନ ଥିଲେ। ଟାଟାଷ୍ଟିଲ ଫାଉଣ୍ଡେସନର ନିଦ୍ଦେର୍ଶକ ଶ୍ରୀଯୁକ୍ତ ଚୌଧୁରୀ ତାଙ୍କ ଅଭିଭାଷଣ ରେ କହିଥିଲେ ଯେ ଟାଟାଷ୍ଟିଲ ସହିତ ଗୋରୁମହିଷାଣୀ ର ସଂପର୍କ ବହୁ ପୁରୂଣା। ଏ ଅଂଚଳରେ ଶିକ୍ଷାର ବିକାଶ ତଥା ଉନ୍ନୟନ ପାଇଁ ଆମର ସହଯୋଗ ରହିବ। ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଉତ୍ସର୍ଗୀକୃତ ଏ ବିଜ୍ଞାନାଗାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନରେ ଏକ ନୂତନ ଅନୁଭବ ହୋଇପାରିବ ବୋଲି ଆଶା ପୋଷଣ କରିଥିଲେ। ଶ୍ରୀ ସୌରଭ ରାୟ ବିଜ୍ଞାନ ଏବଂ କାରିଗରି ଶିକ୍ଷା ଉପରେ ଛାତ୍ରଛାତ୍ରୀଙ୍କ ସାର ଗର୍ଭକ ବକ୍ତବ୍ଯ ପ୍ରଦାନ କରିଥିଲେ, ଶ୍ରୀ ଯୁକ୍ତ ନନ୍ଦୀ ତାଙ୍କ ଅଭିଭାଷଣ ରେ ଟାଟାଷ୍ଟିଲ ଷ୍ଟିଲ ଫାଉଣ୍ଡେସନର ସହାୟକ ହେବ ବୋଲି ମତ ପୋଷଣ କରିଥିଲେ। ଅନ୍ଯ ମାନଙ୍କ ମଧ୍ଯ ରେ ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ସାହୁ ନିଜ ବକ୍ତବ୍ଯ ରଖିଥିଲେ। ଅବସର ପ୍ରାପ୍ତ ଅଧ୍ୟକ୍ଷ ନିକୁଞ୍ଜ ମିଶ୍ର ବହୁଦିନ ତଳର ଏହି ପ୍ରୋଜେକ୍ଟ ର ସଫଳତା ପଛରେ ପ୍ରମୁଖ ଉଦ୍ୟୋକ୍ତା ତଥା ପ୍ରତିଷ୍ଠାତା ସଂପାଦକ ତଥା ଆଡଭୋକେଟ ବୃଷ୍ଟି ବିଡଜା ମଣ୍ଡଳ ଓ ଏହାର ସଫଳତା ପଛରେ ସମସ୍ତ ଅଧ୍ଯାପକ, କର୍ମଚାରୀଙ୍କ ଅକୁଣ୍ଠିତ ସହଯୋଗ ଓ ଯୋଗଦାନ କୁ ମନେ ପକାଇ ଥିଲେ । ଭବ୍ଯ ଓ ମନୋଜ୍ଞ ସଭାରେ ଡକ୍ଟର ଦିଗମ୍ବର ଗିରି ଅତ୍ଯନ୍ତ ମନୋରମ ଭାବରେ ପରିଚାଳନା କରିଥିଲେ।ସଭା ଶେଷରେ ଅଧ୍ଯାପକ ପ୍ରମୋଦ କୁମାର ତନ୍ତୀଙ୍କ ଧନ୍ଯବାଦ ଅର୍ପଣ କରିଥିଲେ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳଙ୍କ ରିପୋର୍ଟ

Related posts

ବନବିଭାଗ ତରଫରୁ ପ୍ରାଣୀ ଚିକିତ୍ସା ଶିବିର

Sunil Chandra Nayak

ଝାଡଖଣ୍ଡରେ ଓଡିଆ ଭାଷାକୁ ଅବହେଳା ନେଇ ଉଦବେଗ

Sunil Chandra Nayak

ଆର୍.ସି.ଡି ଉଚ୍ଚ ବିଦ୍ୟାଳୟରେ ଓଡ଼ିଶା ସାହିତ୍ୟ ଏକାଡେମୀର ଜିଲ୍ଲା ସ୍ତରୀୟ “ସ୍ୱନକ୍ଷତ୍ର ଦିବସ” ପାଳିତ: କୃତୀ ପ୍ରତିଯୋଗୀ ରାଜ୍ୟ ସ୍ତରକୁ ମନୋନୀତ 

Leave a Comment

error: Content is protected !!