ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାଶୀରାଜ ଵୈଦ୍ଯସଂଘ,ବାମନଘାଟୀ ଶାଖା ଆନୁକୁଲ୍ୟରେ ୭୬ ତମ ବନ ଉତ୍ସବ ଅବସରରେ ଔଷଧୀୟ ବୃକ୍ଷରୋପଣ

 ମୟୂରଭଞ୍ଜ- ୩୧/୭ ( ମସିହା)ରାଇରଙ୍ଗପୁର ବନାଞ୍ଚଳ ଅନ୍ତର୍ଗତ ଵହଳଦା ବ୍ଳକର ଅଁଳାଯୋଡି ପଞ୍ଚାୟତର ବିକ୍ରମପୁର ଗ୍ରାମରେ କାଶୀରାଜ ଵୈଦ୍ଯସଂଘ,ବାମନଘାଟୀ ଶାଖା ଆନୁକୁଲ୍ୟରେ ୭୬ ତମ ବନ ମହୋତ୍ସବ ଅଵସରରେ ଔଷଧୀୟ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି ।କାଶୀରାଜ ଵୈଦ୍ଯସଂଘର ବରିଷ୍ଠ ସଦସ୍ୟ ତଥା କୋଷାଧ୍ୟକ୍ଷ ପ୍ରଶାନ୍ତ ନିଳୟ ମହାକୁଡଙ୍କ ସଭାପତିତ୍ବରେ ବୃକ୍ଷରୋପଣ କରାଯାଇଥିଲା । ଏଥିରେ ଅନୁଷ୍ଠାନର ଉପଦେଷ୍ଟା ତଥା ଓଡ଼ିଶାର ଖ୍ୟାତନାମା ସ୍ତମ୍ଭକାର ଲଳିତ ମହାନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବୃକ୍ଷ ହିଁ ଜୀବନ ଏବଂ ପ୍ରତିଟି ବୃକ୍ଷରେ ଭଗବାନ ଔଷଧୀୟ ଗୁଣ ଭର୍ତ୍ତି କରି ରଖିଛନ୍ତି । କିନ୍ତୁ ବସ୍ତୁବାଦୀ ଦୁନିଆରେ ଅର୍ଥ ପିପାସୁ ମଣିଷ ଜଙ୍ଗଲ ନଷ୍ଟ କରି କଂକ୍ରିଟ ସହର ତିଆରି କରୁଛି ।ଯାହାଫଳରେ ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ ଘଟୁଛି । ମୌସୁମୀ ଜଳବାୟୁ ହଜି ଯାଉଛି ।ଯାହାର ପ୍ରଭାବରେ ଜୀବନ ଓ ଜୀବିକାର ଉପରେ ପଡୁଛି ।ପରିବେଶ ନଷ୍ଟ ହେଉଛି । ଜଳବାୟୁ ପ୍ରଭାବରେ ଲୋକେ ବହୁ ରୋଗରେ ଆକ୍ରାନ୍ତ ହେଉଛନ୍ତି ।ଜଙ୍ଗଲ ନଷ୍ଟ ଯୋଗୁଁ ଜୀବଜନ୍ତୁଙ୍କ ବଂଶ ଲୋପ ପାଉଛି । ତେଣୁ ପରିବେଶ ସୁରକ୍ଷା ଓ ସନ୍ତୁଳନ ପାଇଁ ସମସ୍ତେ ଗଛ ଲଗାଇବା ସହିତ ଯତ୍ନର ସହ ତାକୁ ବଢ଼ାଇବା ଉଚିତ ବୋଲି କହିଥିଲେ । ସମସ୍ତେ ନିଜ ବାଡ଼ିରେ ସାଧାରଣ ବୃକ୍ଷ ସହ ଔଷଧୀୟ ବୃକ୍ଷ ରୋପଣ କରିବା ପାଇଁ ପରାମର୍ଶ ଦେଇଥିଲେ । ଖ୍ୟାତନାମା ବୈଦ୍ୟ ବଂଶୀଧର ମହାକୁଡଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବିକ୍ରମ ପୁର ଗ୍ରାମରେ ୧ ଏକର ୬୨ ଡିସିମିଲ ଜମିର ବୃକ୍ଷ ଅଁଳା ହରିଡା,ବାହାଡା,ଆମ୍ବ,ପଣସ,ପିଜୁଳି,ଶାଳ,ଶାଗୁଆନ,ପିପଳି,ମନ୍ଦାର,ବର, ଅଶ୍ୱତ୍ଥ,କୁସୁମ,ଆମ,ଜାମୁ, ରୋଷଣୀ,ଅଶୋକ,କଦମ୍ବ ପାଟି,ଘି କୁଆଁରୀ, ସମେତ ବିଭିନ୍ନ କିସମର ବୃକ୍ଷ ରୋପଣ କରାଯାଇଥିଲା । କାର୍ଯ୍ଯକ୍ରମରେ ଅନୁଷ୍ଠାନର ସଦସ୍ୟ ମୁକ୍ତାର ହୁସେନ,ଫାଗୁରାମ ମାଝୀ,ସେକ୍ସରିପୁଦ୍ଦୀନ,ଚନ୍ଦନ ପାତ୍ର,ଦୁଖିଶ୍ଯାମ ହାଁସଦା,ସାରିଲା ହାଁସଦା,ଭୀମ ମହାକୁଡ଼, ସମେତ ବହୁ ସଦସ୍ୟ ଯୋଗ ଦେଇଥିଲେ ।କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମସ୍ତ ସବୁଜ ପ୍ରେମୀ,ଗ୍ରାମବାସୀ ଏବଂ ଅନୁଷ୍ଠାନର ସଦସ୍ୟଙ୍କୁ ତାପସ ମହାନ୍ତ କୃତଜ୍ଞତା ଜଣାଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳଙ୍କ ରିପୋର୍ଟ 

Related posts

କଳାହାଣ୍ଡି:କୋଶଲ ରାଜ୍ୟ ଗଠନ ଦାବିରେ ପଶ୍ଚିମ ଓଡ଼ିଶାରେ ୧୨ ଘଣ୍ଟିଆ ବନ୍ଦ ଡାକରା

masiha

ବଜ୍ରପାତରେ ଜଣେ ମୃତ

masiha

ସରକାରଙ୍କ କ୍ଯୁଆର୍ କୋଡରେ ଚାଷୀ ଅର୍ଥ ପେମେଣ୍ଟ ସାଜିଛି ଚାଷୀଙ୍କ ସାର ସଙ୍କଟ ; ବାମନଘାଟୀ ଉପଖଣ୍ଡ ସାର ନ ପାଇ ଚାଷୀ ହନ୍ତସନ୍ତ

Sunil Chandra Nayak

Leave a Comment

error: Content is protected !!