ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶୋଇରେ ମିଶନ ଶକ୍ତି ଋଣ ବ୍ୟବସ୍ଥା ନେଇ ସଚେତନତା କାର୍ଯ୍ୟକ୍ରମ

 ମୟୂରଭଞ୍ଜ -୧/୦୮ ( ମସିହା)ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ନିମନ୍ତେ ବ୍ୟାଙ୍କ ଋଣ ଓ ସୁଧ ଫେରସ୍ତ ବ୍ୟବସ୍ଥା ନିମନ୍ତେ ଏକ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ ବିଶୋଇ ମିଶନ ଶକ୍ତି ଭବନରେ ଅନୁଷ୍ଠିତ ହୋଇଯାଇଛି।ବିଶୋଇ ବ୍ଲକ ୩୪ ନଂ ଜନର ବିଶୋଇ,ଏନ. ବି.ପୋଖରିଆ,ଜୁଡ଼ିଆ,ଲୁହାକାନି,ବାଉତିବେଡା,ଖଡ଼ମବେଡା ପ୍ରମୁଖ ୬ ଗୋଟି ପଞ୍ଚାୟତର ୧୦୦ ଗୋଟି ସ୍ୱୟଂ ସହାୟକ ଗୋଷ୍ଠିର ମହିଳା ମାନେ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।ବିପିଏମ ଲକ୍ଷ୍ମଣ ବିଶ୍ବାଳ ପ୍ରଥମେ ବୈଠକର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିବା ପରେ ବିପିସି ବିଜୁ ହାଁସଦା ଅତିଥି ପରିଚୟ ପ୍ରଦାନ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବ୍ଲକ ଉପାଧ୍ୟକ୍ଷ ଚନ୍ଦ୍ରମୋହନ ଗିରି ଉପସ୍ଥିତ ରହି ସରକାରଙ୍କ ଦ୍ଵାରା ପ୍ରଦାନ କରାଯାଉଥିବା ବିଭିନ୍ନ ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳ ମହିଳା ମାନେ ଆତ୍ମନିର୍ଭରଶୀଳ ହୋଇ ପାରୁଛନ୍ତି ବୋଲି କହିଥିଲେ।ସେହିପରି ସମ୍ମାନୀୟ ଅତିଥି ଭାବରେ ବିଡ଼ିଓ ଭାଗବତ ପ୍ରସାଦ ମହାପାତ୍ର ଯୋଗଦେଇ ଉପସ୍ଥିତ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ଋଣ ଟଙ୍କାର ସଦୁପଯୋଗ କରି କିପରି ଲାଭବାନ ହୋଇପାରିବେ ସେନେଇ ଆଲୋଚନା କରିଥିଲେ।ନିୟମିତ ଭାବେ ବୈଠକ,ସଞ୍ଚୟ,ଋଣ ପ୍ରଦାନ,ଋଣ ପରିଶୋଧ ,ଖାତାପତ୍ର ଲିଖନ ପଞ୍ଚସୂତ୍ର ନିୟମ ପାଳନ କରିବା ଆବଶ୍ୟକ ବୋଲି ସିଡିପିଓ ଶ୍ରୀମତୀ ସାମଲ ମହିଳା ମାନଙ୍କୁ କହିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଏଲ୍ଏଫ୍ ସଭାପତି ଚନ୍ଦ୍ରିକା ମହାନ୍ତ ସମେତ ସମସ୍ତ ଏମ୍ ବି କେ,ସି ଆର ପି ଓ ବ୍ୟାଙ୍କ୍ ମିତ୍ର ପରିଚାଳନା ରେ ସହଯୋଗ କରିଥିଲେ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ମେଦନା ଗ୍ରାମ ରେ ନୂତନ ଲ୍ୟାମ୍ପ ସ୍ଥାପନ ପାଇଁ କମିଟି ଗଠନ

Sunil Chandra Nayak

ଜ୍ଞାନ ବିକାଶ ଇଂଲିଶ ମିଡିଅମ ସ୍କୁଲ ପକ୍ଷରୁ ନିଟ ଛାତ୍ରଙ୍କୁ ସମ୍ବର୍ଦ୍ଧନା 

Sunil Chandra Nayak

୧୩୩ ଛାତ୍ର ଛାତ୍ରୀ ୯ ଶ୍ରେଣୀ କୁ ତିନି ଶିକ୍ଷକ , ଶିକ୍ଷା ଦାନର ଦୁରାବସ୍ଥା

Sunil Chandra Nayak

Leave a Comment

error: Content is protected !!