ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶୋଇରେ ମିଶନ ଶକ୍ତି ଋଣ ବ୍ୟବସ୍ଥା ନେଇ ସଚେତନତା କାର୍ଯ୍ୟକ୍ରମ

 ମୟୂରଭଞ୍ଜ -୧/୦୮ ( ମସିହା)ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ନିମନ୍ତେ ବ୍ୟାଙ୍କ ଋଣ ଓ ସୁଧ ଫେରସ୍ତ ବ୍ୟବସ୍ଥା ନିମନ୍ତେ ଏକ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ ବିଶୋଇ ମିଶନ ଶକ୍ତି ଭବନରେ ଅନୁଷ୍ଠିତ ହୋଇଯାଇଛି।ବିଶୋଇ ବ୍ଲକ ୩୪ ନଂ ଜନର ବିଶୋଇ,ଏନ. ବି.ପୋଖରିଆ,ଜୁଡ଼ିଆ,ଲୁହାକାନି,ବାଉତିବେଡା,ଖଡ଼ମବେଡା ପ୍ରମୁଖ ୬ ଗୋଟି ପଞ୍ଚାୟତର ୧୦୦ ଗୋଟି ସ୍ୱୟଂ ସହାୟକ ଗୋଷ୍ଠିର ମହିଳା ମାନେ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।ବିପିଏମ ଲକ୍ଷ୍ମଣ ବିଶ୍ବାଳ ପ୍ରଥମେ ବୈଠକର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିବା ପରେ ବିପିସି ବିଜୁ ହାଁସଦା ଅତିଥି ପରିଚୟ ପ୍ରଦାନ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବ୍ଲକ ଉପାଧ୍ୟକ୍ଷ ଚନ୍ଦ୍ରମୋହନ ଗିରି ଉପସ୍ଥିତ ରହି ସରକାରଙ୍କ ଦ୍ଵାରା ପ୍ରଦାନ କରାଯାଉଥିବା ବିଭିନ୍ନ ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳ ମହିଳା ମାନେ ଆତ୍ମନିର୍ଭରଶୀଳ ହୋଇ ପାରୁଛନ୍ତି ବୋଲି କହିଥିଲେ।ସେହିପରି ସମ୍ମାନୀୟ ଅତିଥି ଭାବରେ ବିଡ଼ିଓ ଭାଗବତ ପ୍ରସାଦ ମହାପାତ୍ର ଯୋଗଦେଇ ଉପସ୍ଥିତ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ଋଣ ଟଙ୍କାର ସଦୁପଯୋଗ କରି କିପରି ଲାଭବାନ ହୋଇପାରିବେ ସେନେଇ ଆଲୋଚନା କରିଥିଲେ।ନିୟମିତ ଭାବେ ବୈଠକ,ସଞ୍ଚୟ,ଋଣ ପ୍ରଦାନ,ଋଣ ପରିଶୋଧ ,ଖାତାପତ୍ର ଲିଖନ ପଞ୍ଚସୂତ୍ର ନିୟମ ପାଳନ କରିବା ଆବଶ୍ୟକ ବୋଲି ସିଡିପିଓ ଶ୍ରୀମତୀ ସାମଲ ମହିଳା ମାନଙ୍କୁ କହିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଏଲ୍ଏଫ୍ ସଭାପତି ଚନ୍ଦ୍ରିକା ମହାନ୍ତ ସମେତ ସମସ୍ତ ଏମ୍ ବି କେ,ସି ଆର ପି ଓ ବ୍ୟାଙ୍କ୍ ମିତ୍ର ପରିଚାଳନା ରେ ସହଯୋଗ କରିଥିଲେ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ୱାନ୍ ଷ୍ଟପ୍ ସେଣ୍ଟର ପରିଦର୍ଶନ କଲେ ଜିଲ୍ଲାପାଳ ଗତକାଲି ଉଦ୍ଧାର ହୋଇଥିବା ନବଜାତ ଶିଶୁକନ୍ୟାର ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କଲେ

Sunil Chandra Nayak

ଆଇନ ସେବା ପ୍ରାଧିକରଣ ଓ ସଂସ୍କୃତି ସହାୟତାରେ ଆୟୋଜିତ ଶିଶୁ ଓ ମହିଳାମାନଙ୍କ ଆଇନ ସଚେତନତା ଶିବିର

masiha

ଅସହାୟ ମହିଳା ଙ୍କୁ ଉଦ୍ଧାର କଲେ ସାମ୍ବାଦିକ।ଯଶୋଦା ଅନାଥ ଆଶ୍ରମ ରେ ଥଇଥାନ

Sunil Chandra Nayak

Leave a Comment

error: Content is protected !!