ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧୯୮୩ ବରିଷ୍ଠ ବ୍ୟାଚର ଭାବବିନିମୟ କାର୍ଯ୍ୟକ୍ରମ

ରାଉରକେଲା/ ଉଦିତନଗର ହାଇସ୍କୁଲରେ ପାଠ ପଢିଥିବା ୧୯୮୩ ବ୍ୟାଚ ( ବରିଷ୍ଠ ବିଭାଗ)ର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭାବବିନିମୟ କାର୍ଯ୍ୟକ୍ରମ ରାଉରକେଲା କ୍ଲବଠାରେ ଅନୁଷ୍ଠିତ ହୋଇଯାଇଛି । ସମସ୍ତ ବଂଧୁ ନିଜ ନିଜର ପୁରୁଣା ସ୍ମୃତିକୁ ରୋମନ୍ଥନ କରିବା ସହ ପରସ୍ପର ମଧ୍ୟରେ ଭାବବିନିମୟ କରିଥିଲେ । ପ୍ରଶାନ୍ତ ରଂଜନ ପାତ୍ରଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କିଶୋର ପଟେଲ ସ୍ବାଗତ ଭାଷଣ ରଖିବା ସହ ବଂଧୁ ଓ ବଂଧପତ୍ନିଙ୍କ ପରିଚୟ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ବିଶ୍ବଶାନ୍ତି ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା ବିଷ୍ଣୁଙ୍କ ମନ୍ତ୍ର ପାଠ ପରେ ବଂଧୁ ଓ ବାଂଧବୀଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ଖେଳ, କୌତୁକ ଓ ବୁଦ୍ଧି ପରୀକ୍ଷା ଆଦି ପ୍ରତିଯୋଗିତା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଅକ୍ଷୟ ସାହୁ, ବିଜୟ ପ୍ରଧାନ,ରବିନ୍ଦ୍ର ନାଥ,ସମୀର ଭୋଇ, ପ୍ରଦୀପ ଦାସ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିବାବେଳେ ଶେଷରେ ଅଶୋକ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଶିମିଳିପାଳ କଲେଜ ଅଫ୍ ନର୍ସିଂରେ ସ୍ବାଗତ ଉତ୍ସବ

masiha

ନାମ ଫଳକକୁ ଓଡ଼ିଆରେ ଲେଖିବାକୁ ଉତ୍କଳ ସମ୍ମିଳନୀ ପକ୍ଷରୁ ସେପ୍ଟେମ୍ବର ୧୨ରେ ପଦଯାତ୍ରା

Sunil Chandra Nayak

ସଂଯୁକ୍ତ କିସାନ କୃଷି ମର୍ଚା ଓ କେନ୍ଦ୍ରୀୟ ଶ୍ରମିକ ପକ୍ଷରୁ ରାଲି ସହ ଜିଲ୍ଲାପାଳଙ୍କୁ ଦେଲେ ୧୯ ଟି ଦାବି ଦେଲେ

masiha

Leave a Comment

error: Content is protected !!