ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିର୍ମାଣର ୨ ମାସ ନହେଉଣୁ ଦବି ଗଲାଣି ରାସ୍ତା, ନିମ୍ନମାନର କାର୍ଯ୍ୟ ଅଭିଯୋଗ

କୋକସରା,୩୧/୦୭ //କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସଦର କୋକସରାରୁ ଚିକିଲିକୁ ସଂଯୋଗୀକରଣ ପାଇଁ ଧର୍ମଗଡ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତା ନିର୍ମାଣ କରାଯାଇଥିଲା, ହେଲେ କାର୍ଯ୍ୟ ସମ୍ପାଦନ ହୋଇ ମାତ୍ର ୨ ମାସ ମଧ୍ୟ ହୋଇନଥିବା ବେଳେ ଅନେକ ସ୍ଥାନରେ ରାସ୍ତା ଦବି ଯାଇଥିବା ବେଳେ ରାସ୍ତା କଡରେ ଥିବା ସୂଚନା ନିର୍ଦେଶ ପାଇଁ ରହିଥିବା ଖୁଣ୍ଟ ସବୁ ଭୁଷୁଡି ପଡିଛି। ସୂଚନା ମତେ ଧର୍ମଗଡ ଗ୍ରାମ୍ୟ ଉନ୍ନୟନ ବିଭାଗ ସୂଚନା ଫଳକ ଅନୁସାରେ ପ୍ୟାକେଜ ନମ୍ବର ଓଆର ୧୫/୪୯୪ ଅନୁସାରେ ୩.୨୦ କିମି ରାସ୍ତା ନିର୍ମାଣ ପାଇଁ ବିଭାଗୀୟ ଅଟକଳ ମୂଲ୍ୟ ୧ କୋଟି ୩୮ ଲକ୍ଷ ୧୦ ହଜାର ରହିଥିବା ବେଳେ କାର୍ଯ୍ୟ ସମ୍ପାଦନ କରିବାକୁ ଜ୍ୟୋର୍ତିର୍ମୟୀ ସିଂ ଏ ଶ୍ରେଣୀ ଭୁକ୍ତ ଠିକାଦାରଙ୍କୁ କାର୍ଯ୍ୟ ସମ୍ପାଦନ କରିବା ପାଇଁ ଟେଣ୍ଡର ମିଳିଥିଲା । ରାସ୍ତା କାର୍ଯ୍ୟ ସମ୍ପାଦନ ପାଇଁ ୨୪/୮/୨୨ ରୁ ୨୩/୦୫/୨୩ ପର୍ଯ୍ୟନ୍ତ କାର୍ଯ୍ୟ ସମ୍ପାଦନ କରିବା ପାଇଁ ବିଭାଗୀୟ ନିର୍ଦେଶ ରହିଥିଲା। ତେବେ ଠିକାସଂସ୍ଥା ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟ ସମ୍ପାଦନ କରିଥିଲେ ମଧ୍ୟ ଲୋକଙ୍କ ଅଭିଯୋଗ ସତ୍ତ୍ୱେ ମଧ୍ୟ ନିମ୍ନମାନର କାର୍ଯ୍ୟ କରିଥିବା ନେଇ କାର୍ଯ୍ୟ କରିବା ସମୟରେ ସ୍ଥାନୀୟ ଲୋକମାନେ ଅଭିଯୋଗ କରିଥିଲେ। ତେବେ ଠିକାସଂସ୍ଥା ଓ ବିଭାଗୀୟ ଅଧିକାରୀଙ୍କ ଭିତରିଆ ଶଲାସୁତୁରା ଥିବା କାରଣରୁ ଅଧିକାରୀମାନେ ଗୁରୁତ୍ୱ ଦେଇ ନଥିଲେ। ଯାହା ଫଳରେ କାର୍ଯ୍ୟର ୨ ମାସ ନପୁରୁଣୁ ରାସ୍ତା ଅନେକ ସ୍ଥାନରେ ଦବି ଯାଇଥିବା ଦେଖିବାକୁ ମିଳିଛି। ଏନେଇ ଧର୍ମଗଡ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ରାଜେନ୍ଦ୍ର ମାଝୀ ଙ୍କ ପ୍ରତିକ୍ରିୟା ନେବାରୁ ଅତ୍ୟନ୍ତ ହାଳୁକା ଭାବେ ଘଟଣା କୁ ନେଇ ଠିକାସଂସ୍ଥାକୁ କହି ମରାମତି କରାଯିବ ବୋଳି କହିଛନ୍ତି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଆମ ପୁଲିସର ଶାନ୍ତି ବୈଠକ ଅନୁଷ୍ଠିତ

Sunil Chandra Nayak

ରାଇରଙ୍ଗପୁର ଡଃ ହରେକୃଷ୍ନ ମହତାଵ ଭବନ ପରିସରରେ ଜାତୀୟ ଇଞ୍ଜିନିୟରିଂ ଦିବସ ମହାସମାରୋହରେ ପାଳିତ; ଦେଶରେ ବିକାଶରେ ଇଞ୍ଜିନିୟରଙ୍କ ଭୂମିକା ଅବର୍ଣନନୀୟ

Sunil Chandra Nayak

ବାଲେଶ୍ଵର ଜିଲ୍ଲା ର କୁମ୍ଭ କ୍ଷେତ୍ର ରେ “ପରିବେଶ ବୀମା” ର ଶୁଭାରମ୍ଭ 

masiha

Leave a Comment

error: Content is protected !!