ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପିଇଓ ସଂଘ ତରଫରୁ ଦାବି ପତ୍ର ପ୍ରଦାନ

ବନ୍ଧୁଗାଁ.(ଆପ୍ର).୦୨।୦୮ // ନୀଖିଳ ଉତ୍କଳ ପଞ୍ଚାୟତ ନିର୍ବାହି ଅଧିକାରି ସଂଘ ଡାକରାରେ ଆଜି ବନ୍ଧୁଗାଁ ବ୍ଲକର କାର୍ଯ୍ୟରତ ସମସ୍ତ ପଞ୍ଚାୟତର ନିର୍ବାହି ଅଧିକାରି ମାନେ ବିଡିଓ ଆକାଶ ପଟନାୟକଙ୍କ ଯରିଆରେ ଜିଲ୍ଲାପାଳଙ୍କ ଉଦ୍ଧେସ୍ୟରେ ଏକ ତିନି ଦଫା ଦାବି ପତ୍ର ପ୍ରଦାନ କରିଛନ୍ତି।ଉକ୍ତ ଦାବି ଗୁଡିକ ମଧ୍ୟରେ ପିଓ ନିଯୁକ୍ତି ସମୟରେ ଶିକ୍ଷାଗତ ଯୋଗ୍ୟତା +୨ରୁ +୩ ମଧ୍ୟରେ ରହିବା,ଦରମା ହାର ଲେବଲ୍ ୫ରୁ ଲେବେଲ୍ ୯କୁ ବୃଦ୍ଧି କରିବା।ଚାକିରି କ୍ଷେତ୍ରରେ ଦସ ବର୍ଷ ପୁର୍ତି କରିଥିବା ପିଓ ମାନଙ୍କୁ ଜିପିଟିଏକୁ ପ୍ରମୋସନ୍ କରିବା ଭଳି ଦାବି ରହିଥିଲା ବେଳେ ଆଗାମି ୭ ତାରିଖ ଭିତରେ ଦାବି ପୁରଣ ନହେଲେ ୧୭ତାରିଖ ଜାଏଁ କଳା ବ୍ୟାଚ୍ ପିନ୍ଧି କାର୍ଯ୍ୟ କରିବୁ,ସେତିକି ଭିତରେ ଜଦି ଆମ ଦାବି ଉପରେ ଗୁରୁତ୍ଵ ଦିଆ ନଜାଏ ତେବେ ସମୁହ ବ୍ଲକ କାର୍ଯ୍ୟାଳୟ ସମୁଖରେ ଧାରଣାରେ ବସିବୁ ବୋଲି କହିଛନ୍ତି।ଉକ୍ତ ଦାବି ପତ୍ର ପ୍ରଦାନ ସମୟରେ ବନ୍ଧୁଗାଁ ପିଇଓ ସଂଘର ସଭାପତି ଶ୍ରୀନିବାସ ନାୟୁଡୁ ଓ ସମ୍ପାଦକ ରମେଶ ତୁଳ ଓ ଅନ୍ୟ ପିଇଓ ମାନେ ଉପସ୍ଥିତ ଥିଲେ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ନବରଙ୍ଗପୁରଠାରେ ୮୦ତମ ଜିଲ୍ଲା ସ୍ତରୀୟ ସ୍ବାଧିନତା ଦିବସ ମହାସମାରୋହରେ ପାଳିତ 

Sunil Chandra Nayak

ନେତାଜୀ ଜୟନ୍ତୀ ଓ ଭାବବିନିମୟ କାର୍ଯ୍ୟକ୍ରମ

Sunil Chandra Nayak

ଗିର୍ଲିଗୁଡା ସରକାରୀ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳନ 

masiha

Leave a Comment

error: Content is protected !!