ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିର୍ମାଣଧିନ ବ୍ରିଜ ର ସେଟରିନ ଦବିଥିଲା ଏବେ ବର୍ଷା ରେ ଆପ୍ରୋତ ରୋଡ଼ ଭାସି ଯାଇଛି ଯାତାୟତ ର ବିକଳ୍ପ ଅନ୍ୟ ରାସ୍ତା

ତେନ୍ତୁଳିିଖୁଣ୍ଟି ୦୨-/୦୮/୨୩  //ତେନ୍ତୁଳିଖୁ୍ଣ୍ଟିବ୍ଳକର ମୂଷାମୁଣ୍ଡି ଗୁଡା ଠାରୁ କଣ୍ଟାଗାଁ  ଭାୟା ଅଞ୍ଚଳଗୁମା ଦେଇ ଯାଉଥିବା ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରାସ୍ତାରେ ଉମରି ଗ୍ରାମ ନିକଟରେ ନିର୍ମାଣ ପାଇଁ ପୂର୍ବରୁ ଥିବା ଖରାପ ବ୍ରିଜ କୁ ଛ ମାସ ହେଲାଣି ଭାଙ୍ଗି ଦେଇଥିଲା ଠିକାଦାର । ବର୍ଷା ଋତୁ ଆରମ୍ଭ ରୁ ବ୍ରିଜ ର ସେଟରିଂ କାମ ଆରମ୍ଭ କରିଥିଲା , ଗୁଣ୍ଡିଚା ଦିନ ର ବର୍ଷା ରେ  ଦବି ଯାଇଥିବା ଖବର ପ୍ରକାଶିତ ହୋଇଥିଲା। କିନ୍ତୁ ଯିବା ଆସିବା କରିବା ପାଇଁ ଯେଉଁ ରାସ୍ତାର ବ୍ୟବସ୍ଥା କରିଥିଲା, ବର୍ଷା ଆସିବାରୁ ଚାଷ କାମ ଆରମ୍ଭ ହେବାରୁ ଜମି ରେ ପାଣି ହୋଇଛି, ଯିବା ଆସିବା ପାଇଁ ଅଞ୍ଚଳ ବାସୀ ଙ୍କ ଯିବା ଆସିବାରେ ବହୁତ ଅସୁବିଧା ଭୋଗୁଛନ୍ତି। କିନ୍ତୁ ଅନ୍ଧ କୁ ଆଖି ଠାର ପରି ଜମି ମଧ୍ୟରେ ଥିବା ହିଡ଼ ଗୁଡ଼ିକୁ ସମତୁଲ କରି ରାସ୍ତା ତିଆରି କରାଯାଇଥିଲା ଯାହା ଫଳରେ ସ୍ୱଳ୍ପ ବର୍ଷାରେ ପାଣି ଜମି ଯାତାୟାତରେ ଜମି ଭିତରେ କାଦୁଅ ପଚ ପଚ ହୋଇ ବହୁତ ହଇରାଣ ହେଉଥିବା ଦେଖିବାକୁ ମିଳୁଥିଲା ଏବେ ଲଗାଣ ବର୍ଷା ଜଳମୟ ଓ କାଦୁଅଭରା ହୋଉଛି ଯଦ୍ୱାରା ଲୋକେ ନାନା ଅସୁବିଧା ଭୋଗ କରୁଛନ୍ତି । ଏହି ରାସ୍ତା ଦେଇ ନବରଙ୍ଗପୁର ଯିବାକୁ ମୁଖ୍ୟ ରାସ୍ତା  ତିନି ଚାରି ଗୋଟି ପଞ୍ଚାୟତ ର ଜନସାଧାରଣ ଜିଲ୍ଳା,ବ୍ଳକ ଅଫିସ  ଯିବା ପାଇଁ ମୁଖ୍ୟତଃ ଏହି ରାସ୍ତା ଉପରେ ନିର୍ଭର କରି ଥାଆନ୍ତି। କିନ୍ତୁ ବର୍ତ୍ତମାନର ସ୍ଥିତିରେ ବ୍ରିଜ ପାର୍ଶ୍ଵ ରାସ୍ତା ଦେଇ ଯିବାକୁ ଗାଡି ରେ ଆସି ହଇରାଣ ହୋଇ ଯାଉଛନ୍ତି ଅବା ବୁଲି ଅନ୍ୟ ରାସ୍ତା ରେ ଯିବାକୁ ବାଧ୍ୟ ହେଉଛନ୍ତି ଏଥିପାଇଁ ସମୟ ନଷ୍ଟ ସହ ଖର୍ଚ୍ଚନ୍ତ ହେଉଛନ୍ତି।

ଟେଣ୍ଡର ଯିଏ ପାଇଛି କୌଣସି ଦିନ ବି ଦେଖି ବାକୁ ଆସି ନ ଥିବା ଅଞ୍ଚଳ ବାସୀ ପ୍ରକାଶ କରିଛନ୍ତି।ଏହି ସଡକ କାମ କୁ ଗୁରୁତ୍ୱ ଦେଉ ନ ଥିବାରୁ ବିଳମ୍ବ ହେଉଛି ବୋଲି କହିଛନ୍ତି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ ଦ୍ୱାରା ଭାରତ ସରକାର ଙ୍କ ଦ୍ୱାରା କୋଟି କୋଟି ଟଙ୍କା ଖର୍ଚ୍ଚ କରି ନିର୍ମାଣ କରାଯାଉଥିବା ବ୍ରିଜ କାମ ରେ ପାର୍ଶ୍ୱ ରାସ୍ତା ନ ଥିବା ସାଧାରଣ ରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହେଉଛି। ଏହି ରାସ୍ତା କାମ ମେ 15 ସୁଦ୍ଧା ବ୍ରିଜ ର ଛାତ କାମ ସାରିବା ପାଇଁ ନିର୍ଦ୍ଦେଶ ଥିବାବେଳେ ବର୍ତ୍ତମାନ ଜୁଲାଇ ମାସ ରେ ଛାତ କାମ ଆରମ୍ଭ କରିଥିବା ଓ ନିମ୍ନ ମାନର ସେ ନେଇ ଖବର ପ୍ରକାଶ ପରେ ମଧ୍ୟ ବିଭାଗ ଯାତାୟତ ପାଇଁ ବିକଳ୍ପ ରାସ୍ତା ବ୍ୟବସ୍ଥା ନ କରିବା ଚିନ୍ତାର ବିଷୟ। ବର୍ତ୍ତମାନ ଲଗାଣ ବର୍ଷା ରେ ସ୍ଥିତି ସଙ୍ଗିନ ହୋଇଛି।

 ଗତକାଲି ନବରଙ୍ଗପୁର ର ଜିଲା ଦିଶା ମିଟିଂ ରେ ପ୍ରଧାନମନ୍ତ୍ରୀ ସଡକ ଯୋଜନା ର ରାସ୍ତା କାମ ନେଇ ବିଧାୟକ ସାଂସଦ ଦେଖି ବିଗିଡିବା ପରେ ନବରଙ୍ଗପୁର ଜିଲାପାଳ କଳା ତାଲିକା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।।    ସେ ଯାହାବି ହେଉ ଜନତା ଙ୍କୁ ଯାତାୟତ ପାଇଁ ବିକଳ୍ପ କିଏ ଦେବ ଏହି ବର୍ଷା ଦିନରେ ନା ସମୟ ଓ ଅର୍ଥ ଅଧିକ ବ୍ୟୟ କରି ଅନ୍ୟ ରାସ୍ତାରେ ଯିବାକୁ ବାଧ୍ୟ ହେବାକୁ ପଡିବ ଜନତା ଙ୍କୁ।

ଗୋବର୍ଦ୍ଧନ ସାହୁ , ତେନ୍ତୁଳିଖୁଣ୍ଟି

Related posts

ନିଆଁ ଲାଗି ଧାନଗଦା ନଷ୍ଟ

Sunil Chandra Nayak

ରାଇରଙ୍ଗପୁରରେ ଶ୍ରୀ ସତ୍ୟସାଇ ବାବାଙ୍କ ୯୮ତମ ଜନ୍ମ ଜୟନ୍ତୀ      

masiha

” ଓଡ଼ିଶାର ଅତ୍ୟନ୍ତ ପାରମ୍ପରିକ ଶୁଭ ପର୍ବ – ଅକ୍ଷୟ ତୃତୀୟା ” ଅକ୍ଷୟ ତୃତୀୟା ପର୍ବ ଉପଲକ୍ଷେ ସମସ୍ତଙ୍କୁ ବହୁତ ବହୁତ ଶୁଭେଚ୍ଛା

Sunil Chandra Nayak

Leave a Comment

error: Content is protected !!