ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ମନୋରଞ୍ଜନ

ଜୀ ସାର୍ଥକ ରେ ଅଗଷ୍ଟ ୬ ତାରିଖ ସନ୍ଧ୍ୟା ୬:୩୦ ରେ ଆସୁଛି ନୂଆ ଚଳଚ୍ଚିତ୍ର ‘ତୁମ ବିନା’

ଜୀ-ସାର୍ଥକରେ ଅଗଷ୍ଟ ୬ ତାରିଖ ରବିବାର ସନ୍ଧ୍ୟା ୬:୩୦ମି. ଆସୁଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ତୁମ ବିନା’ l ଓଡ଼ିଶାର ଲୋକପ୍ରିୟ ଅଭିନେତା ଶ୍ରୀତମ ଦାସ ଚଳଚ୍ଚିତ୍ର ‘ତୁମ ବିନା’ ର ନିର୍ଦ୍ଦେଶନା ତଥା ପ୍ରଯୋଜନା ଦାୟିତ୍ୱ ନେଇଥିବା ବେଳେ କାହାଣୀ ପରିକଳ୍ପନା କରିଛନ୍ତି ଜୀ ସାର୍ଥକ ଚିଫ୍ ଚାନେଲ ଅଫିସର ପ୍ରତୀକ ସିଲ୍ l

କଲେଜ୍ ସମୟରୁ ନିଶିଥ ଓ ଦୀପାଳିଙ୍କ ବନ୍ଧୁ ଓ ସମୟକ୍ରମେ ବନ୍ଧୁତ୍ଵରୁ ପ୍ରେମ ଓ ତା’ପରେ ବାହାଘର, ହେଲେ କାହାଣୀ ଏଠି ସରୁ ନାହିଁ ବରଂ ଆରମ୍ଭ ହୋଇଛି ଓ ସେହି ବାହାଘର ପାଇଁ ଦୁଇ ଜଣକୁ ଦେବାକୁ ପଡେ ବହୁମୂଲ୍ୟ । ଫିଲ୍ମର ନିର୍ଦ୍ଦେଶନା ତଥା ପ୍ରଯୋଜନା ସହିତ ମୁଖ୍ୟ ଚରିତ୍ରରେ ମଧ୍ୟ ଅଛନ୍ତି ଶ୍ରୀତମ ଦାସ l ଶ୍ରୀତମ ଙ୍କ ବନ୍ଧୁ ମାନେ ତାଙ୍କ ସ୍ତ୍ରୀ ଚରିତ୍ରରେ ଅଛନ୍ତି ଚୁଲବୁଲି ନାୟିକା ଲିପ୍ଶା ମିଶ୍ର ସହ କଳାକାର ଭାବେ ଉଷଶୀ ମିଶ୍ର ଓ ଶିଶୁ କଳାକାର ଲତାଶା।

ସମ୍ପୂର୍ଣ୍ଣ ଓଡିଆ ଘରର କାହାଣୀକୁ ନେଇ ତିଆରି ଏହି ଫିଲ୍ମକୁ ସଙ୍ଗୀତରେ ସଜାଇଛନ୍ତି ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ଗୁଡଲି ରଥ । ଗୀତଗୁଡିକୁ ଲେଖିଛନ୍ତି ସୂର୍ଯ୍ୟ ମହାପାତ୍ର ଓ ଗାଇଛନ୍ତି ଓଡିଆ ଫିଲ୍ମ ଜଗତର ଆଗଧାଡ଼ିର ଗାୟକ ହ୍ୟୁମାନ ସାଗର, ବିଷ୍ଣୁ ମୋହନ କବି, ଗାୟିକା ଲିପ୍ସା ମହାପାତ୍ର ଓ ଲିପାକ୍ଷୀ ଦାସ ।

ବନ୍ଧୁତ୍ଵରୁ ପ୍ରେମ, ପ୍ରେମରୁ ବାହାଘର ଓ ଖୁସିର ସଂସାର ମଧ୍ୟରେ ଆସିଛି ଗୋଟେ କୁନି ପରି ମାନେ ନିଶୀଥ ଓ ଦୀପାଳିଙ୍କ ଝିଅ ହୋଇଛି l ଘର ଖୁସିରେ ଭରିଯାଇଛି ହେଲେ ହଟାତ ଆସିଛି ଏକ ଅପ୍ରତ୍ୟାଶିତ ଝଡ଼ ଯାହା ପୁରା ସଂସାରକୁ ଓଲଟାଇ ଦେଇଛି । ନିଶୀଥ ନିଜର ଚାକିରି ହରାଇଛି ଓ ସାଙ୍ଗରେ ହରାଇଛି ନିଜ ଝିଅ ଓ ସ୍ତ୍ରୀକୁ ବି । ତେବେ କେମିତି ଓ କାହିଁକି ଚାକିରି ହରାଇଲା ନିଶୀଥ ? ଦୀପାଳି କଣ ନିଜ ପରିବାର ର ଦାୟିତ୍ୱ ନିଜ କାନ୍ଧରେ ଉଠାଇ ପାରିବ? ନିଶିଥ କଣ ଏହାକୁ ଗ୍ରହଣ କରିପାରିବେ? ଏମିତି ବହୁ ପ୍ରଶ୍ନର ଉତ୍ତର ନେଇ ଆସିବ ଫିଲ୍ମ ‘ତୁମ ବିନା’ ଅଗଷ୍ଟ ୬ ତାରିଖ ସନ୍ଧ୍ୟା ୬ .୩୦ମି ରେ କେବଳ ଜୀ-ସାର୍ଥକରେ । ଦର୍ଶକମାନଙ୍କ ଦ୍ବାରା ଚଳଚ୍ଚିତ୍ରଟି ନିଶ୍ଚୟ ଆଦୃତି ଲାଭ କରିବ ବୋଲି ଜୀ-ସାର୍ଥକ ପକ୍ଷରୁ ଆଶା ପ୍ରକଟ କରାଯାଇଛି ।

ଅମୃତ ନନ୍ଦ ଙ୍କ ରିପୋର୍ଟ୍ 

Related posts

ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଜୀ-ସାର୍ଥକ ପ୍ରସ୍ତୁତ ଚଳଚ୍ଚିତ୍ର “ଧୋକା” (ଦ ଗେମ୍‌ ଅଫ୍‌ ଲଭ୍‌)’ର ଅଡିଓ ଲୋକାର୍ପିତ

Sunil Chandra Nayak

ରାଜ୍ୟରୁ ଜାତୀୟ ସ୍ତରରେ ଖଡ଼ିଆଳ ଅଞ୍ଚଳର ଡ୍ୟାନ୍ସ ଶିକ୍ଷକ ଧର୍ମେଶଙ୍କ କମାଲ, ଡ୍ୟାନ୍ସରେ ଅନେକ ସଫଳତା

Sunil Chandra Nayak

ଭାରତର ଅଗ୍ରଣୀ ଓଡିଆ ମନୋରଞ୍ଜନ ଚ୍ଯାନେଲ ଜୀ-ସାର୍ଥକ ଲଞ୍ଚ କରିଛି ତା’ର ନୂତନ ଟ୍ୟାଗଲାଇନ୍ “ରଚିବା ନିତି କାଲିର ଭିତ୍ତି”

Leave a Comment

error: Content is protected !!