ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦାୟୀ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ନବରଙ୍ଗପୁର ୦୩. ୮ .୨୦୨୩ :(ମସିହା)ଦାୟିତ୍ୱ ହେଉଛି ଏକ ଆହ୍ୱାନ l ଖେଳୁଆଡ ମନୋଭାବ ନେଇ ଏହାର ସମ୍ମୁଖୀନ ହେବା ହେଉଛି ଏକ ଦାୟିତ୍ୱବାନ ଅଧିକାରୀଙ୍କ କର୍ତ୍ତବ୍ୟ l ସେଭଳି ଏକ ବ୍ୟକ୍ତିତ୍ୱର ଅଧିକାରୀ ହେଉଛନ୍ତି ବିଦାୟୀ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ l ନବରଙ୍ଗପୁର ସର୍କିଟ ହାଉସର ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟର କର୍ମଚାରୀଙ୍କ ଦ୍ୱାରା ବିଦାୟୀ ଅତିରିକ୍ତ ଜିଲ୍ଲାପାଳଙ୍କ ବିଦାୟ ସମ୍ବର୍ଦ୍ଧନା ସଭାରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର ମତପୋଷଣ କରିଥିଲେ l ଏହି ସଭାରେ ବିଦାୟୀ ଅଧିକାରୀ ଭାସ୍କର ରଇତଙ୍କ ସମେତ ଭାରପ୍ରାପ୍ତ ଉପଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ, ଡେପୁଟି କଲେକ୍ଟର ନିର୍ମଳ କୁମାର ନାୟକ ତଥା ରାଜସ୍ବ ଅମଲା ସଙ୍ଘ ର ରାଜ୍ଯ ସଭାପତି ତ୍ରିପତି ବାଲାଜୀ ସାହୁ ମଂଚାସୀନ ଥିଲେ l ଯେକୌଣସି କାର୍ଯ୍ୟ କରିବା ପାଇଁ ଦୃଢ଼ ଇଛା ଶକ୍ତି ଥିଲେ ମଣିଷ କୁ ସଫଳତାର ରାସ୍ତା ଆପେ ଆପେ ଦେଖାଯାଏ ବୋଲି ଶ୍ରୀ ବାଲାଜୀ ମତ ପ୍ରକାଶ କରିଥିଲେ l ସହକାରୀ ଜିଲ୍ଲାପାଳ ଆଶୁତୋଷ ପାତ୍ର, ଜିଲ୍ଲା ଜରୁରୀ କାଳୀନ ବିଭାଗ ର ଜିଲ୍ଲା ପ୍ରକଳ୍ପ ଅଧିକାରୀ ହିମାଂଶୁ ଶେଖର ପଟ୍ଟନାୟକ, ବରିଷ୍ଠ ରାଜସ୍ୱ ସହାୟକ ବିଜୟ କୁମାର ସାହୁ, ଜିତେନ୍ଦ୍ର ଚୌଧୁରୀ ପ୍ରମୁଖ ନିଜର ବକ୍ତବ୍ୟରେ ଶ୍ରୀ ରଇତଙ୍କ ପ୍ରଶାସନିକ ଦକ୍ଷତା ଏବଂ ବ୍ୟକ୍ତିତ୍ଵ ସମ୍ପର୍କରେ ଆଲୋଚନା କରିଥିଲେ l ଏହି ସଭାର ଅନ୍ୟ ମାନଙ୍କ ମଧ୍ୟରେ ଡେପୁଟି କଲେକ୍ଟର ସୁବ୍ରତ ବେହେରା, ପି ମନସ୍ମିତା , ସ୍ନିଗ୍ଧା ରାଣୀ ପଳେଇ, ବିନୋଦ କୁମାର ନାୟକ, ସଞ୍ଜୟ କୁମାର ବାନାର୍ଜୀ, ବିନାୟକ ଖାଡଙ୍ଗା ,ଅରୁଣ କୁମାର ବେହେରା, ରାମଚନ୍ଦ୍ର ରଘୁ ମଣ୍ଡଳ, ସୀତାରାମ ବେହେରା, ସୁବାସ ସାହୁ ପ୍ରମୁଖ ଉପସ୍ଥିତ ଥିଲେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଅଗ୍ନିକାଣ୍ଡରେ ବୃଦ୍ଧା ମା ଜୀବନ୍ତ ଦଗ୍ଧ,ଦୁଇ ଭାଇ ଗୁରୁତର ,ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡ଼ି ପାଉଁଶ 

ଆସନ୍ତା ୨୪ ତାରିଖରେ ବାଣପୁର ଐତିହାସିକ ପଲଟଣ ପଡ଼ିଆରେ ହେବାକୁ ଯାଉଛି ବିଶାଳ ସାଇ ଭଜନ ସନ୍ଧ୍ୟା

Sunil Chandra Nayak

ରାଜ୍ୟ ସ୍ତରୀୟ ଜନଜାତୀୟ ଗୌରବ ଦିବସ ରାଉରକେଲାରେ ଅନୁଷ୍ଠିତ, ଯୋଗଦେଲେ ମୁଖ୍ୟମନ୍ତ୍ରୀ

Sunil Chandra Nayak

Leave a Comment

error: Content is protected !!