ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଭିନ୍ନ ଦାବୀ ନେଇ ଧର୍ମଗଡ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡ଼େରେସନ ଧର୍ମଗଡ ବ୍ଲକ ପକ୍ଷରୁ ବିକ୍ଷୋଭ ଓ ଶୋଭାଯାତ୍ରା

ଧର୍ମଗଡ ଗୋଷ୍ଟୀ ଶିକ୍ଷାଧିକାରୀ ଙ୍କ ଜରିଆରେ ଏକ ଦାବୀ ପତ୍ର ପ୍ରଦାନ….

ବିଭିନ୍ନ ଦାବୀ ନେଇ ଧର୍ମଗଡ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡ଼େରେସନ ଧର୍ମଗଡ ବ୍ଲକ ପକ୍ଷରୁ ଆଜି ଧର୍ମଗଡ ଗୋଷ୍ଟୀ ଶିକ୍ଷାଧିକାରୀ ଙ୍କ ଜରିଆରେ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି। ପ୍ରାଥମିକ ଶିକ୍ଷକ ସଂଘର ଧର୍ମଗଡ ବ୍ଲକ ସଭାପତି କ୍ଷେତ୍ର ମୋହନ ମାଝୀ ଓ ସଂପାଦକ ଆଶିଷ ପ୍ରଧାନୀ, ଉପ ସଭାପତି ବେଣୁଧର ନାଏକ, ଉପ ସଭାନେତ୍ରୀ ରାଜକୁମାରୀ ନାଏକ, କୋଷାଧ୍ୟକ୍ଷ ଲୋକେଶ୍ୱର୍ ପାରି, ମିଡିଆ ସେଲ ର ସଂଯୋଜକ ରାଜେନ୍ଦ୍ର କୁମାର ଦୂରିଆ, ପଦ୍ମଲୋଚନ ନାଏକ ପ୍ରମୁଖଙ୍କ ନେତୃତ୍ୱ ରେ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ସମସ୍ତ ବର୍ଗର ଶତାଧିକ ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଏକ ଶୋଭାଯାତ୍ରାରେ ବାହାରି ତାଙ୍କର ବିଭିନ୍ନ ଦାବି ସଂପର୍କିତ ସ୍ଲୋଗାନ ଦେଇ ସହର ପରିକ୍ରମା କରି ବିଭିନ୍ନ ସମସ୍ୟା ସମ୍ମିଳିତ ଏକ ଦାବୀପତ୍ର ମୂଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ।

ସୂଚନାଯୋଗ୍ୟ ଯେ,ନିଖେଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡ଼େରେସନ ଗତ ୨୦୨୨ ନଭେମ୍ବର ମାସ ୨୭ ତାରିଖରେ ରାଜ୍ୟରେ ଏକ ଲକ୍ଷରୁ ଉର୍ଦ୍ଧ୍ବ ପ୍ରାଥମିକ ଶିକ୍ଷକ ନିମ୍ନଲିଖତ ଦାବୀ ହାସଲ ନିମନ୍ତେ ଆନ୍ଦୋଳନ କରିଥିଲେ । ତତ୍କାଳୀନ ମାନନୀୟ ମୁଖ୍ୟ ଶାସନ ସଚୀବଙ୍କ ପତ୍ର ସଂଖ୍ୟା ୧୦୯ ସି.ଏସ ୩୦.୧୧.୨୦୨୨ରିଖ ଅନୁଯାୟୀ ଶିକ୍ଷକ ପ୍ରତିନିଧି ମାନଙ୍କ ସହିତ ଆଲୋଚନା କରି ଦାବୀ ଗୁଡ଼ିକ ପୂରଣ କରିବା ପାଇଁ ଲିଖୁତ ପ୍ରତିଶୃତି ଦେଇଥିଲେ । କିନ୍ତୁ ଦୁଃଖ ଓ ପରିତାପର ବିଷୟ ଆଜକୁ ଆଠ ମାସରୁ ଉର୍ଦ୍ଧ୍ବ ସମୟ ବିତିଯାଇଥିଲେ ମଧ୍ୟ ପ୍ରାଥମିକ ଶିକ୍ଷକମାନଙ୍କର କରାଯାଇଥିବା ଦାବୀଏଯାବତ୍ ପୂରଣ କରାଯାଇ ନାହିଁ ।

ଉକ୍ତ ଦାବୀ ସମୂହକୁ ମୂଖ୍ୟମନ୍ତ୍ରୀ ବିଚାରକୁ ନେଇ ଦାବୀ ପୂରଣ କରିବା ଦିଗରେ ପଦକ୍ଷେପ ନେବାକୁ ବିନମ୍ର ନିବେଦନ କରୁଛୁ ନଚେତ୍ ଆସନ୍ତା ଅଗଷ୍ଟ ୧୬ ତାରିଖରୁ ଓଡ଼ିଶାର ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକମାନେ ସମୂହ ଛୁଟିରେ ରହି କାର୍ଯ୍ୟ ବନ୍ଦ ଆନ୍ଦୋଳନରେ ସାମିଲ ହେବାକୁ ବାଧ୍ୟ ହେବୁ ବୋଲି ଉକ୍ତ ଦାବୀ ପତ୍ରରେ ଉଲ୍ଲେଖ କରାଯାଇଛି।

ଏହା ସହ ମୁଖ୍ୟମନ୍ତ୍ରୀ ରାଜ୍ୟର ଠିକା ନିଯୁକ୍ତି ଉଚ୍ଛେଦ କରିଥିବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ କାର୍ଯ୍ୟରତ କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ କରିବା ସହିତ ଶିକ୍ଷା କର୍ମୀ ଓ ଶିକ୍ଷା ସହାୟକଙ୍କ ଠିକା କାର୍ଯ୍ୟକାଳକୁ ନେସନାଲ ଇନକ୍ରୀମେଣ୍ଟ୍‌ ପ୍ରଦାନ କରି ମୂଳ ଚାକିରୀରେ ଗଣନା କରିବା ସହିତ ଏକ୍ସ କ୍ୟାତର ଶିକ୍ଷକଙ୍କୁ କ୍ୟାଡ଼ର ଭୁକ୍ତ କରାଯିବା, କଳା ଓ କ୍ରୀଡ଼ା ଶିକ୍ଷକମାନଙ୍କୁ ନିୟମିତ ଶିକ୍ଷକର ମାନ୍ୟତା ପ୍ରଦାନ କରାଯିବା,ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକମାନଙ୍କୁ କେନ୍ଦ୍ରୀୟ ହାରରେ ବେତନ (ମୂଳ ବେତନ ଲେଭେଲ୍ ୯ ଗ୍ରେଡ ପେ ୪୨୦୦ ଅନୁଯାୟୀ) ପ୍ରଦାନ କରାଯିବା ସହ ନୂତନ ପେନ୍‌ସନ୍‌ ପ୍ରଥା ଉଚ୍ଛେଦ କରି ପୁରୁଣା ପେନ୍‌ସନ୍ ବ୍ୟବସ୍ଥା ପୁନଃ ପ୍ରଚଳନ କାରାଯାଉ ବୋଲି ନିଖେଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡ଼େରେସନ ପକ୍ଷରୁ ଦାବୀ କରାଯାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ରାଷ୍ଟ୍ରୀୟ ପ୍ରବାସୀ ଭାରତୀୟ ଦିବସରେ ଯୋଗଦେବେ ଅଭିଭକ୍ତ କୋରାପୁଟ ଜିଲ୍ଲାର ମହେନ୍ଦ୍ର ?

Sunil Chandra Nayak

ଆଇନ ମହାବିଦ୍ୟାଳୟରେ ଆନ୍ତର୍ଜାତିକ ପ୍ରାଥମିକ ଚିକିତ୍ସା ଦିବସ ପାଳନ 

masiha

ଗୁରୁ ଦିବସ ରେ କାମାକ୍ଷାନଗର ମହାବିଦ୍ୟାଳୟ ଓ ମୋ ସ୍କୁଲ ଅଭିଯାନ ତରଫ ରୁ ବୃକ୍ଷ ରୋପଣ

masiha

Leave a Comment

error: Content is protected !!