ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ୩ ଦଫା ଦାବିପତ୍ର

ଜୁନାଗଡ଼,୫/୮(ମ ନି ସ)ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେଶନ ର ଆହ୍ଵାନ କ୍ରମେ ଜୁନାଗଡ଼ ବ୍ଲଜ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ତିନି ଦଫା ଦାବିପତ୍ର ସ୍ଥାନୀୟ ବି ଇ ଓ ଙ୍କୁ ଦିଆଯାଇଛି l ଦାବୀ ଗୁଡ଼ିକ ମଧ୍ୟରେ ଠିକା ନିଯୁକ୍ତି ଉଛେଦ କରିଥିବା ରୁ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ରେ କାର୍ଯ୍ୟ ରତ କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ କରିବା ସହିତ ଶିକ୍ଷା କର୍ମୀ ଓ ଶିକ୍ଷା ସହାୟକ ଙ୍କ ଠିକା କାର୍ଯ୍ୟକାଳ କୁ ନୋସନଲ ଇଂକ୍ରିମେଣ୍ଟ ପ୍ରଦାନ କରି ମୂଳ ଚାକିରୀ ରେ ଗଣନା କରିବା ସହିତ ଏକ୍ସ କେଡର ଶିକ୍ଷକ ଙ୍କୁ କେଡର ଭୁକ୍ତ କରିବା। କଳା ଓ କ୍ରୀଡା ଶିକ୍ଷକ ମାନଙ୍କୁ ନିୟମିତ ଶିକ୍ଷକ ର ମାନ୍ୟତା ପ୍ରଦାନ କରିବା,ଦ୍ୱିତୀୟ ରେ ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ମାନଙ୍କୁ କେନ୍ଦ୍ରୀୟ ହାର ରେ ମୂଳ ବେତନ ଲେବେଲ ନବମ ଗ୍ରେଡ଼ ପେ ୪୨୦୦ ଅନୁଯାୟୀ ପ୍ରଦାନ କରିବା । ତୃତୀୟ ରେ ନୂତନ ପେନସନ ପ୍ରଥା ଉଛେଦ କରି ପୁରୁଣା ପେନସନ ପ୍ରଥା ପ୍ରଚଳନ କରିବା ନେଇ ଦାବିପତ୍ର ପ୍ରଦାନ କରାଯାଇଥିଲା l ଏହି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସଭାପତି ସରୋଜ ପଣ୍ଡାଙ୍କ ନେତୃତ୍ୱରେ ଜୁନାଗଡ଼ ଆର ଏମ ସି ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହ ଜୁନାଗଡ଼ ବି ଇ ଓ ଙ୍କୁ୩ଦଫା ଦାବିପତ୍ର ପ୍ରଦାନ କରିଛନ୍ତି l ଆସନ୍ତା୧୧ତାରିଖ ଦିନ ପୁଣି ଥରେ ଜିଲ୍ଲାର ସମସ୍ତ ଶିକ୍ଷକ୩ଦଫା ଦାବି ନେଇ ଜିଲ୍ଲା ଶିକ୍ଷାଧିକାରୀ ଙ୍କୁ ଭେଟିବେ ଏବଂ୧୫ତାରିଖ ପର୍ଯ୍ୟନ୍ତ ସରକାର ଙ୍କ ଆଦେଶ କୁ ଜଗି୧୬ତାରିଖ ମଧ୍ୟରେ ସରକାର ଦାବି ପୂରଣ ନ କଲେ ସମସ୍ତ ଶିକ୍ଷକ ସାମୁହିକ ଛୁଟି ନେଇ ଶିକ୍ଷକ ମାନେ ସ୍କୁଲ ରେ ତାଲା ପକାଇ ତୀବ୍ର ଆନ୍ଦୋଳନ କରିବାର ଚେତାବନୀ ଦେଇଛନ୍ତି lଏହି କାର୍ଯ୍ୟକ୍ରମ ରେ ସଂଘର ସମ୍ପାଦକ ଶାନ୍ତନୁ ମାଝୀ, ଲଳିତ ନେଗି, ରାଜେଶ କୁମାର ସେଠ,ନମିତା ଦାସ,ସୁନିତା ଆଚାରି, ରମେଶ ରାଉତ, ସମରେନ୍ଦ୍ର ଦାସ, ନିଲାଞ୍ଚଳ ନାଗ, ସୌମ୍ୟ ରାଉତ ପ୍ରମୁଖ ସକ୍ରିୟ ଭାବେ ସାମିଲ ଥିଲେ।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ଲଗାଣ ବର୍ଷା ରେ ହାଜାମ ଙ୍କ ଘର ଭାଙ୍ଗିଲା 

Sunil Chandra Nayak

ନୂଆପଡ଼ା ଖୁଣ୍ଟିଆ ଭବନ ଠାରେ ପିସିସି କଂଗ୍ରେସ ମିଡ଼ିଆ ସେଲ ପକ୍ଷ ରୁ ସାମ୍ବାଦିକ ସମ୍ମିଳନୀ 

Sunil Chandra Nayak

ବାଲୁକେଶ୍ୱର ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ 

masiha

Leave a Comment

error: Content is protected !!