ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶୋଭାଯାତ୍ରା ସହ ବିଇଓଙ୍କୁ ଦାବିପତ୍ର ଦେଲେ ପ୍ରାଥମିକ ଶିକ୍ଷକ , ପୂରଣ ନହେଲେ କାର୍ଯ୍ୟବନ୍ଦ ଆନ୍ଦୋଳନ

ଲାଞ୍ଜିଗଡ଼, ୫।୮: ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମହାସଂଘ (ଏୟୁପିଟିଏଫ୍)ର ଆହ୍ୱାନ କ୍ରମେ ଲାଞ୍ଜିଗଡ଼ ବ୍ଲକର ସମସ୍ତ ବର୍ଗର ଶିକ୍ଷକମାନଙ୍କ ପକ୍ଷରୁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ବିଶ୍ଵନାଥପୁର ଡାକ୍ତରଖାନା ନିକଟରୁ ଶିକ୍ଷକ ଶିକ୍ଷୟିତ୍ରୀ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟକୁ ଯାଇଥିଲେ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତିନି ଦଫା ଦାବିପତ୍ର ପ୍ରଦାନ କରିଥିଲେ। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅନୁପସ୍ଥିତିରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଢଳଦେବ ମୁଣ୍ଡ ଓ ଦ୍ରୋଣ ରଣା ଦାବିପତ୍ର ଗ୍ରହଣ କରିଥିଲେ। ଦାବିଗୁଡ଼ିକ ମଧ୍ୟରେ ରାଜ୍ୟର ଠିକା ନିଯୁକ୍ତି ଉଚ୍ଛେଦ ହୋଇଥିବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ କାର୍ଯ୍ୟରତ କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରିବା ସହିତ ଶିକ୍ଷାକର୍ମୀ ଓ ଶିକ୍ଷା ସହାୟକଙ୍କ ଠିକା କାର୍ଯ୍ୟକାଳକୁ ନୋସନାଲ ଇନକ୍ରିମେଣ୍ଟ ପ୍ରଦାନ କରି ମୂଳ ଚାକିରିରେ ଗଣନା କରିବା, ଏକ୍ସକେଡର ଶିକ୍ଷକମାନଙ୍କୁ କେଡରଭୁକ୍ତ କରି ଟ୍ରେଜେରୀ ମାଧ୍ୟମରେ ଦରମା ପ୍ରଦାନ କରାଯିବା, ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକମାନଙ୍କୁ ମୂଳ ବେତନ ଲେଭେଲ୍ ୯ ଗ୍ରେଡ୍‌ ପେ ୪୨୦୦ ଅନୁଯାୟୀ କେନ୍ଦ୍ରୀୟ ହାରରେ ବେତନ ପ୍ରଦାନ, ନୂତନ ପେନସନ ପ୍ରଥା ଉଚ୍ଛେଦ କରି ପୁରୁଣା ପେନସନ ବ୍ୟବସ୍ଥା ପୁନଃପ୍ରଚଳନ କରାଯିବା ଆଦି ରହିଛି। ୧୬ ଅଗଷ୍ଟ ପୂର୍ବରୁ ସରକାର ଶିକ୍ଷକଙ୍କ ନ୍ୟାଯ୍ୟ ଦାବି ବିଷୟରେ କିଛି ପଦକ୍ଷେପ ନ ନେଲେ ସେଦିନଠାରୁ ସାମୂହିକ ଛୁଟି ନେଇ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିରେ ଲାଞ୍ଜିଗଡ଼ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ (ଏୟୁପିଟିଏଫ୍)ର ସଭାପତି ଦୁଃଶାସନ ଦାଶ, ଉପ-ସଭାପତି ଏମ୍.ଏସ୍. ଶେଖର, ଉପ-ସଭାନେତ୍ରୀ ମିନତୀ ରାଉତ, ସଂପାଦକ ପ୍ରମୋଦ କୁମାର ମହାନ୍ତି, ଜିଲ୍ଲା କୋଷାଧ୍ୟକ୍ଷ ଶିବପ୍ରସାଦ ଦାଶ, ବ୍ଲକ ସଂଯୋଜକ ତପନ କୁମାର ଭୋଇ, କୋଷାଧ୍ୟକ୍ଷ ଜିତେନ୍ଦ୍ର ନାୟକ, ଯୁଗ୍ମ ସମ୍ପାଦକ ଚନ୍ଦନ ସାହୁ, ରତ୍ନାକର ଦୋରା, ସୌଭାଗ୍ୟ ରଞ୍ଜନ ସାହୁ, ମାନସ ବିଶି, ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ଚିନ୍ତାମଣି ବିଶ୍ୱାଳ, ମହେଶ୍ଵର ନାଏକ, ଲକ୍ଷ୍ମଣ ବିଶ୍ୱାଳ, କାର୍ଯ୍ୟନିର୍ବାହୀ ମଣ୍ଡଳୀ ସଦସ୍ୟ ପ୍ରବୀଣ କୁମାର ତାଣ୍ଡି, ପ୍ରକାଶ ଚନ୍ଦ୍ର ପଧାନ, ଭବାନୀଶଙ୍କର ବାରିକ, ମୋନାଲିସା ଜେନା, କାଦମ୍ବିନୀ ମହାପାତ୍ର, ମୀନକେତନ ତାଣ୍ଡି, ରତିକାନ୍ତ ସେଠୀ, ବହୁଭାଷୀ ଶିକ୍ଷକ ସଂଘର ଜିଲ୍ଲା ସଭାପତି ଜଳନ୍ଧର ମାଝୀଙ୍କ ସମେତ ଲାଞ୍ଜିଗଡ଼ ବ୍ଲକର ତିନିଶହରୁ ଉର୍ଦ୍ଧ୍ବ ଶିକ୍ଷକ ଶିକ୍ଷୟିତ୍ରୀ ସାମିଲ ହୋଇଥିଲେ।

ଲାଞ୍ଜିଗଡ ବ୍ଲକ ରୁ ସନ୍ତୋଷ କୁମାର ତୁଳ ଙ୍କ ରିପୋର୍ଟ,

Related posts

ଦୁଇ ଦିନିଆ ମାଗଣା ମିଲିଟାରୀ ଓ ପୋଲିସ ପ୍ରଶିକ୍ଷଣ ଶିବିର 

Sunil Chandra Nayak

ଲମତାପୁଟରେ ମିଳିତ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

Sunil Chandra Nayak

ଭାପୁର ଫାଣ୍ଡିକୁ ପୋଲିସ ଷ୍ଟେସନ କରିବା ଯୋଜନା ନାଲି ଫିତା ତଳେ 

Sunil Chandra Nayak

Leave a Comment

error: Content is protected !!