ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୁରୁକୃପା ଡିଗ୍ରୀ କଲେଜ ଉଦ୍ଦଘାଟନ

ରାଇଘର (କିରଣ ପଟ୍ଟନାୟକ )୫/୮ ନବରଙ୍ଗପୁର ଜିଲ୍ଲା ରାଇଘର ମୁଖ୍ୟ ଦପ୍ତର ଠାରେ ଆଜି ଗୁରୁକୃପା ଏଜୁକେସନାଲ୍‌ ଟ୍ରଷ୍ଟ ପକ୍ଷରୁ ଡିଗ୍ରୀ କଲେଜର ଶୁଭ ଉଦ୍ଦଘାଟନ ହୋଇ ଯାଇଛି l ଏହି ଅବସରରେ ମୁଖ୍ୟଅତିଥି ଭାବେ ନବରଙ୍ଗପୁର ଏମ୍ ପି ରମେଶ ଚନ୍ଦ୍ର ମାଝୀ ଯୋଗ ଦେଇଥିବା ବେଳେ ସମ୍ମାନନୀୟ ଅତିଥି ଭାବେ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ , ନବରଙ୍ଗପୁର ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଉପେନ୍ଦ୍ର ଗଣ୍ଡ, କେବିକେ ଉପଦେଷ୍ଟା ଶୁକଦେବ ଗଣ୍ଡ , ପୂର୍ବତନ ବିଧାୟକ ସୁବାଷ ଗଣ୍ଡ , ସ୍ଥାନୀୟ ବ୍ଲକ ଅଧ୍ୟକ୍ଷା ନବୀନା ନାୟକ , ଉପାଧ୍ୟକ୍ଷ ଗୁପ୍ତ ପ୍ରସାଦ ଝାଙ୍କର , ଜିଲ୍ଲାପରିଷଦ ସଭ୍ୟ ଯତୀନ୍ଦ୍ର ଗଣ୍ଡ , ପୂର୍ବତନ ଉମରକୋଟ ବିଜ୍ଞାପିତ ପରିଷଦ ଅଧ୍ୟକ୍ଷ ଝାଡେଶ୍ବୋର ମହାନ୍ତି , ସରପଞ୍ଚ ଲମ୍ବୋଦର ମାଝୀ, ଗୁରୁକୃପା ଟ୍ରଷ୍ଟ ପରିଚାଳନା ନିର୍ଦ୍ଦେଶକ ମୋନଜ ପାଢୀ ଓ ସମ୍ପାଦିକା ସାଗରିକା ପଟ୍ଟନାୟକ ପ୍ରମୂଖ ମଞ୍ଚାସିନ ଥିଲେ | ଏହିି ଉଦ୍ଦଘାଟନୀ ଉତ୍ସବରେ ଏକ ସଭାର ଆୟୋଜନ କରାଯାଇଥିବା ବେଳେ ଚନ୍ଦନା ମଲ୍ଲିକ ମଂଚ ପରିଚାଳନା କରିଥିଲେ | ସଭା ପ୍ରଥମରେ ଡିଗ୍ରୀ କଲେଜର ଉଦ୍ଦେଶ୍ୟ ଓ ଆଭିମୁଖ୍ୟକୁ ନେଇ ଅନୁଷ୍ଠାନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଥିଲା | ସ୍ଥାନୀୟ ବ୍ଲକରେ ମାଧ୍ୟମିକ ଶିକ୍ଷା ପରେ ବାହାର ବ୍ଲକ ତଥା ଉମରକୋଟ,ଡାବୁଗାଁ,ନବରଙ୍ଗପୁର କୁ +୩ ପଢିବା ସହ ଅଧୟନ ପାଇଁ ବାହାର ଜିଲ୍ଲାକୁ ପିଲାମାନେ ପାଠ ପଢ଼ିବାକୁ ଯିବାକୁ ପଡୁଥିଲା l ଏବେ ଏହିି କଲେଜର ପ୍ରତିଷ୍ଠା ହେବା ପରେ ପିଲାମାନଙ୍କୁ ବାହାରକୁ ଆଉ ଯିବାକୁ ପଡ଼ିବ ନାହିଁ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ l ଏଥି ସହ ବାଳିକା ମାନଙ୍କ ଖେତ୍ରରେ ବାହାରକୁ +୩ ପଢିବା ପାଇଁ କୌଣସି ପ୍ରକାର ସୁବିଧା ନୋ ପାଉଥିବାରୁ ଅନେକ ପିଲା +୨ ପଢି ଉଚ୍ଚ ଶିକ୍ଷା ପାଇଁ ଆଗ୍ରହ ରହୁ ଥିଲେ ମଧ୍ୟ ଅଧାରୁ ପାଠ ଛାଡିବାକୁ ବାଧ୍ୟ ହେଉଥିଲେ ଏହି କଲେଜ ହେବା ଦ୍ବାରା ପିଲା ମାନେ ଉଚ୍ଚ ଶିକ୍ଷା ରୁ ବଞ୍ଚିତ ହେବେ ନାହିଁ ବୋଲି ମୁଖ୍ୟ ଅତିଥି ମତବ୍ୟକ୍ତ କରିଥିଲେ l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

କଟକ ସଦର ମାଟିରେ ଯୁବନେତା ଇଂ.ପ୍ରକାଶ ଚନ୍ଦ୍ର ସେଠୀଙ୍କ ନେତୃତ୍ୱରେ “ଗାଁ କୁ ଚାଲ ଅଭିଯାନ”ର ସଫଳ ଯାତ୍ର।

masiha

ଶ୍ରୁତି ଭବନରେ ବାଳ ସଂସ୍କାର କାର୍ଯ୍ୟକ୍ରମ

Sunil Chandra Nayak

ଘଟଗାଁ ମା’ ତାରିଣୀ ପିଠିରେ “ଓଡିଶା ବ୍ରାହ୍ମଣ ମହାସଂଘ” ର ରାଜ୍ଯ କାର୍ଯ୍ଯକାରିଣୀ ପରିଷଦ ବୈଠକ 

Sunil Chandra Nayak

Leave a Comment

error: Content is protected !!