ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ସ୍ୱାମୀ-ସ୍ତ୍ରୀ ମଧ୍ୟରେ କଳହ ନେଲା ଜୀବନ

 ମୟୂରଭଞ୍ଜ-1,5/8 ( ମସିହା) ପାରିବାରିକ ଜୀବନରେ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ କଳହ ନେଲା ସ୍ୱାମୀଙ୍କ ଜୀବନ l ଏଭଳି ଅଭାନୀୟ ଘଟଣା ଘଟିଛି ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଭୁଟକାବାଦୀ ପଞ୍ଚାୟତର ଘୁଙ୍ଗୁପାହାଡି ଗ୍ରାମରେ l ପୋଲିସ ସୂତ୍ରରୁ ମିଳିଥବା ସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ ସାଦ ଗୋଡ଼ସୋରାଙ୍କ ପୁଅ ସୋମା ଗୋଡ଼ସରା(38) ଓ ତାଙ୍କ ସ୍ତ୍ରୀ ସହିତ (ସ୍ୱାମୀସ୍ତ୍ରୀ) ପାଟିତୁଣ୍ଡ ହୋଇଥିଲା l ପରେ ରାତିରେ ସମସ୍ତେ ଖାଇପିଇ ଶୋଇଲା ପରେ ଘରଠାରୁ କିଛି ଦୂରରେ ଥିବା ଏକ ଗଛରେ ନିଜ ବେକରେ ରଶି ଲଗାଇ ସୋମା ଆତ୍ମହତ୍ୟା କରିଥିଲେ l ଏ ସମ୍ପର୍କରେ ଭୁଟକାବାଦୀ ସରପଞ୍ଚ ଥାନାକୁ ସୂଚନା ଦେବା ପରେ ପୋଲିସ ଘଟଣା ସ୍ଥଳରୁ ଶବକୁ ଉଦ୍ଧାର କରି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଲୟରେ ବ୍ୟବଚ୍ଛେଦ କରାଇ ତାଙ୍କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି l ଏ ସମ୍ପର୍କରେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନାରେ 12/2023 ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି l

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଅଜଣା ଗାଡି ଧକ୍କାରେ ସାଇକେଲ ଚଳାକର ମୃତ୍ୟୁ

masiha

ମହିଳାଙ୍କ ଝୁଲନ୍ତା ଶବ ପୋଲିସ ଦ୍ବାରା ଉଦ୍ଧାର 

masiha

ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ: ହତ୍ୟା ନା ଦୁର୍ଘଟଣା ? ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ 

masiha

Leave a Comment

error: Content is protected !!