ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ନିଖୋଜ ନାବାଳକର ମୃତଦେହ ବଡବନ୍ଧରୁ ମିଳିଲା; ଵଡବନ୍ଧ ଲୋକାରଣ୍ଯ

ନିଖୋଜ ନାବାଳକର ମୃତଦେହ ବଡବନ୍ଧରୁ ମିଳିଲା; ଵଡବନ୍ଧ ଲୋକାରଣ୍ଯ

ରାଇରଙ୍ଗପୁର – ୧୮/୦୫ —  ରାଇରଙ୍ଗପୁର ସହରର ବହୁ ଆକର୍ଷଣୀୟ ଵୃହତ ଜଳାଶୟ ବଡବନ୍ଧୁରୁ ନିଖୋଜ ନାବାଳକ ଛାତ୍ରର ମୃତଦେହ ଉଦ୍ଧାର ।ସୂଚନାଯୋଗ୍ୟ ରାଇରଙ୍ଗପୁର ସହରର ମୁର୍ମୁ ଛକ ନିକଟସ୍ଥ ଏକ ଘରୋଇ ମେସରେ କିଛି ଛାତ୍ରଛାତ୍ରୀ ରହି ପଢ଼ାପଢ଼ି କରୁଥିଲେ ।ଗତକାଲି ସେହି ମେସର ୮ ମ ଶ୍ରେଣୀ ପଢୁଥିବା ଛାତ୍ର ସୁଵାସିସ ଗୋଇପାଇ(୧୩) ଗତକାଲି ଅପରାହ୍ନ ୩ ଟା ବେଳୁ କୂଆଡେ ଚାଲିଯାଇଥିଲେ ।ମେସକୁ ନ ଫେରିବାରୁ ମେସର କତୃପକ୍ଷ ଏହାକୁ ନେଇ ରାଇରଙ୍ଗପୁର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।ଆଜି ଅପରାହ୍ନ ୪.୩୦ ଟା ବେଳେ ଜାତୀୟ ରାଜପଥ ୨୨୦ ନମ୍ବରକୁ ଲାଗିଥିବା ବଡବନ୍ଧ ବୃହତ ଜଳାଶୟରୁ ଏକ ମୃତଦେହ ଭାସୁଥିବା ଲକ୍ଷ୍ୟ କରି ଥାନାକୁ ଖବର ଦେଇଥିଲେ ।ମୃତଦେହକୁ ଉଦ୍ଧାର କରାଯାଇଥିଲା ।ପିଲାଟି ପେଣ୍ଟ ସାର୍ଟ ପିନ୍ଧିଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।ମୃତ ପିଲାର ବାପ ମାଆ ନିଜ ପୁଅକୁ ହରାଇ କାନ୍ଦ ବୋବାଳିରେ ବଡବନ୍ଧ ଉଠୁଛି ପଡୁଛି ।ଲୋକାରଣ୍ୟ ହୋଇ ଉଠିଛି ବଡବନ୍ଧ ।ସମସ୍ତଙ୍କ ମୁହଁରେ ଗୋଟିଏ କଥା ପିଲାଟି କେମିତି ପୋଖରୀରେ ବୁଡିଲା ! ପୋଷ୍ଟମୋର୍ଟମ ରିପୋର୍ଟ ପ୍ରକାଶ ପାଇଲେ ଅସଲି ତଥ୍ୟ ପଦାକୁ ଆସିବ । ରହୁଥିବା ଘରୋଇ ମେସର ୫୦ ଫୁଟ ଦୂରରେ ରାସ୍ତା ଅପର ପାର୍ଶ୍ୱରେ ବଡବନ୍ଧ ।ମୃତ ପିଲାଟିର ଘର ତିରିଂ ଥାନା ଅନ୍ତର୍ଗତ ଦେଓଗାମ୍ ।ବାପାଙ୍କ ନାମ ଗାର୍ଦି ଗଇପାଇ ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

Related posts

ଡାବୁଗାଁ ହାଟରୁ ୨୮ ଲକ୍ଷ ୬୦ ହଜାର ଟଙ୍କା ଡକାୟତି ନେଇ ଥାନାରେ ଏତଲା

masiha

ବନବିଭାଗ ଓ ପୋଲିସର ମିଳିତ ଚଢାଉ/ ଶାଳ ଓ ଶାଗୁଆନ କାଠ ଜବତ, ୧ ଅଟକ

Sunil Chandra Nayak

ରାଇରଙ୍ଗପୁର କୋର୍ଟ! ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ 

masiha

Leave a Comment

error: Content is protected !!