ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍ ପକ୍ଷରୁ , ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ମାନକ ଦାବି ପୂରଣ ନିମନ୍ତେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଦାବି ପତ୍ର

କାମାକ୍ଷାନଗର (ମନିସ )5/8/23 // ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ସହ ଅଧିକାରୀ ବିଶେଶ୍ୱର ମିଶ୍ରଙ୍କୁ କଙ୍କଡ଼ାହାଡ଼ ବ୍ଲକର ସମସ୍ତ ଶିକ୍ଷକ ଏକତ୍ରିତ ହୋଇ ଏକ ଦାବିପତ୍ର କରିଛନ୍ତି। ଦାବି ପତ୍ର ଦେବାର ଉଦେଶ୍ୟ ନିଖିଳ ପ୍ରାଥମିକ ଶିକ୍ଷକ ଫେଡେରେସନ ପକ୍ଷରୁ ଗଲା 2022 ନଭେମ୍ବର ମାସ 27 ତାରିଖରେ ରାଜ୍ୟରେ ଏକ ଲକ୍ଷ୍ୟରୁ ଉର୍ଦ୍ଧ ପ୍ରାଥମିକ ଶିକ୍ଷକ ଆନ୍ଦୋଳନ କରି ଥିଲେ। କିନ୍ତୁ ବଡ ଦୁଃଖର ବିଷୟ ମୁଖ୍ୟ ଶାସନ ସଚିବ ଶିକ୍ଷକ ମାନକ ସହିତ ବସି ଆଲୋଚନା କରିବା ସହିତ ପ୍ରତିଶ୍ରୁତି ଦେଇ ଥିଲେ। କିନ୍ତୁ ବଡ ଦୁଃଖର ବିଷୟ ଆଜକୁ ଆଠ ମାସରୁ ଉର୍ଦ୍ଧ ବିତି ଯାଇଥିଲେ ମଧ୍ୟ ପ୍ରାଥମିକ ଶିକ୍ଷକ ମାନକର ନିମ୍ନ ଲିଖିତ ଦାବି ଏପର୍ଯ୍ୟନ୍ତ ପୁରଣ କରାଯାଇ ନାହିଁ। ଏଣୁ ଦୁଃଖ ଏବଂ ବଡ ପରିତାପର ବିଷୟ ଦାବି ସମୂହକୁ ବିଚାରକୁ ନେଇ ସରକାର ଦାବି ପୂରଣ କରିବା ଦିଗରେ ପଦକ୍ଷେପ ନେବା ପାଇଁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ଯଦି ଏହି ଦାବି ଗୁଡ଼ିକ ରାଜ୍ୟସରକାର ପୂରଣ ନ କରନ୍ତି ତାହେଲେ ଆସନ୍ତା ଅଗଷ୍ଟ ମାସ 16 ତାରିଖରୁ ଓଡ଼ିଶାର ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ମାନେ ସମୂହ ଛୁଟିରେ ରହି ଆନ୍ଦୋଳନରେ ସାମିଲ ହେବେ ବୋଲି ଚେତାବନୀ ଦେଇଛନ୍ତି। ସେମାନଙ୍କ ଦାବି ଗୁଡ଼ିକ ହେଲା –

1. ରାଜ୍ୟରେ ଠିକା ନିଯୁକ୍ତି ଉଚ୍ଛେଦ କରିଥିବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କାର୍ଯ୍ୟରତ କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ କରିବା ସହିତ ଶିକ୍ଷା କର୍ମୀ ଓ ଶିକ୍ଷା ସହାୟକ ଠିକା କର୍ଯ୍ୟକାଳକୁ ନେସନାଲ ଇନକ୍ରିମେଣ୍ଟ ପ୍ରଦାନ କରି ମୂଳ ଚାକିରିରେ ଗଣନା କରିବା ସହିତ ଏକ୍ସ କ୍ୟାଡ଼ର ଶିକ୍ଷକ, କଳା ଶିକ୍ଷକ ମାନକୁ ନିୟମିତ ଶିକ୍ଷକର ମାନ୍ୟତା ପ୍ରଦାନ କରାଯାଉ।

2. ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ମାନଙ୍କୁ କେନ୍ଦ୍ରୀୟ ହାରରେ ବେତନ ପ୍ରଦାନ କରାଯାଉ।

3. ନୂତନ ପେନସନ ପ୍ରଥା ଉଚ୍ଛେଦ କରି ପୁରୁଣା ପେନସନ ବ୍ୟବସ୍ଥା ପୁନଃ ପ୍ରଚଳନ କରାଯାଉ।

ଏଭଳି ଭାବରେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ଏହି ଦାବିପତ୍ର ପ୍ରଦାନ ସମୟରେ କଙ୍କଡ଼ାହାଡ଼ ଶିକ୍ଷକ ସଂଘ ସଭାପତି ଅଶୋକ କୁମାର ସାହୁ, ଢେଙ୍କାନାଳ ଜିଲ୍ଲା ଶିକ୍ଷକ ସଭାପତି ସୁଦିପ କୁମାର ମିଶ୍ର, କଙ୍କଡ଼ାହାଡ଼ ଶିକ୍ଷକ ସଂଘ ସଭାପତି ଶିବ ପ୍ରସାଦ ମିଶ୍ର, ଶିକ୍ଷକ ସଂଘ ସଂପାଦକ ରଞ୍ଜନ କୁମାର ସାହୁ, ପୂର୍ବତନ ଶିକ୍ଷକ ସଂଘ ସଂପାଦକ ଉମେଶ ଚନ୍ଦ୍ର ମହାନ୍ତ, ପ୍ରଫୁଲ୍ଲ ବାରିକ୍, ବିଷ୍ଣୁ ଚରଣ ସିଂହ, ଅଭିମନ୍ୟୁ ଦେହୁରୀ, ଶିକ୍ଷକ ସଂଘ କଙ୍କଡ଼ାହାଡ଼ ପର୍ବତନ ସଭାପତି ମାନସ ରଞ୍ଜନ ସାହୁ ଓ 200 ଜଣ ଶିକ୍ଷକ ଉପସ୍ଥିତ ରହି ଦାବି ପତ୍ର ପ୍ରଦାନ କରିଥିଲେ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଦ୍ବାରା ସରକାରଙ୍କ ‘ ସୁନେତ୍ର’ ଯୋଜନାରେ ୧୪୨ ଛାତ୍ରଛାତ୍ରୀମାନଙ୍କୁ ଚଷମା ବଣ୍ଟନ 

masiha

କେନ୍ଦୁଝର କଲେଜରୋଡ ମହାଲକ୍ଷ୍ମୀ କଲଚରାଲ କମିଟି ତରଫରୁ ବ୍ୟାପକ ବ୍ୟବସ୍ଥା

Sunil Chandra Nayak

ତହସିଲ କାର୍ଯ୍ୟାଳୟ ସାମ୍ନାରେ ଯୁବକ ଙ୍କ ଆତ୍ମହତ୍ୟା ଉଦ୍ୟମ 

masiha

Leave a Comment

error: Content is protected !!