ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏନଏସି କର୍ମଚାରୀ ଙ୍କ ଅକାଳ ବିୟୋଗ

କାମାକ୍ଷାନଗର -(ମନିସ )5/8/23 //କାମାକ୍ଷାନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ର କର୍ମଚାରୀ ତଥା ଗାଡିଚାଳକ ଶରତ ନାୟକ ଙ୍କ ଅକାଳ ବିୟୋଗ ହୋଇଯାଇଛି l ଶରତ କାମାକ୍ଷାନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ଦୀର୍ଘ ବର୍ଷ ଧରି କାମ କରି ଆସୁଥିଲେ l ସେ ଜଣେ ମେଳାପୀ,କର୍ମତପ୍ତର ଓ ବନ୍ଧୁ ବତ୍ସଳ କର୍ମଚାରୀ ଭାବେ କାର୍ଯ୍ୟାଳୟ ରେ ପ୍ରିୟ ଭାଜନ ହୋଇ ପାରିଥିଲେ l ତାଙ୍କର ମୃତଶରୀର କୁ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ କୁ ଅଣାଯାଇ ଶେଷ ଦର୍ଶନ କରାଯାଇଥିଲା l ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧକ୍ଷ ଧର୍ମାନନ୍ଦ ପରିଡା, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଯତୀନ୍ଦ୍ର କୁମାର ମିଶ୍ର, ସମସ୍ତ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି ଶେଷଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାର କୁ ସମବେଦନା ଜଣାଇଥିଲେ l ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଅଧକ୍ଷ ଧର୍ମାନନ୍ଦ ପରିଡା ପରିବାର ର ସଦସ୍ୟ ଙ୍କୁ ପାଞ୍ଚ ହଜାର ଟଙ୍କା ର ସହାୟତା ରାଶି ପ୍ରଦାନ କରିଥିଲେ l ଶରତ ଙ୍କ ବିୟୋଗ ରେ କାମାକ୍ଷାନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଜଣେ ଦକ୍ଷ ଓ ଅମାୟିକ ବ୍ୟକ୍ତି ଙ୍କୁ ହରାଇଲା ବୋଲି ଧର୍ମାନନ୍ଦ ପରିଡା ପ୍ରକାଶ କରିଥିଲେ ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ 

Related posts

ହାଇୱା ଧକ୍କା ରେ ବୁଲାବେପାରୀଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ବୁଲାବେପାରୀମାନଙ୍କ ରାସ୍ତାରୋକ

Sunil Chandra Nayak

ଥୁଆମୁଳ ରାମପୁର ବ୍ଳକ: ଯୋଜନା ଅନେକ  ସମସ୍ୟା ବି ବହୁତ

Sunil Chandra Nayak

ଅତିରିକ୍ତ ଜିଲ୍ଲାପାଳ ଡଃ ଶୁଭଙ୍କର ମହାପାତ୍ର କ୍ଷେତ୍ରପାଳ ସମ୍ମାନ ରେ ସମ୍ମାନିତ

Leave a Comment

error: Content is protected !!