ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ରାମେଶ୍ଵରୀ ହିକକାଙ୍କୁ ସମ୍ମାନିତ

ନବରଙ୍ଗପୁର,୬/୮(ମସିହା) କୋରାପୁଟ ଜିଲ୍ଲା ଜୟପୁର ଠାରେ ଆଜି ଜୟପୁର ସ୍ଥିତ ଟାଉନ ହଲ୍ ଠାରେ ଜୟପୁର ୫ ନମ୍ବର ୱାର୍ଡ ତଥା ବ୍ଲକ କୋଲନୀର ବାସିନ୍ଦା ଏଚ୍ ଉମା ମହେଶ୍ଵରୀଙ୍କ ଝିଅ ରାମେଶ୍ଵରୀ ହିକକା ଚଳିତ ବର୍ଷ ଓପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବାରୁ ଆଜି ଓଡ଼ିଶା ମହାଦଳିତ ପରିସଂଘ ତରଫରୁ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ସୁଶ୍ରୀ ରାମେଶ୍ଵରୀ ହିକକାଙ୍କ ପିତା ହିକକା ରାମ ନାୟକ ଜଣେ ପିଇଓ ଭାବେ କାର୍ଯ୍ୟ କରୁଥିବା ବେଳେ ୨୦୧୨ ମସିହାରେ ତାଙ୍କ ମୃତ୍ୟୁ ହୋଇଥିଲା।ପରେ ମାଆ ଏଚ୍ ଉମା ମହେଶ୍ଵରୀ ସରକାରୀ ପିଅନ୍ ଭାବେ ନିଯୁକ୍ତି ପାଇଥିଲେ। ରାମେଶ୍ଵରୀ ନବୋଦୟରେ ପାଠ ପଢିଥିବା ବେଳେ +୩ କଳା ଜୟପୁର ବିକ୍ରମ ଦେବ କଲେଜରେ ଅଧ୍ୟୟନ କରିଥିଲେ। ଏବଂ ଉତ୍କଳ ୟୁନିଭରସିଟିରେ ସେ ପିଜି ଇଂରାଜୀରେ କରିଥିବା ସେ ସୂଚନା ଦେଇଛନ୍ତି। ଆଜି ଓଡ଼ିଶା ମହାଦଳିତ ପରିସଂଘର ସଭାପତି ବୃନ୍ଦାବନ ଖରା, କୋରାପୁଟ ଜିଲ୍ଲା ମହାଦଳିତ ପରିସଂଘର ସଭାପତି ରାଜିବ ଟାକ୍ରୀ, ରାଜ୍ୟ ମହାଦଳିତ ପରିସଂଘ ମହିଳା ମୋର୍ଚ୍ଚାର ଆବାହକ ମନସ୍ମିନୀ ଟାକ୍ରୀ ପ୍ରମୁଖ ଉପସ୍ଥିତ ରହି ଓଏଏସ୍ ସୁଶ୍ରୀ ରାମେଶ୍ଵରୀ ହିକକାଙ୍କୁ ସମ୍ମାନିତ କରିଥିଲେ। ଜୟପୁର ସହରର ଜଣେ ପିଅନ ର ଝିଅ ରାମେଶ୍ଵରୀ ହିକକା ଓଏଏସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବାରୁ ଜୟପୁର ସହରରେ ଏକ ପ୍ରକାର ଖୁସିର ଲହରୀ ଖେଳିଯାଇଥିବା ବେଳେ ଓଏଏସ୍ ସୁଶ୍ରୀ ରାମେଶ୍ଵରୀ ହିକକାଙ୍କୁ ସମ୍ମାନିତ କରାଯାଇ ଓଡ଼ିଶା ମହାଦଳିତ ପରିସଂଘ ଗୈାରବ ମନେ କରୁଛି ବୋଲି ଓଡ଼ିଶା ମହାଦଳିତ ପରିସଂଘର ସଭାପତି ବୃନ୍ଦାବନ ଖରା କହିଛନ୍ତି। ଆଜିର ଏହି ସମ୍ବର୍ଦ୍ଧନା ଉତ୍ସବରେ ଆଡଭାଇଜର୍ ସରୋଜ ଭତ୍ରା,ଲିଗାଲ ଆଡଭାଇଜର୍ ଉଦିତ ଖୋସଲା,ସାଧାରଣ ସମ୍ପାଦକ ଭାଗିରଥି ଟାକ୍ରୀ,କେ. ଅରୁଣା,ଆଡଭୋକେଟ୍ ଅରୁଣ ଖଡକରାୟ, ନୀଳ ମାଧବ,ଯାକବ ଗାଣ୍ଠା, କାର୍ତ୍ତିକ ନାଗ, ପ୍ରମୁଖ ଉପସ୍ଥିତ ରହିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବଜ୍ରପାତରେ ୨ ଗୁରୁତର ଚାରୀ ଛେଳି ମୃତ

Sunil Chandra Nayak

ବିଦ୍ୟୁତ୍ ଆଘାତରେ ଶିଶୁ କନ୍ୟା ମୃତ୍ୟୁ, ମା ଓ ମlଇ ଗୁରୁତର

masiha

ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ପ୍ରିୟମ୍ବଦା ଚାନ୍ଦ ଙ୍କ ଅବସର ଗ୍ରହଣ 

Sunil Chandra Nayak

Leave a Comment

error: Content is protected !!