ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

108 ବୋଟ ଆମ୍ବୁଲାନ୍ସ ଘାଟ ରୁ ଡ୍ୟାମ ଉପର ପର୍ଯ୍ୟନ୍ତ ପାହାଚ ପୁନଃ ନିର୍ମାଣ ଅବା ରୋଗୀଙ୍କୁ ନେବା ଆଣିବା ପାଇଁ ଲିଫ୍ଟ ବ୍ୟବସ୍ଥା ଆବଶ୍ୟକ

ତେନ୍ତୁଳିଖୁଣ୍ଟି ୦୬/୦୮/୨୩ // ରାଜ୍ୟ ହେଉ କେନ୍ଦ୍ର ଜରୁରୀକାଳୀନ ରୋଗୀ ଙ୍କ ସୁବିଧା ପାଇଁ ଆମ୍ବୁଲାନ୍ସ ସେବା ଆବଶ୍ୟକ ବୈଷୟିକ କର୍ମଚାରୀ ସହ ଦେବା ବ୍ୟବସ୍ଥା କରୁଛନ୍ତି। ହେଲେ ରାସ୍ତା ଘାଟ ବ୍ୟବସ୍ଥା ଯେଉଁ ବିଭାଗ ଅଧିନ ରେ ରହିଛି ସେହି ବିଭାଗ ଦୃଷ୍ଟି ନେବା ଆବଶ୍ୟକ। କେଉଁଠି ରୋଗୀ ବା ଗର୍ଭବତୀ କୁ ରାସ୍ତା ର ଅବସ୍ଥା ପାଇଁ ଖଟିଆ ରେ ଆଣିବାକୁ ପଡୁଛି ତ କେତେବେଳେ ଭାର ରେ ରୋଗୀଙ୍କୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିବା ଦେଖିବାକୁ ମିଳୁଛି। ଏଭଳି ଏକ ଚିତ୍ର ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ପୋଡ଼ାଗଡ଼ ବନ୍ଧ ଘାଟ ରେ ଦେଖିବାକୁ ମିଳୁଛି। 108 ବୋଟ ଆମ୍ବୁଲାନ୍ସ ସେବା ସିନା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ସହଯୋଗ ରେ ଜଳବନ୍ଦୀ ବାସୀ ଙ୍କ ପାଇଁ ଯୋଗାଇ ଦିଆଯାଇଛି ହେଲେ ଆମ୍ବୁଲାନ୍ସ ରୁ ଡ୍ୟାମ ରାସ୍ତା ଯେଉଁ ଠାରୁ108 ଆମ୍ବୁଲାନ୍ସ ରୋଗୀକୁ ଡାକ୍ତରଖାନା ନେବ ସେହି ଯାତାୟାତ ମାର୍ଗ ଶିଉଲିମୟ ଓ ନଷ୍ଟ ହୋଇଗଲାଣି। ରୋଗୀକୁ 108 ବୋଟ ଆମ୍ବୁଲାନ୍ସ ରୁ ବୋହି ଉକ୍ତ ବିପଦପୂର୍ଣ୍ଣ ପାହଚ ରେ ନେବାକୁ ପଡୁଛି। ପାହାଚ ଗୁଡିକ ଅର୍ଦ୍ଧ ନିର୍ମିତ ଉକ୍ତ ପାହାଚ ମଧ୍ୟ ବୋଟ ଠାରୁ ପ୍ରାୟ 100 ମିଟର ରୁ ଉର୍ଦ୍ଧ୍ବ । ଏଭଳି ବିପଦ ଜନକ ରାସ୍ତା ପାାହାଚ ଦେଇ ନେବା ବେଳେ ଗୋଡ଼ ଖସିଯିବାଦ୍ୱାରା ରୋଗୀ ସହ ରୋଗୀଙ୍କୁ ବୋହି ନେଉଥିବା ବ୍ୟକ୍ତି ମାନେ ରୋଗୀହୋଇଯିବା ସମ୍ଭାବନା ରହିଛି। ଏଣୁ ଇନ୍ଦ୍ରାବତୀ ପ୍ରକଳ୍ପ କର୍ତ୍ତୃପକ୍ଷ ପାହାଚ ଗୁଡିକର ପୁନଃନିର୍ମାଣ କରି ସଦା ସର୍ବଦା ସଫା ରଖିବା ବ୍ୟବସ୍ଥା କରିବା ଉଚିତ ବୋଲି ମତ ପ୍ରକାଶ ପାଉଛି। ଏ ନେଇ ବିଭାଗୀୟ ନିର୍ବାହୀଯନ୍ତ୍ରୀ ଙ୍କୁ ପଚାରିବାରୁ କହିଲେ ଏ ନେଇ କୌଣସି ଅଭିଯୋଗ ତାଙ୍କ ନିକଟକୁ ଆସିନି। କଣ କରାଯାଇପାରିବ ଦେଖି ସମାଧାନ ର ଚେଷ୍ଟା କରିବି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ତମାଖୁ ମୁକ୍ତ ଶିକ୍ଷାନୁଷ୍ଠାନ ସଚେତନତା

masiha

ଗୁପ୍ତଚର ପାରା ଉଦ୍ଧାର ଫାଣ୍ଡିକୁ ହସ୍ତାନ୍ତର

Sunil Chandra Nayak

କଟକରେ ୯୧ତମ ରାଜ୍ୟ ପୋଲିସ ପ୍ରତିଷ୍ଠା ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!