ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଡ଼ିବୁଟି ଦିବସରେ ଔଷଧୀ ଚାରା ରୋପଣ କଲେ ପତାଞ୍ଜଳି ଯୋଗ ପରିବାର

ରାଉରକେଲା/ଆୟୁର୍ବେଦ ଶିରୋମଣି ଆଚାର୍ଯ୍ୟ ବାଳକ୍ରୀଷ୍ଣଜୀଙ୍କ ଜନ୍ମ ଦିବସକୁ ଜଡ଼ିବୁଟି ଦିବସ ରୂପେ ପ୍ରତି ବର୍ଷ ପତାଞ୍ଜଳି ଯୋଗ ପରିବାର ତରଫରୁ ସମଗ୍ର ଦେଶରେ ପାଳନ କରା ଯାଉଛି । ସୁନ୍ଦରଗଡ ଜିଲ୍ଲା ପତାଞ୍ଜଳି ଯୋଗ ପରିବାର ତରଫରୁ ଜଡ଼ିବୁଟି ଦିବସ ପାଳନ କରିବା ସହିତ ବିଭିନ୍ନ ଔଷଧୀ ଚାରା ସେକ୍ଟର -୬ କମ୍ୟୁନିଟି ସେଣ୍ଟର ଯୋଗ କେନ୍ଦ୍ର ପରିସରରେ ରୋପଣ କରାଯାଇ ଥିଲା । ରାଜ୍ୟ ସହ ପ୍ରଭାରୀ ଅକ୍ରୁର ମାର୍ଥାଙ୍କ କରକମଳରେ ଔଷଧୀ ଚାରା ସର୍ବପ୍ରଥମେ ରୋପଣ କରାଯାଇ ଶୁଭାରମ୍ଭ କରାଯାଇଥିଲା । ସେ ତାଙ୍କ ସଂଦେଶରେ ଏହି ଦିନଟିର ମହତ୍ତ୍ଵ ଓ ଆୟୁର୍ବେଦ ଶିରୋମଣି ଆଚାର୍ଯ୍ୟ ବାଳକ୍ରୀଷ୍ଣଜୀ ଆୟୁର୍ବେଦକୁ ସମଗ୍ର ବିଶ୍ଵରେ ପ୍ରଚାର ପ୍ରସାର କରି ଭାରତର ଗୌରବ ଓ ସଂସ୍କୃତି ବଜାୟ ରଖି ଥିବାରୁ ତାହାର ଭୂୟସୀ ପ୍ରଶଂସା କରିଥିଲେ ଏବଂ ସମସ୍ତେ ଏହାକୁ ଅନୁସରଣ କରିବାକୁ ପରାମର୍ଶ ଦେଇଥିଲେ। ଏହି ଦିବସ ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ ଓ ଆୟୁର୍ବେଦ ଶିରୋମଣି ଆଚାର୍ଯ୍ୟଙ୍କ ଦୀର୍ଘଜୀବନ କାମନା କରାଯାଇ ହୋମ ଯଜ୍ଞ ପୁରୋହିତ ଅରବିନ୍ଦ ପଣ୍ଡାଙ୍କ ପୌରୋହିତ୍ୟରେ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମହିଳା ପ୍ରଭାରୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ନିତମ୍ବିନି ସ୍ୱାଇଁ, ବି ଏସ ଟି ଜିଲ୍ଲା ପ୍ରଭାରୀ ନରେନ୍ଦ୍ର ବେହେରା, ଜିଲ୍ଲା ମିଡିଆ ପ୍ରଭାରୀ ଗଙ୍ଗାଧର ଦାଶ, ଜିଲ୍ଲା ମହିଳା ମିଡିଆ ପ୍ରଭାରୀ ଆରତୀ କର, ଜିଲ୍ଲା ସହ ମହିଲା ପ୍ରଭାରୀ ସୁରଭୀ ମଲ୍ଲିକ ଚାରା ରୋପଣ କରିବା ସହିତ ଜଡ଼ିବୁଟି ଦିବସ ଉପରେ ଆଲୋକ ପାତ କରିଥିଲେ । ଯୋଗ ଶିକ୍ଷକ ଭାଇ ଓ ଭଉଣୀ ମାନଙ୍କ ସହିତ ସାଧକ ଓ ସାଧିକା ମାନେ ମଧ୍ୟ ଅଂଶ ଗ୍ରହଣ କରିଥିଲେ । ବରିଷ୍ଠ ଯୋଗ ଶିକ୍ଷୟତ୍ରୀ ବିଷ୍ଣୁପ୍ରିୟା ଦାଶ, କଳ୍ପନା ପଣ୍ଡା, ତପସ୍ଵିନୀ ସାହୁ, ବିଜୟଲକ୍ଷ୍ମୀ ମହାନ୍ତ, ଅବନ୍ତି ମିର୍ଦ୍ଧା,ମମତା ରାଉତ,ପୁଷ୍ପାଶ୍ରୀ ସାହୁ, ସୁଭଦ୍ରା ସାହୁ, କୌଶଲ୍ୟା ପୃଷ୍ଟି, ସସ୍ମିତା ସାହୁ, ରେବତୀ ବେହେରା, ସୁପ୍ରଭା ବେଉରିଆ, ବନିତା ସାହୁ, ସବିତା ପ୍ରଧାନ, ସୁନୀତା ଜୟପୁରିଆ, ଅନିତା ନାୟକ, ସଂଯୁକ୍ତା ସେଠୀ, , ସସ୍ମିତା ବେହେରା , ଗାୟତ୍ରୀ ମହାନ୍ତିଙ୍କ ସମେତ ଶତାଧିକ ଅଂଶ ଗ୍ରହଣ କରିଥିଲେ ଏବଂ ଏହାକୁ ସଫଳ କରିବାକୁ ଏହି କେନ୍ଦ୍ରର ଯୋଗ ଶିକ୍ଷୟତ୍ରୀ ଓ ସାଧିକା ଭଉଣୀମାନେ ସହଯୋଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ସଚ୍ଚିଦାନନ୍ଦ ସ୍ମୃତି ସମିତିର ଦ୍ବିଦିବସୀୟ ନବମ ବାର୍ଷିକ ଉତ୍ସବ 

Sunil Chandra Nayak

ବନ୍ଧୁଗାଁ ବ୍ଲକରେ ନୂତନ ସରକାରୀ ସ୍ୱାତକ ମହାବିଦ୍ୟାଳୟ ଉଦଘାଟନ 

masiha

ଦାସିଗାଁ ପେଏକ୍ସ ଅଧିନସ୍ଥ ମଣ୍ଡି ଉଦଘାଟିତ

masiha

Leave a Comment

error: Content is protected !!