ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ମଣିପୁର ଆଦିବାସୀ ଙ୍କ ପ୍ରତି ଅନ୍ୟାୟ ପ୍ରତିବାଦ ରେ କଂଗ୍ରେସ ଦଳ ତରଫରୁ ୧୦ ଦଫା ଦାବୀ ପ୍ରଦାନ

ନବରଙ୍ଗପୁର୯/୮(ମସିହା) ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଠାରେ ଡାବୁଗାଁ ନିର୍ବାଚନ ମଣ୍ଡଳୀ କଂଗେସ କମିଟି ତରଫରୁ ୧୦ ଦଫା ଦାବୀ ପତ୍ର ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟ ରେ ପାପଡ଼ାହାଣ୍ଡି ଗୋଷ୍ଟି ଉନ୍ନୟନ ଅଧିକାରୀ ଦିବାକର ବାଗ ଙ୍କୁ ପ୍ରଦାନ କରାଯାଇଥିଲା। ମଣିପୁର ରେ ଚାଲି ଥିବା ହିଂସା ପ୍ରତିବାଦ କରି ଆଜି ବିଶ୍ଵ ଆଦିବାସୀ ଦିବସ ଉପଲକ୍ଷେ, ପାପଡ଼ାହାଣ୍ଡି ବ୍ଲକ୍ କଂଗ୍ରେସ କମିଟି ସଭାପତି ଶ୍ରୀକାନ୍ତ ମିଶ୍ର ଙ୍କ ନେତୃତ୍ବରେ ଆଜି ସକାଳ ୧୦ ଘଣ୍ଟା ସମୟ ରେ ପାପଡ଼ାହାଣ୍ଡି ରେ ଥିବା ନୀଳ କଣ୍ଠେଶ୍ୱର ମନ୍ଦିର ପାଙ୍ଗଣ ଠାରୁ ଶତ୍ୟାଧିକ କଂଗେସ କର୍ମୀ ଏକାଠି ହୋଇ , ଏକ ବିଶାଳ ରାଲି ରେ କେନ୍ଦ୍ର ସରକାରଙ୍କ ବିରୁଧରେ ବିଭିନ୍ନ ସ୍ଲୋଗାନ ଦେଇ, ବ୍ଲକ୍ କାର୍ଯ୍ୟଳୟ ଯାଇ ବିଡ଼ିଓ ଙ୍କୁ ଦାବୀ ପତ୍ର ପ୍ରଦାନ କରିଥିଲେ। ଏହି ଦାବୀ ଗୁଡ଼ିକ ରେ ଆଦିବାସୀ ମାନଙ୍କ ପାଇଁ ପେସା ଆଇନ୍ ସଂଶୋଧନ ବନ୍ଦ କରିବା। ଜଙ୍ଗଲ ଅଧିକାରୀ ଆଇନ ସଂଶୋଧନ ବନ୍ଦ କରିବା। ଆଦିବାସୀ ଅଞ୍ଚଳ ରେ ଗ୍ରାମ ସଭା, ପଲ୍ଲୀ ସଭା କରାଯାଉଥିବା ଆଇନ ସଂଶୋଧନ ରଦ୍ଧ୍ କରା ଯିବା।ଆଦିବାସୀ ମହିଳା ମାନଙ୍କ ପାଇଁ ସୁରକ୍ଷା ଆଇନ ପ୍ରଣୟନ କରିବା।ଉଚ୍ଚ ଶିକ୍ଷା ଲୋକ ସଂଖ୍ୟା ହିସାବ ରେ ସଂରକ୍ଷଣ ବ୍ୟବସ୍ଥା କରାଯିବା ଓ ଆର ଭି ଆକ୍ଟ କଡ଼ାକଡି ଭାବେ ପାଳନ କରିବା। ଚାକିରୀ ଠିକା ଅଣସରକାରୀ ଠିକା ଉଚ୍ଚେଦ କରି ନିୟମିତ ଚାକିରି ବ୍ୟବସ୍ଥା କରିବା , ଏହି ଭଳି ୧୦ ଗୋଟି ଦାବୀ ସମ୍ପକ ରେ ଦାବୀ ପତ୍ର ପ୍ରଦାନ କରାଯାଇଥିଲା।ଏହି ଅବସରରେ କଂଗ୍ରେସ କମିଟି ଜିଲ୍ଲା ପରିଷଦ ଜୋନ୍ ଡାବୁଗା ସଭାପତି ବଲ୍ଲଭ ପଣ୍ଡା , ପାପଡ଼ାହାଣ୍ଡି ଜିଲ୍ଲାପରିଷଦ ସଭ୍ୟା ଡକ୍ଟର ଲିପିକା ମାଝୀ ,ଜିଲ୍ଲା ଛାତ୍ର ସଭାପତି ପବିତ୍ର ଗରଡା, ପାପଡ଼ାହାଣ୍ଡି ଜିଲ୍ଲା ପରିଷଦ ଜୋନ୍ ସଭାପତି ସେଖ ୱାଜିର ହୁସେନ , କୋଡିଙ୍ଗା କଂଗେସ ସଭାପତି ବାବୁଲି ବାଘ, , ପାପଡାହାଣ୍ଡି କଂଗ୍ରେସ କାର୍ଯ୍ୟକାରୀ ସଭାପତି ବିକାଶ ରାଓ , ଜିଲ୍ଲା ଛାତ୍ର କଂଗ୍ରେସ ଉପସଭାପତି ନୁରେନ ତନ୍ତୀ, ଆକବର ହୁସେନ , ରାଜକିଶୋର ରାଓ , ଜି. ଅନନ୍ତ ମୂର୍ତ୍ତି , ଲିଲୁ ରାଓ , ରବୀନ୍ଦ୍ର ପ୍ରଧାନ , ସମିମି , ଇଶ୍ୱର ମିର୍ଗାନ , ସଷିମନ୍ ଶର୍ମା ସମେତ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ |

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍

Related posts

ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୨୯ତମ ତିରୋଧାନ ଦିବସ ରାଜ୍ୟବ୍ୟାପି ପାଳିତ ହେବ: ବିଜେଡି

Sunil Chandra Nayak

ବିଜେପି ବିଧାୟକ ପ୍ରାର୍ଥୀଙ୍କ କୋକସରା ବ୍ଲକରେ ମାରାଥନ ପ୍ରଚାର

masiha

ରାଇଘର ଠାରେ ବିଶ୍ବ ହିନ୍ଦୁ ପରିଷଦର ପ୍ରଖଣ୍ଡ ସ୍ତରୀୟ ପୂର୍ଣ୍ଣାଙ୍ଗ କମିଟି ଗଠନ 

masiha

Leave a Comment

error: Content is protected !!