ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁରେ ନୂତନ ବିଡ଼ିଓଙ୍କ ଯୋଗଦାନ

ବନ୍ଧୁଗାଁ:୧୦/୮/୨୩,ବନ୍ଦୁଗାଁ ବ୍ଲକରେ ନୂତନ ବିଡ଼ିଓ ଭାବେ ଅଭିନାସ ସେଠି ଯୋଗ ଦେଇଛନ୍ତି । ଶ୍ରୀ ଅଭିନାସ ସେଠି ଙ୍କୁ ବ୍ଲକ କାର୍ଯ୍ୟାଳୟରେ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରିବାପରେ ନୂତନଭାବେ ବିଡ଼ିଓ ଦାୟିତ୍ଵ ଗ୍ରହଣ କରିଛନ୍ତି । ସେ ଏହା ପୂର୍ବରୁ ଯାଜପୁର ଜିଲ୍ଲା ଅନ୍ତର୍ଗତ ଦଶରଥପୁର ଠାରେ ତହସିଲଦାର ଭାବେ କାର୍ଯ୍ୟରତ ଥିଲେ । ସ୍ୱାଗତ କରିବା ସମୟରେ ବ୍ଲକର କୋରାପୁଟ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସଶ୍ମିତା ମେଲାକା, ଲଷ୍ମୀପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ କୈଳାସ ଚନ୍ଦ୍ର କୁଲେଶିକା, ବ୍ଳକ୍ ଅଧ୍ୟକ୍ଷା ସୁଶ୍ରୀ ଲକ୍ଷ୍ମୀ ମିଣ୍ୟାକା,ବିଜେଡି ସଭାପତି ବାଲା ନାଗ, ବ୍ଳକ୍ ବିଜେଡି ସମ୍ପାଦକ ଅଭିମନ୍ୟୁ ଭାଣ୍ଡି,ପୂର୍ବତନ ବିଧାୟକ ପ୍ରତିନିଧି ଦୁର୍ଜ ନାଗ, ବନ୍ଧୁଗାଁ ବ୍ଲକର ଜନ ୨ କୋର୍ଡିନେଟର ଉତ୍ତମ ନାୟକ, ବନ୍ଧୁଗାଁ ପଞ୍ଚାୟତ ସରପଞ୍ଚ ଲକ୍ଷ୍ମୀ କାଡ୍ରାକା ,ବ୍ଲକ ବିଜେଡି ଯୁବ ଛାତ୍ର ସଭାପତି କନ୍ମୁଚରଣ ବେବାରା,ଜନ ୨ର ମହିଳା ସଭାନେତ୍ରୀ ପୁଷ୍ପାଞ୍ଜଳି କାଡ୍ରାକା,ବିଜେଡି ଦଳର ପୂର୍ବତନ ବ୍ଲକ ସଭାପତି ଏସ. ନାଗା,ପ୍ରମୁଖ ଉପସ୍ଥିତ ଥିଲେ ।ପୂର୍ବରୁ ଏଠାରେ ଥିବା ବିଡିଓଙ୍କୁ ସେହି ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ବଦଳି ହୋଇଛି ।ଶ୍ରୀ ଆକାଶ ପଟ୍ଟନାୟକ ଏଠାରେ ଅଳ୍ପ ଦିନ ବିଡ଼ିଓ ହୋଇ ମଧ୍ୟ ଜନସାଧାରଣ ଆସ୍ଥାଭାଜନ ହୋଇ ସାଧାରଣ ଜନତାଙ୍କ ପ୍ରିୟପାତ୍ର ସାଜିଥିଲେ ।ଯେକୌଣସି ସମସ୍ୟା ଉପରେ ଆଲୋଚନା କରିବାକୁ ସାଧାରଣ ଜନତାଙ୍କ ସହ ସାମିଲହୋଇ ସମସ୍ୟାର ସମାଧାନ ପାଇଁ ତପ୍ତରତା ଦେଖାଉଥିବା ନଜିର ରହିଥିଲା ।ନୂତନ ବିଡ଼ିଓ ଶ୍ରୀ ଅଭିନାଶ ସେଠୀମଧ୍ୟ ଏଥିପ୍ରତି ଦୃଷ୍ଟି ଦେଇ ସାଧାରଣ ଜନତାଙ୍କ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବେ ବୋଲି ଆଶା କରାଯାଉଛି ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଂଗାରି ଙ୍କ ରିପୋର୍ଟ 

Related posts

ଧରାକୋଟ ରେ ଚାଲିଛି ରଥ ନିର୍ମାଣ 

ଢେଙ୍କାନାଳ ଥିଙ୍କର୍ସ ଫୋରମର ମହିଳା ଦିବସ ପାଳନ ,ସୁଶ୍ରୀ ବିଭାରଣୀଙ୍କୁ “ସୁନାଝିଅ ସମ୍ମାନ” 

masiha

ଓଡିଶା ଆଦର୍ଶ ବିଦ୍ୟାଳୟ କର୍ମଚାରୀ ସଂଘ, ଢେଙ୍କାନାଳ ଶାଖାର ଦ୍ବିତୀୟ ସାଧାରଣ ସଭା

masiha

Leave a Comment

error: Content is protected !!