ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କର୍ଲାମୁଣ୍ଡା ବ୍ଲକ ସରପଞ୍ଚ ସଂଘ ଗଠିତ

କର୍ଲାମୁଣ୍ଡା (ସୁଶାନ୍ତ ରଣା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ ନବ ନିର୍ବାଚିତ ସରପଞ୍ଚ ମାନଙ୍କର ଏକ ବୈଠକ ବେଲଖଣ୍ଡି ସ୍ଥିତ ଶ୍ରୀ ଶ୍ରୀ ଧବଳେଶ୍ବର ପୀଠ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ସାପଲହରା ସରପଞ୍ଚ ରାଜେଶ୍ୱରୀ ସେନାପତିଙ୍କ ସଭାପତିତ୍ଵରେ ସରପଞ୍ଚ ସଂଘ ଗଠନର ଆବଶ୍ୟକ ଉପରେ ଆଲୋଚନା କରିବା ସହ ସର୍ବ ସମ୍ମତିରେ ବ୍ଲକ ସରପଞ୍ଚ ସଂଘ ସଭାପତି ଭାବେ ସରଗୁଲ ମାଲପଡା ସରପଞ୍ଚ ବରୁଣ ଛତ୍ରୀଆଙ୍କୁ ଚୟନ କରିଥିଲେ l ସେହିପରି ସଂଘ ଉପସଭାପତି ଭାବେ ରିଷିଡା ସରପଞ୍ଚ ସେବତୀ ରଣା, ସଂପାଦକ ଭାବେ ଗଜବାହାଲ ସରପଞ୍ଚ ଅରବିନ୍ଦ ଗହୀର, ସହ ସମ୍ପାଦକ ବୋରପଦର ସରପଞ୍ଚ ସୁବାଷ ସାହୁ, କୋଷାଧ୍ୟକ୍ଷ ଭାବେ ତେରେସିଂହା ସରପଞ୍ଚ ପ୍ରମୋଦ ସୁନାଙ୍କୁ ମନୋନୀତ କରାଯାଇଥିବା ଜଣାପଡିଛି l ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ରିଞ୍ଜା ସରପଞ୍ଚ ପଞ୍ଚାନନ ବାଗ, ରେଗଡା ସରପଞ୍ଚ ଦିପ୍ତୀରାଣୀ ସାହୁ, ପୌରକେଲା ସରପଞ୍ଚ ଯଶୋସ୍ୱିନୀ ଧରୁଆ, କର୍ଲାମୁଣ୍ଡା ସରପଞ୍ଚ ସ୍ଵର୍ଣଲତା ସାହୁ, ରାଜପୁର ସରପଞ୍ଚ କୌଶଲ୍ୟା ରଣା, ଜୋରାଡବରା ସରପଞ୍ଚ ଖିତିସୁତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ l (କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା)

Related posts

ବୀର ବାଜି ରାଉତ ସେନା ପକ୍ଷରୁ ସଂଗ୍ରାମୀ ବାଜି ରାଉତ ଙ୍କ ୯୬ ତମ ଜୟନ୍ତୀ ପାଳିତ

Sunil Chandra Nayak

ଚନ୍ଦ୍ରକଳା ଦେବୀ ଙ୍କ କବିତା ରଥ ଯାତ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

Leave a Comment

error: Content is protected !!