ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଵିଜାତଳା ବ୍ଳକ ଶିକ୍ଷା ଅଧିକାରୀଙ୍କୁ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ,ବିଜାତଳା ତରଫରୁ ଦାବିପତ୍ର ପ୍ରଦାନ

ମୟୂରଭଞ୍ଜ- ୧୧/୮ ( ମସିହା)ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ଅନୁବନ୍ଧିତ ମୟୂରଭଞ୍ଜ ଜିଲ୍ଲାର ଵିଜାତଳା ବ୍ଳକ ଶାଖା ତରଫରୁ ଶତାଧିକ ଶିକ୍ଷକ ଓ ଶିକ୍ଷୟିତ୍ରୀ ରାଇରଙ୍ଗପୁର ବ୍ଳକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଭବାନି ଶଙ୍କର ଗିରିଙ୍କ ନେତୃତ୍ବରେ ପହଞ୍ଚି ବିଭିନ୍ନ ଦାବି ନେଇ ପ୍ରତିବାଦ କରିଥିଲେ । ସେମାନଙ୍କ କହିବା ଅନୁଯାୟୀ ୨୦୨୨ ନଭେମ୍ବର ମାସ ୨୭ ତାରିଖରେ ଭୂବନେଶ୍ବରରେ ପ୍ରାଥମିକ ଶିକ୍ଷକଙ୍କ ଦାବିନେଇ ଲକ୍ଷାଧିକ ଶିକ୍ଷକ/ ଶିକ୍ଷୟତ୍ରୀ ଆନ୍ଦୋଳନ କରିଥିଲେ ।ମୁଖ୍ଯ ସଚିବଙ୍କ ପତ୍ର ସଂଖ୍ୟା ୧୦୯ ସିଂ ତା ୩୦/୧୦/୨୦୨୨ ତାରିଖ ଅନୁଯାୟୀ ଶିକ୍ଷକ ପ୍ରତିନିଧି ମାନଙ୍କ ସହ ଆଲୋଚନା କରି ଦାବି ଗୁଡ଼ିକ ପୂରଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ ।ହେଲେ ଦିର୍ଘ ୮ ମାସରୁ ଉର୍ଦ୍ଧ୍ବ ହେଲା ଏ ଯାଏଁ ସରକାର ସରକାର ଦାବି ଗୁଡ଼ିକ ପ୍ରତି ଅଣଦେଖା କରି ଆସୁଛନ୍ତି । ତେଣୁ ପୁନଃ ଦାବି ପୂରଣ କରିବା ଦିଗରେ ପଦକ୍ଷେପ ନେବାକୁ ଆସନ୍ତା ଅଗଷ୍ଟ ୧୬ ତାରିଖରୁ ଓଡ଼ିଶାର ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ମାନେ ସମୂହ ଛୁଟିରେ ରହିବାକୁ ବାଧ୍ୟ ହେବେ ବୋଲି ଏକ ଲିଖିତ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଜାତଳା ବିଇଓ ଶ୍ରୀ ନେପାଲ ମୁଣ୍ଡା ଙ୍କୁ ପ୍ରଦାନ କରିଛନ୍ତି ।ଦାବୀ ସମୂହ ହେଲା ଠିକା ନିଯୁକ୍ତି ଉଛେଦ କରି କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ କରିବା, ସହିତ ଶିକ୍ଷା କର୍ମି ଓ ଶିକ୍ଷା ସହାୟକଙ୍କ ଠିକା କାର୍ଯ୍ଯ ସମୟକୁ ନେସନାଲ ଇନକ୍ରିମେଣ୍ଟ ପ୍ରଦାନ କରି ମୂଳ ଚାକିରୀରେ ଗଣନା କରିବା ସହିତ କ୍ୟାଡ଼ର ଶିକ୍ଷକ ,କଳା,ଓ କ୍ରୀଡ଼ା ଶିକ୍ଷକମାନଙ୍କୁ ନିୟମିତ ଶିକ୍ଷକର ମାନ୍ୟତା , ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକମାନଙ୍କୁ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ ( ମୂଳ ବେତନ ଲେଭେଲ ୯ ଗ୍ରେଡ ପରେ ୪୨୦୦ ଅନୁଯାୟୀ ) ପ୍ରଦାନ କରାଯାଉ,ପୁରୁଣା ପେନସନ ପ୍ରଥା ଚାଲୁ କରିବା ଇତ୍ୟାଦି ।

ଏହି ଆନ୍ଦୋଳନରେ ଶିକ୍ଷକ କିଶୋର କୁମାର ପାତ୍ର,ପ୍ରଭାସ ଚନ୍ଦ୍ର ବେହେରା,ଉତ୍ତମ କୁମାର ସେଠୀ, ଜୟନ୍ତ ବେହେରା,କସ୍ତୁରୀ ମହାନ୍ତ,ବସନ୍ତ ମଣ୍ଡଳ, ଲକ୍ଷ୍ମୀ ଧରି ମହାନ୍ତ,ଦିଲିପ ପଣ୍ଡା,ସାରଦା ମଣି ପାତ୍ର,ଟିକିମଣି ମହାନ୍ତ,ସସ୍ମିତା ମହାନ୍ତିଙ୍କ ସମେତ ଶତାଧିକ ଶିକ୍ଷକ / ଶିକ୍ଷୟତ୍ରୀ ସାମିଲ ହୋଇଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ରାଇରଙ୍ଗପୁର ସହରର ବିଭିନ୍ନ ସ୍ଥାନରେ ପ୍ରଶାସନ ତରଫରୁ ଜଵର ଦଖଲ ଉଛେଦ 

masiha

ଡାବୁଗାଁରେ ହୋମ ଭୋଟିଂ କାର୍ଯ୍ୟକ୍ରମ 

masiha

ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ, ଗଛତଳେ ବସି ପାଠ ପଢିଲେ ଛାତ୍ରୀଛାତ୍ର 

masiha

Leave a Comment

error: Content is protected !!