ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଚସ୍ପତି ମୁକୁନ୍ଦ ପ୍ରସାଦ ଦାସଙ୍କ ୧୩୭ ତମ ଜନ୍ମଜୟନ୍ତୀ ପାଳିତ

ବାଲେଶ୍ଵର,୧୨/୮/୨୩- ସ୍ବାଧୀନ ଓଡ଼ିଶାର ପ୍ରଥମ ବାଚସ୍ପତି ମୁକୁନ୍ଦ ପ୍ରସାଦ ଦାସଙ୍କ ୧୩୭ ତମ ଜନ୍ମଜୟନ୍ତୀ ବାଲେଶ୍ଵର ଜିଲ୍ଲା ଖଇରା ଠାରେ ଥିବା ଜନଜାଗରଣ ମଞ୍ଚ କାର୍ଯ୍ଯାଳୟ ପରିସରରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପଣ୍ଡିତ କୃଷ୍ଣ ଚନ୍ଦ୍ର ପତ୍ରୀଙ୍କ ପୌରୋହିତରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ସ୍ବର୍ଗତ ମୁକୁନ୍ଦ ପ୍ରସାଦ ଦାସ ଜଣେ ସଚ୍ଚୋଟ ଓ କ୍ରାନ୍ତିକାରୀ ପୁରୁଷ ଥାଇ ଧାନ ଚାଷ ଉପରେ କେତେକ ସଂସ୍କାର ଆଣିଥିଲେ । ରେଭେନ୍ସା କଲେଜରେ ସ୍ବାଧୀନ ଓଡ଼ିଶାର ପ୍ରଥମ ବାଚସ୍ପତି ଭାବେ ସ୍ପଷ୍ଟ ଅଭିମତ ରଖି ସମଗ୍ର ଓଡ଼ିଶାର ନିର୍ଭୀକ ବ୍ଯକ୍ତି ବୋଲି ପରିଚୟ ସୃଷ୍ଟି କରିଥିଲେ । ଏଥିରେ ଉମେଶ ଚନ୍ଦ୍ର ନାୟକ, ମୁକ୍ତିକାନ୍ତ ଶତପଥୀ, ଅରୁଣ କୁମାର ସ୍ବାଇଁ, ନିରଞ୍ଜନ ବେହେରା, ନାରାୟଣ ପ୍ରସାଦ ପେଡା, ନାରାୟଣ ଚନ୍ଦ୍ର ପଣ୍ଡା, ଅଭିରାମ ମହାପାତ୍ର, ବୁଦ୍ଧିରାମ ପାଣିଗ୍ରାହୀ, ଦେଵେନ୍ଦ୍ର କୁମାର ରାଉତ, ଚିନ୍ତାମଣି ସାହାଣୀ, କମଳଲୋଚନ ଜେନା ଓ ପ୍ରଶାନ୍ତ କୁମାର ଦାସ ପ୍ରମୁଖ ମୁକୁନ୍ଦ ପ୍ରସାଦ ଦାସଙ୍କ ଉଜ୍ଜ୍ୱଳ ଆଲୋକ ଉପରେ ଆଲୋଚନା କରିବା ସଙ୍ଗେ ସଙ୍ଗେ ଜଣେ ଉଚମନା ବ୍ଯକ୍ତି ହିସାବରେ ଖଇରା ବ୍ଲକର ପାର୍ବତୀପୁର ଗ୍ରାମରେ ଜନ୍ମ ହୋଇ ହରେକୃଷ୍ଣ ମହତାବ ଓ ମହାତ୍ମାଗାନ୍ଧୀଙ୍କ ସହିତ ବାଲେଶ୍ଵର ଷ୍ଟେସନ ବଜାର ଗୃହରେ ସ୍ବାଧୀନତା ସଂଗ୍ରାମ ପାଇଁ ନୂଆ ଯୋଜନା କରିଥିଲେ । ଏଥିପାଇଁ ତାଙ୍କ ସମ୍ମାନାର୍ଥେ ତାଙ୍କ ଭଳି ବ୍ଯକ୍ତିତ୍ବ ପାଠ୍ୟ ପୁସ୍ତକରେ ସ୍ଥାନିତ ହେଵା ସଙ୍ଗେ ସଙ୍ଗେ ମହାପ୍ରୟାଣ ଦିବସ ରୂପେ ପାଳିତ ହେବା ପାଇଁ ସର୍ବ ସିଦ୍ଧାନ୍ତ ହୋଇଥିଲା ବୋଲି ସଭାରେ ଆଲୋଚନା ହୋଇଥିଲା । ଶେଷରେ ସୃଷ୍ଟିଧର ରାଉଳଙ୍କ ଧନ୍ୟବାଦ ଅର୍ପଣ ପରେ ସଭା ସାଙ୍ଗ ହୋଇଥିଲା ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ସ୍ୱର୍ଗତ ଲଲିତ ମୋହନ ପାଣୀ ପ୍ରଥମ ଶ୍ରାଦ୍ଧବାର୍ଷିକୀ 

masiha

ଶତାୟୁ,ବି.ବି.ହାଇସ୍କୁଲ,ଢେଙ୍କାନାଳରେ ବର୍ଣ୍ଣାଢ଼୍ୟ ୭୭ତମ ସମର ଶିକ୍ଷାର୍ଥୀ ବାହିନୀ ପକ୍ଷ ଓ ଦିବସ -୨୦୨୫ ପାଳିତ 

Sunil Chandra Nayak

ଜୁନାଗଡ଼ ରେ ବେଟ୍ରି ଚାଳିତ ବାଇକ ସୋରୁମ ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!