ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଳବାୟୁ ପରିବର୍ତ୍ତନକୁ ପ୍ରତିହତ ପାଇଁ କିଶୋର କିଶୋରୀ ମାନଙ୍କ ଦ୍ବାରା ବୃକ୍ଷରୋପଣ

ବାଲେଶ୍ଵର,୧୨/୮/୨୩- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ମାଖନପୁର ପଞ୍ଚାୟତ ସାଉଣ୍ଡିଆ- ୧ ଅଙ୍ଗନବାଡି କେନ୍ଦ୍ର ପରିସରରେ ସମନ୍ବିତ ଶିଶୁ ବିକାଶ ଯୋଜନା ପ୍ରକଳ୍ପ କାର୍ଯ୍ୟାଳୟ ଖଇରା ତରଫରୁ କିଶୋର କିଶୋରୀ ବାଳକ ବାଳିକା ମାନଙ୍କୁ ନେଇ ଜଳ ବାୟୁ ପରିବର୍ତ୍ତନକୁ ପ୍ରତିହତ ପାଇଁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥି ସହିତ ସଖି ସହେଲି, ପ୍ରତ୍ୟେକ ଝିଅ ଅନନ୍ୟା ” ଆଦ୍ୱିକା “ବାଲ୍ୟ ବିବାହ ଓ ସେମାନଙ୍କ ପାଇଁ ଆଇନ ଵିଷୟରେ ଜିଲ୍ଲା ସଂଯୋଜକ ଶକୁନ୍ତଳା ଦାଶ ଓ ଜିଲ୍ଲା ଅଧିକାରୀ ଘାସିରାମ ପଣ୍ଡା ଅବଗତ କରାଇଥିଲେ । ସମନ୍ବିତ ଶିଶୁ ବିକାଶ ଅଧିକାରୀଣୀ ନଳିନୀ କୁମାରୀ ମହାରଣା ଙ୍କ ପ୍ରତକ୍ଷ ତତ୍ୱାବଧାନରେ ସରପଞ୍ଚ ସରୋଜିନୀ ଦାସ, ସାଉଣ୍ଡିଆ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ପଣ୍ଡା, ଆଇ.ସି.ଡ଼ି.ଏସ ର ସମସ୍ତ ସୁପର ଭାଇଜର, ଅଙ୍ଗନବାଡି କର୍ମୀ, ଆଶାକର୍ମୀ ମାନଙ୍କ ସହିତ କିଶୋର କିଶୋରୀ ବାଳିକା ବାଳକ ଉପସ୍ଥିତ ଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ରାୟଗଡ ଓକିଲ ସଂଘ ପାଳିଲା ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ 175ତମ ଜନ୍ମ ଜୟନ୍ତୀ

Sunil Chandra Nayak

ଆରକ୍ଷୀ ଅଧିକ୍ଷକଙ୍କ ସହ କିନ୍ନର ସଂଘର ଆଲୋଚନା

masiha

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ବିଶ୍ୱ ଦିବ୍ୟାଙ୍ଗ ଦିବସ ପାଳିତ ମୁ

masiha

Leave a Comment

error: Content is protected !!