ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେପିର ତ୍ରିରଙ୍ଗା ଯାତ୍ରା ନେଇ ପ୍ରସୂତି ବୈଠକ

ପାପଡାହାଣ୍ଡି,12/08, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଦଳେଇଗୁଡ଼ା ଠାରେ ବିଜେପିର ତ୍ରିରଙ୍ଗା ଯାତ୍ରା ନେଇ ଶନିବାର ଏକ ପ୍ରସୂତି ବୈଠକ ଅନୁଷ୍ଠିତ ହୋଇଯାଇଛି | ପୂର୍ବତନ ସାଂସଦ ପର୍ଶୁରାମ ମାଝୀ ଙ୍କ ସଭାପତିତ୍ୱ ରେ ବିଜେପି ନବରଙ୍ଗପୁର ଲୋକସଭା ନିର୍ବାଚନ ମଣ୍ଡଳୀ ପ୍ରଭାରୀ ମୋନିଜର ଆର୍ଯ୍ୟା,ହରିମୋହନ ଶର୍ମା, ହରି ପାଣିଗ୍ରାହୀ, ତ୍ରିନାଥ ପ୍ରଧାନ, ବି ରାମବାବୁ, କ୍ଷେତ୍ର ମୋହନ ପାତ୍ର ପ୍ରମୁଖ ଉପସ୍ଥିତି ରହିଥିଲେ | ଆସନ୍ତା 14 ତାରିଖ ରେ ଡାବୁଗାଁ ନିର୍ବାଚନ ମଣ୍ଡଳୀ ର 7 ଟି ମଣ୍ଡଳୀ ରୁ 700 ବାଇକ ବାହାରି ତ୍ରିରଙ୍ଗା ନେଇ ଡାବୁଗାଁ ନିର୍ବାଚନ ମଣ୍ଡଳୀ ଯାତ୍ରା କରି ଶହୀଦ ମିନାର ଠାରେ ଏକତ୍ରିତ ହେବା କାର୍ଯ୍ୟକ୍ରମ ଧାର୍ଯ୍ୟ କରାଯାଇଛି | ପରେ ଡାକ ବଙ୍ଗଳା ଠାରେ ବିଭାଜନ ବିଭିଷିକା ନେଇ ଏକ ବୈଠକ ଅନୁଷ୍ଠିତ କରାଯାଇ ଆଲୋଚନା କରାଯିବ ବୋଲି ପ୍ରସୂତି ବୈଠକ ରେ ଧାର୍ଯ୍ୟ କରାଯାଇଛି | ଅନ୍ୟ ମାନଙ୍କ ମଧ୍ୟରେ ସୁଧାଂଶୁ ବିଷୋୟୀ, ପିଙ୍କୁ ବିଷୋୟୀ, ସଂଜୀବ ବିଷୋୟୀ,ସୋମନାଥ ପୂଜାରୀ ପ୍ରମୁଖ ଉପସ୍ଥିତ ରହିଥିଲେ।

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ସଦର ବିଧାୟକ ସାଗର ଦାସ ଙ୍କୁ ସମ୍ବର୍ଦ୍ଧନା

masiha

ପ୍ରାଥମିକ ସଦସ୍ୟ ରୁ ଇସ୍ତାଫା ଦେଲେ ବରିଷ୍ଠ ବିଜେଡି ନେତା ପର୍ଶୁରାମ ପ୍ରଧାନୀ

masiha

ଘଣ୍ଟାପଡ଼ା ରେ ଫୁଲବାଣୀ ଲୋକସଭା ସାଂସଦ ଏବଂ ବିଧାୟକ ପ୍ରାର୍ଥୀ ପାଇଁ ଭୋଟ ପ୍ରଚାର କଲେ ରାଜ୍ୟସଭା ସାଂସଦ 

masiha

Leave a Comment

error: Content is protected !!